www.samajalive.in
Saturday, December 6, 2025
15.1 C
Bhubaneswar

କୋଭିଡ୍‍ କଟକଣା ମାନି ଅଗ୍ରପୂଜ୍ୟଙ୍କୁ ଆରାଧନା

ଭୁବନେଶ୍ୱର: ଆଜି ଥିଲା ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀ। ଧରାପୃଷ୍ଠକୁ ଅବତରଣ କରିଥିଲେ ବିଘ୍ନବିନାଶକ ଶ୍ରୀବିନାୟକ। ଏହି ଅବସରରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇ ଅଗ୍ରପୂଜ୍ୟଙ୍କୁ ଆରାଧନା କରିଥିଲେ ଶ୍ରଦ୍ଧାଳୁ। ସ୍କୁଲକଲେଜଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ଓ କ୍ଲବ ପକ୍ଷରୁ ଗଜାନନଙ୍କ ପୂଜାର୍ଚ୍ଚନା ନିରାଡ଼଼ମ୍ବର ସହକାରେ ପାଳନ କରାଯାଇଥିଲା। ସକାଳୁ ଗଜାନନଙ୍କ ଆବାହନ ତଥା ପୂଜାବନ୍ଦନା ପାଇଁ ଛାତ୍ରଛାତ୍ରୀ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଧୂପ, ଦୀପ, ନୈବେଦ୍ୟ, ଫୁଲ, ଫଳ ଓ ବିଭିନ୍ନ ପୂଜା ସାମଗ୍ରୀ ସାଙ୍ଗରେ ନେଇ ବୁଦ୍ଧିଦାତା ଶ୍ରୀଗଣେଶଙ୍କୁ ପୂଜାର୍ଚ୍ଚନା କରିଥିଲେ ଏବଂ ବିଘ୍ନ ବିନାଶକଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ। ଗଣେଶ ପୂଜା ଅବସରରେ ଖଡ଼ି ଛୁଆଁଇ ଛୋଟ ଶିଶୁମାନେ ପାଠପଢ଼ା ଆରମ୍ଭ କରିଥିଲେ।
ରାଜ୍ୟ ସରକାରଙ୍କ ପକ୍ଷରୁ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ସାର୍ବଜନୀନ ପୂଜାର୍ଚ୍ଚନା ବାରଣ କରାଯାଇଥିଲା। ତେବେ ବିଧି ରକ୍ଷା ପାଇଁ କରୋନା କଟକଣା ପାଳନ ପୂର୍ବକ ଶ୍ରୀଗଣେଶଙ୍କ ପୂଜା କରିବାକୁ ଅନୁମତି ଦିଆଯାଇଥିଲା। ଆଜି ସପ୍ତାହନ୍ତ ସଟ୍‍ଡାଉନ୍‍ ଥିବାରୁ ପୁଲିଲ ପକ୍ଷରୁ କରୋନା କଟକଣାକୁ କଡ଼ାକଡ଼ି କରାଯାଇଥିଲା। କରୋନା କଟକଣା ଓ ସାମାଜିକ ଦୂରତା ପାଳନ କରି ଛାତ୍ରଛାତ୍ରୀ ଓ ଶ୍ରଦ୍ଧାଳୁ ବିଘ୍ନ ବିନାଶକଙ୍କ ଆରାଧନା ଓ ପୂଜାର୍ଚ୍ଚନା କରିଥିଲେ।
ଭୁବନେଶ୍ୱରର ‘ସହିଦ କ୍ଲବ’, ଅଶୋକନଗର ୟୁଥ୍‍ ଆସୋସିଏସନ୍‍, ୟୁନିଟ୍‍ ୪ ମାଛ ମାର୍କେଟ, ଭିଏସ୍‍ଏସ୍‍ନଗର ଗଡ଼େଶ୍ୱର ହାଟ ବଣିକ ସଂଘ ସମେତ ସହିଦ ନଗର, ଅଶୋକନଗର, ଶାସ୍ତ୍ରୀ ନଗର, ୟୁନିଟ ୮, ୟୁନିଟ ୪, ୟୁନିଟ୍‍ ୬, ଡେଲ୍‍ଟା କଲୋନି, ନୟାପଲ୍ଲୀ, ଷ୍ଟେସନ ବଜାର, କଟକ ରୋଡ୍‍, ଗଙ୍ଗନଗର, ରସୁଲଗଡ଼, ଗାଡ଼କଣ, ଚକେଇ ସିହାଣୀ, ବରମୁଣ୍ଡା, ବରଗଡ଼, ଭିଏସ୍‍ଏସ୍‍ ନଗର, ପଳାଶୁଣି, ଚନ୍ଦ୍ରଶେଖପୁର, ପଟିଆ, କିଟ୍‍ ସମେତ ପୁରୁଣା ଭୁବନେଶ୍ୱର ଅଞ୍ଚଳ ଏବଂ ରାଜଧାନୀ ଉପକଣ୍ଠରେ ଥିବା ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟଙ୍କ ପୂଜାର୍ଚ୍ଚନା ନିରାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଥିଲା। ସେହିପରି ଶ୍ରୀଗଣେଶଙ୍କୁ ବହୁ ଘରୋଇ ଅନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ପୂଜାଚ୍ଚର୍ନା କରାଯାଇଥିଲା।
ଗଡ଼େଶ୍ୱର ହାଟ ବଣିକ ସଂଘ ସଭାପତି ମନୋରଞ୍ଜନ ସାହୁ ଓ ସମ୍ପାଦକ ଲକ୍ଷ୍ମଣ ସାହୁ କହିଛନ୍ତି ଯେ ପ୍ରତିବର୍ଷ ଭିଏସ୍‍ଏସ୍‍ନଗରେ ସପ୍ତାହବ୍ୟାପୀ ଗଣେଶ ପୂଜା ଅନୁଷ୍ଠିତ ହେଉଥିଲା। ଏହି ଅବସରରେ ପାରମ୍ପରିକ ବାଦିପାଲା ପ୍ରତିବର୍ଷ କରାଯାଉଥିଲା। ଏଥର କରୋନା ମହାମାରୀ ପାଇଁ ଏଠାରେ ବିଧି ରକ୍ଷା ପାଇଁ ଗଣେଶ ପୂଜା କରାଯାଇଛି। ପୁଲିସ ପ୍ରଶାସନର ପରାମର୍ଶ ଅନୁଯାୟୀ ସାମାଜିକ ଦୂରତା ଓ କରୋନା କଟକଣା ମାନି ଅଗ୍ରପୂଜ୍ୟଙ୍କ ଆରାଧନା କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories