www.samajalive.in
Saturday, December 13, 2025
18.1 C
Bhubaneswar

୬୫ ବର୍ଷ ବୃଦ୍ଧାଙ୍କର ୧୩ ମାସରେ ୮ ଛୁଆ, ଗୋଟିଏ ଦିନରେ ଦୁଇଦୁଇଟି ପ୍ରସବ

ମୁଜାଫରପୁର: ବିହାରର ମୁଜାଫୁର ଅଞ୍ଚଳରୁ ଆସିଛି ଏକ ଚମକପ୍ରଦ ଖବର । କୁହାଯାଇଛି ଯେ ଜଣେ ୬୫ ବର୍ଷର ବୃଦ୍ଧା ୧୩ ମାସରେ ୮ଟି ସନ୍ତାନ ଜନ୍ମ ଦେଇଛନ୍ତି । କେବଳ  ସେତିକି ନୁହେଁ ଅନ୍ୟ ଜଣେ ମହିଳା ଗୋଟିଏ ଦିନରେ ଦୁଇଦୁଇଥର ପ୍ରସବ କରିଛନ୍ତି । ମାତ୍ର ଘଟଣା ପଛରେ ରହିଛି ବଡ଼ ଷଡ଼ଯନ୍ତ୍ର । ସରକାରୀ ଅର୍ଥ ଆତ୍ମସାତ କରିବା ପାଇଁ ଏପରି ଜାଲିଆତି କରାଯାଇଥିବା ସୂଚନା ମିଳିଛି ।

ଜାତୀୟ ସ୍ବାସ୍ଥ୍ୟ ମିଶନରେ ଘଟିଛି ଏପରି ଜାଲିଆତି । ବିହାରର ଏକ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଳ ପାଣ୍ଡେ ଘଟଣାର ଅନୁସନ୍ଧାନ ନିମନ୍ତେ ନିର୍ଦେଶ ଦେଇଛନ୍ତି । ଏହା ସହ ମୁଜାଫରପୁର ସିଭିଲ୍ ସର୍ଜନ ଡ଼. ଏସ.ପି.ସିଂହଙ୍କୁ ପୁରା ଘଟଣାକ୍ରମ ସମ୍ପର୍କରେ ତଥ୍ୟ ଲୋଡ଼ାଯାଇଛି । ଏଥିପାଇଁ ସରକାରଙ୍କ ପକ୍ଷରୁ ତଦନ୍ତ ନିମନ୍ତେ ଏକ ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଛି ।

- Advertisement -

ମୁଜାଫରପୁରର ମୁଶହରି ଉପଖଣ୍ଡ ଅନ୍ତର୍ଗତ ଛୋଟି କୋଠିଆ ଗାଁର ୬୫ ବର୍ଷର ବୃଦ୍ଧା ଶାନ୍ତି ଦେବୀଙ୍କ ବ୍ୟାଙ୍କ ଖାତାରେ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନ ଯୋଜନା ଅଧୀନରେ ଡ଼ାକ୍ତରଖାନାରେ ସନ୍ତାନ ଜନ୍ମ ନିମନ୍ତେ ଅର୍ଥରାଶି ଜମା ହୋଇଛି । ୧୩ ମାସରେ ପ୍ରତ୍ୟେକ ସୁରକ୍ଷିତ ପ୍ରସବ (ଆନୁଷ୍ଠାନିକ ପ୍ରସବ) ନିମେନ୍ତ ୮ ପିଲାଙ୍କ ନିମନ୍ତେ ୧୪୦୦ ଟଙ୍କା ଲେଖାଏଁ ୮ ଥର ଜମା ହୋଇଛି । ବାସ୍ତବିକତା ହେଉଛି ଗତ ୨୦ ବର୍ଷ ମଧ୍ୟରେ ଶାନ୍ତି ଦେବୀଙ୍କର ଗୋଟିଏ ବି ସନ୍ତାନ ପ୍ରସବ ହୋଇନାହିଁ । ଏପରିକି ଗତବର୍ଷ ଜୁଲାଇ ୩ରୁ ଚଳିତ ବର୍ଷ ଅଗଷ୍ଟ ମାସ ମଧ୍ୟରେ ୬ଥର ୧୪ଶହ ଟଙ୍କା ଲେଖାଏଁ ଜମା ହୋଇଛି । ଅନ୍ୟପକ୍ଷରେ ଶାନ୍ତି ଦେବୀଙ୍କୁ ଏହି ଟଙ୍କା ସମ୍ପର୍କରେ ଆଦୌ ସୂଚନା ମିଳିନାହିଁ । ଯେଉଁଦିନ ଟଙ୍କା ତାଙ୍କ ବ୍ୟାଙ୍କଖାତାରେ ଜମା ହୋଇଛି ଏହାର ପରଦିନ ତାହାକୁ କେହି ଉଠାଇ ନେଇ ଯାଇଛି ।

ଶାନ୍ତି ଦେବୀଙ୍କ ପରି ମୁଜାଫରପୁରର ଛୋଟି କୋଠିଆ ଗାଁର ଲୀଳା ଦେବୀଙ୍କ ଖାତାରେ ୧୩ ମାସରେ ୮ଥର ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନ ଯୋଜନାର ଅର୍ଥରାଶି ଜମା କରାଯାଇ ତାହାକୁ ଉଠାଇ ନିଆଯାଇଥିବା ମଧ୍ୟ ସୂଚନା ମିଳିଛି । ତାଙ୍କୁ ମଧ୍ୟ ଏ ସମ୍ପର୍କରେ କୌଣସି ଖବର ଜଣା ନ ଥିବା ସେ କହିଛନ୍ତି । ପରିବାର ନିୟୋଜନ ଅସ୍ତେ୍ରାପଚାର କରିଥିବା ଲୀଳାଦେବୀଙ୍କର ଗତ ୧ ଦଶନ୍ଧି ମଧ୍ୟରେ କୌଣସି ପିଲାପିଲି ହୋଇ ନାହାନ୍ତି । କିନ୍ତୁ ଗୋଟିଏ ଦିନରେ ସେ ଦୁଇଦୁଇଥର ସନ୍ତାନ ପ୍ରସବ କରିଥିବା ଦର୍ଶାଯାଇ ଟଙ୍କା ଜମା କରାଯାଇଛି ଓ ଏହି ଅର୍ଥ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories