www.samajalive.in
Thursday, December 11, 2025
18.1 C
Bhubaneswar

କାହାପାଇଁ ‘ସୁନେତ୍ର’ ଯୋଜନା, ଦୁନିଆ ଦେଖିବାରୁ ବଞ୍ଚିତ ଗୋଟିଏ ପରିବାରର ୩ ଜଣ

ଭୁବନେଶ୍ୱର: ହିଞ୍ଜିଳିକାଟୁ ଅଞ୍ଚଳର ସୁରେନ୍ଦ୍ର ଦାସ(୬୫)। ଛୋଟବେଳୁ ବାପା ମା’ କାମଧନ୍ଦା ଆଶାରେ ରାଜଧାନୀ ଭୁବନେଶ୍ବର ଆସିଥିଲେ। ସେମାନଙ୍କ ସହ ଆସିଥିଲେ ବାଳକ ସୁରେନ୍ଦ୍ର। ସେହିଦିନଠାରୁ ରହି ଆସୁଛନ୍ତି ଭୁବନେଶ୍ୱରରୁ। ବାପା ମା’ଙ୍କ ଦେହାନ୍ତ ପରେ ବିଏମସି ୪ନମ୍ବର ୱାର୍ଡ ଅନ୍ତର୍ଗତ ନଖରା ନୂଆସାହିରେ ପ୍ରାୟ ୧୫ବର୍ଷ ହେବ ରହି ଆସୁଛନ୍ତି। ପତ୍ନୀ, ତିନି ଝିଅ ଓ ଏକମାତ୍ର ପୁଅକୁ ନେଇ ଚାଲିଥିଲା ସଂସାର। ସବୁ ଠିକଠାକ ଚାଲିଥିଲା। ପତ୍ନୀଙ୍କ ଦେହାନ୍ତ ପରେ ପିଲାଙ୍କ ମୁହଁକୁ ଚାହିଁ ସୁରେନ୍ଦ୍ର ଜୀବନ ବିତାଇ ଚାଲିଥିଲେ। ମାତ୍ର ହଠାତ ସୁରେନ୍ଦ୍ରଙ୍କ ଦୃଷ୍ଟିଶକ୍ତି ଧୀରେ ଧୀରେ କମିବାରେ ଲାଗିଲା। ଡାକ୍ତରଙ୍କୁ ଦେଖାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା।

ସୁରେନ୍ଦ୍ରଙ୍କ କହିବାନୁସାରେ ପ୍ରାୟ ୫ବର୍ଷ ତଳେ ଆଖିକୁ କମ ଦେଖାଯାଉଥିଲା। ବୟସ ଯୋଗୁ ଏପରି ହେଉଥିବା ଭାବି ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟରେ ଅପରେସନ କରାଇଥିଲେ। ମାତ୍ର ଅପରେସନ ପରେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଡାକ୍ତର କହିଥିଲେ ଆଉଥରେ ଅପରେସନ କରାଇବାକୁ। ମାତ୍ର ଅର୍ଥାଭାବରୁ ଆଉ ଆଗେଇ ପାରିଲେନି ସେ। ଏ ସମ୍ପର୍କରେ ସୁରେନ୍ଦ୍ର କହିଛନ୍ତି –

- Advertisement -

କେବଳ ସୁରେନ୍ଦ୍ର ନୁହଁନ୍ତି। ଏକମାତ୍ର ପୁଅ ପ୍ରଦୀପ ଓ ମଝିଆ ଝିଅ ଭାରତୀଙ୍କ ଦୃଷ୍ଟିଶକ୍ତି ମଧ୍ୟ କମିବାରେ ଲାଗିଲା। ଏବେ ସେମାନଙ୍କର ୯୦ ପ୍ରତିଶତ ଦୃଷ୍ଟିଶକ୍ତି ନଷ୍ଟ ହୋଇଯାଇଛି। ବଡଝିଅର ବିବାହ ହୋଇ ସାରିଥିଲା ବେଳେ ସାନଝିଅ କୁନ୍ତି କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି। ପୁଅ, ଝିଅ କାମ କରି କିଛି ଅର୍ଥ ଉପାର୍ଜନ କରୁଥିବା ବେଳେ ପୁଅ ପ୍ରଦୀପର ଦୃଷ୍ଟିଶକ୍ତି ଧୀରେ ଧୀରେ କମିବାରେ ଲାଗିଲା। ଧାର କରଜ କରି ଡାକ୍ତରଙ୍କୁ ଦେଖାଇଥିଲେ ମଧ୍ୟ କିଛି ଲାଭହୋଇ ନ ଥିଲା। ପରେ ପରେ ଝିଅ ଭାରତୀର ମଧ୍ୟ ଦୃଷ୍ଟିଶକ୍ତି କମିବାରେ ଲାଗିଲା। ଆଖିର ଶିର ଶୁଖିଯାଇଥିବାରୁ ଦୃଷ୍ଟିଶକ୍ତି କମିଯାଇଛି ବୋଲି ତାଙ୍କୁ ଡାକ୍ତର କହିଥିବା ସୁରେନ୍ଦ୍ର କହିଛନ୍ତି। ଦୃଷ୍ଟିଶକ୍ତି ଚାଲିଯିବା ପରେ ଭାଇ ଭଉଣୀ ଆଉ କାମ କରିପାରିଲେ ନାହିଁ। ଏ ସମ୍ପର୍କରେ ସୁରେନ୍ଦ୍ରଙ୍କ ଝିଅ ଭାରତୀ କହିଛନ୍ତି –

ଏବେ ବିପିଏଲ କାର୍ଡରେ ମିଳୁଥିବା ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ହିଁ ସୁରେନ୍ଦ୍ରଙ୍କ ଭରସା। ସାନଝିଅ ଯାହା ରୋଜଗାର କରୁଛି ତାହା ସମୁଦ୍ରକୁ ଶଙ୍ଖେ ଭଳି ହୋଇଛି। ଚିକିତ୍ସା ସହାୟତା ଲାଗି ତତ୍କାଳୀନ କର୍ପୋରେଟରଙ୍କୁ କହିଥିଲେ ମଧ୍ୟ ସେ କେବଳ ଏକ କ୍ୟାମ୍ପକୁ ନେଇ ତାଙ୍କ କାମ ସାରିଦେଇଥିଲେ। ଭିନ୍ନକ୍ଷମ ପ୍ରମାଣପତ୍ର ପାଇବା ଲାଗି ବାପ, ପୁଅ ଓ ଝିଅ ଆବେଦନ କରିଥିଲେ ମଧ୍ୟ ଆଜିଯାଏ ମିଳିପାରି ନାହିଁ। ପ୍ରଦୀପ ଓ ଭାରତୀ କାମ କରି ପରିବାରର ବୋଝ ହେବାକୁ ଚାହୁଁ ନ ଥିଲା ବେଳେ ଦୃଷ୍ଟିଶକ୍ତି ସେମାନଙ୍କୁ ବାଧା ଦେଉଛି। ବଦାନ୍ୟ ବ୍ୟକ୍ତି ତଥା ଅନୁଷ୍ଠାନର ସହାୟତାକୁ ଅପେକ୍ଷା କରି ଭାଗ୍ୟକୁ ଆଦରି ପଡି ରହିଛନ୍ତି ସୁରେନ୍ଦ୍ର ଓ ତାଙ୍କ ପୁଅଝିଅ।

Hot this week

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

Related Articles

Popular Categories