ଦିବ୍ୟାଙ୍ଗଙ୍କ ପାଇଁ ଆଗୁଆ ଭୋଟଦାନ ଯୋଜନା

0

ନୂଆଦିଲ୍ଳୀ: ଶାରୀରିକ ଅକ୍ଷମ ନାଗରିକମାନେ ଯେପରି ସହଜରେ ଭୋଟ ଦେଇପାରିବେ ସେଥିପାଇଁ ନିର୍ବଚନ ଆୟୋଗ ଏକାଧିକ ବିକଳ୍ପ ବିଷୟରେ ଚିନ୍ତା କରୁଛନ୍ତି। ସେଥିମଧ୍ୟରୁ ରହିଛି ଆଗୁଆ ଭୋଟଦାନ, ଡାକ ଜରିଆରେ ଭୋଟଦାନ ଓ ମୋବାଇଲ୍‍ ଭୋଟଦାନ ଯୋଜନା। ଘରେ ରହି ଜଣେ ନାଗରିକ ଭୋଟ୍‍ ଦେବା ଉପରେ ମଧ୍ୟ ଚିନ୍ତା କରାଯାଉଛି। ଯଦି ଭୋଟଦାନର ଗୋପନୀୟତା ଓ ସୁରକ୍ଷା ପ୍ରତି କୌଣସି ବିପଦ ସୃଷ୍ଟି ନ ହୁଏ ତେବେ ସେଥିମଧ୍ୟରୁ ଗୋଟିଏ କିମ୍ବା ଏକାଧିକ ବିକଳ୍ପକୁ କାର୍ଯ୍ୟକାରୀ କରାଯାଇପାରେ। ଗତ ସପ୍ତାହରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଅନୁଷ୍ଠିତ ଜାତୀୟ ନିର୍ବାଚନ ଉପଦେଷ୍ଟା କମିଟି ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇଛି। ଏହି ବୈଠକରେ ସରକାରୀ ଅଧିକାରୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ବିଭିନ୍ନ ସଂସ୍ଥା, ଭିନ୍ନକ୍ଷମ କଲ୍ୟାଣ ବିଶେଷଜ୍ଞ ଏବଂ ନାଗରିକ ସମାଜର ପ୍ରତିନିଧି ଯୋଗ ଦେଇଥିଲେ।
କମିଟିର ପ୍ରସ୍ତାବ ଅନୁଯାୟୀ ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କୁ ଭୋଟଦାନ କେନ୍ଦ୍ର ପର୍ଯ୍ୟନ୍ତ ସରକାରୀ ଖର୍ଚ୍ଚରେ ଆଣିବାର ବ୍ୟବସ୍ଥା କରାଯିବ। ଦୃଷ୍ଟି ବାଧିତ ଭୋଟରଙ୍କ ପାଇଁ ବ୍ରେଲି ଲିପିରେ ଭୋଟର ପରିଚୟପତ୍ର ଓ ଓ ଶ୍ରବଣ ବାଧିତ ଭୋଟରଙ୍କ ପାଇଁ ସାଙ୍କେତିକ ଆପ୍‍ ଜାରି କରାଯିବ। ଏଥିପାଇଁ ନିର୍ବାଚନ ଆଇନରେ କେତେକ ସଂଶୋଧନ କରିବାକୁ ପଡ଼ିବ।

Leave A Reply