www.samajalive.in
Friday, December 5, 2025
20.1 C
Bhubaneswar

ବଲାଙ୍ଗିରରେ ୫୬ ନୂଆ କରୋନା ରୋଗୀ ଚିହ୍ନଟ

ବଲାଙ୍ଗିର : ବଲାଙ୍ଗିର ଜିଲାରେ ଶନିବାର ୫୬ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିବା ନେଇ ପ୍ରଶାସନ ସୂଚନା ଦେଇଛି। ଏହି ୫୬ ଜଣଙ୍କ ମଧ୍ୟରେ ଜଣେ କନ୍ଧମାଳ ଜିଲାର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ କରୋନା ଯୋଦ୍ଧା ରହିଥିବା ସୂଚନାରୁ ଜଣାପଡିଛି।

ଜିଲା ପ୍ରଶାସନ ସୂଚନା ଅନୁଯାୟୀ, ଶନିବାର ବଲାଙ୍ଗିର ପୌରାଞ୍ଚଳରୁ ୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁଦପଡାରୁ ୪, ରାଜୀବନଗରରୁ ୩, ପେଲେସଲାଇନରୁ ୩, ରାଧାରାଣୀପଡାରୁ ୨, ଏନସିସି କଲୋନୀରୁ ୨ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ଜିଲାପାଳ କାର୍ଯ୍ୟାଳୟରେ କାମ କରୁଥିବା ୩ ଜଣ କର୍ମଚାରୀ କରୋନା ପଜିଟିଭ ଥିବା ଜଣାପଡିଛି। ଗତ ୨ ଦିନ ତଲେ କାର୍ଯ୍ୟାଳୟର ଜଣେ କର୍ମଚାରୀ କରୋନା ପଜିଟିଭ ଥିବା ଜଣାପଡିଥିବା ବେଳେ ଅନ୍ୟ ସମସ୍ତ କର୍ମଚାରୀ ମାନଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷା କରାଯାଇଥିଲା। ସେହିପରି ତାଲପାଲିପଡା, ଗାନ୍ଧିନଗରପଡା, ତେଲିଗୋଠପଡା, ସିଭିଲକୋର୍ଟ ପଛପଟ, ଶାସ୍ତ୍ରୀନଗର, ଶାନ୍ତିପଡା, ରିଜର୍ଭ ପୁଲିସ, ମାଲପଡାରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇ ଗୃହ ସଙ୍ଗରୋଧରେ ରହିଥିବା ଜଣାପଡିଛି। ପୁଇଁନ୍ତଲା ବ୍ଲକ ବଇରାସର ରୁ ଜଣେ, ଟିଟିଲାଗଡ ଏନଏସି ରେ ୪ ଜଣ, କଣ୍ଟାବାଞ୍ଜିରୁ ଜଣେ, ଆଗଲପୁର ବ୍ଲକ ଡୁମେରପାଲିରୁ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। ବେଲପଡା ବ୍ଲକ ବେଲପଡାରୁ ୩ଜଣ, ପାଟଣାଗଡ ବାନ୍ଧନଭାଡିରୁ ୬ଜଣ ଓ ରାମପୁରରୁ ଜଣେ ରୋଗୀ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ସୂଚନା ଦେଇଛି। ସେହିପରି ଲୋଇସିଂହା ବ୍ଲକ ଲୋଇସିଂହାରୁ ଜଣେ ଓ ବାଦିମୁଣ୍ଡାରୁ ୩ଜଣ, ଗୁଡଭେଲା ବ୍ଲକ ତୁଷୁରା ଓ ଭତ୍ରାପାଲିରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ମୁରିବାହାଲ ବ୍ଲକ ଡୁଡୁକାପଡାରୁ ଜଣେ ଗଡଗଡବାହାଲରୁ ୩ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ଜିଲାର ଜଣେ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ଥିବା ସୂଚନା ମିଲିଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories