www.samajalive.in
Sunday, December 7, 2025
23.1 C
Bhubaneswar

ଦେଶୀ ମଦ କାରବାର ବୃଦ୍ଧି, ତାତିଲେ ମହିଳା ଓ ଯୁବକ ସଂଘ

ଫୁଲବାଣୀ/ଦାରିଙ୍ଗବାଡ଼ି: ମହାମାରୀ କରୋନା ସମୟରେ ଦାରିଙ୍ଗବାଡ଼ି ଅଂଚଳରେ ଚୋରାଦେଶୀ ମଦ କାରବାର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଚୋରା ଦେଶୀମଦ କାରବାର ବୃଦ୍ଧି ହେଉଥିବା ବେଳେ ମଦ କାରବାରକୁ ରୋକିବା ପାଇଁ ଅବକାରୀ ବିଭାଗ ହାତବାନ୍ଧି ବସିଥିବା ବେଳେ ସ୍ଥାନୀୟ ମହିଳା ସଂଘ ଓ ଯୁବକ ସଂଘମାନେ ଚୋରାଦେଶୀ ମଦ କାରବାର ବନ୍ଦ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। କରୋନା ପାଇଁ ଲୋକେ ପେଟକୁ ଦି’ମୁଠା ଖାଇବାକୁ ପାଉନଥିବା ବେଳେ ଘରର ମୁରବୀମାନେ ମଦ ପିଇବା ଯୋଗୁଁ ଘରୋଇ ହିଂସା ବଢ଼ୁଥିବା ମହିଳା ସଂଘର ସଦସ୍ୟମାନେ ଅଭିଯୋଗ କରିଛନ୍ତି।

ଏପରିକି ଗଳିକନ୍ଦିରେ ଚୋରଦେଶୀ ମଦ କାରବାର ବୃଦ୍ଧି ହେଉଥିବାରୁ ସରକାରଙ୍କ ତରଫରୁ ଖାଦ୍ୟ ସୁରକ୍ଷା ଯୋଜନାରେ ଗରୀବ ଲୋକଙ୍କୁ ଦିଆଯାଇଥିବା ଚାଉଳ, ଡାଲି ଇତ୍ୟାଦିକୁ ବଜାରରେ ବିକ୍ରି କରୁଛନ୍ତି ତ ଆଉ କେତେବେଳେ ଚାଉଳ ଡାଲି ବିକ୍ରି କରି ମଦ ବେପାରୀଙ୍କ ଠାରୁ ମଦ ପିଉଛନ୍ତି।ଏହିଭଳି ହେବା ଦ୍ୱାରା ପରିବାର ସଦସ୍ୟମାନେ ଦୁଇ ଓଳି ଦି’ମୁଠା ଖାଇବାକୁ ପାଉ ନାହାନ୍ତି। ଚୋରା ଦେଶୀ ମଦ କାରାବାର ଦିନକୁ ଦିନ ଅଂଚଳରେ ବୃଦ୍ଧି ହେତୁ ନିରୀହ ଗରୀବ ଲୋକଙ୍କ ଉପରେ ଏହାର କୁପ୍ରଭାବ ପଡ଼ୁଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories