www.samajalive.in
Saturday, December 6, 2025
15.1 C
Bhubaneswar

ବିହାର ବିଧାନସଭା ନିର୍ବାଚନ : ମହାମାରୀ କରୋନା ସମୟରେ ନିର୍ବାଚନୀ ପ୍ରଚାର ପାଇଁ ଅନୁମତି

ନୂଆଦିଲ୍ଲୀ : ଚଳିତ ବର୍ଷ ନଭେମ୍ବରରେ ବିହାରରେ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଥିବାବେଳେ ମହାମାରୀ କୋଭିଡ-୧୯ ଶେଷ ହେବାର ସମ୍ଭାବନା ନାହିଁ। ଏଭଳି ପରିସ୍ଥିତିରେ ନିର୍ବାଚନ କିପରି ହେବ ଏବଂ ଦଳଗୁଡିକ କିପରି ପ୍ରଚାର କରିବେ ସେନେଇ ସାଧାରଣରେ ପ୍ରଶ୍ନ ଉଠିଥିଲା।

ଶୁକ୍ରବାର ନିର୍ବାଚନ ଆୟୋଗ ପକ୍ଷରୁ ଏନେଇ ନିର୍ଦ୍ଦେଶାବଳୀ ଜାରି ହୋଇଛି। ପ୍ରଚାର ପାଇଁ ଦଳଗୁଡିକୁ ରାଲି ଆୟୋଜନ କରିବାକୁ ଅନୁମତି ମିଳିଛି। ଏହି ଅବଧି ମଧ୍ୟରେ ସ୍ୱାସ୍ଥ୍ୟ ନିୟମାବଳୀ ଏବଂ ସାମାଜିକ ଦୂରତା ଅନୁସରଣ କରିବାକୁ ଆୟୋଗ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଡୋର ଟୁ ଡୋର ବା ଘର ଘର ବୁଲି ପ୍ରଚାର କରିବାକୁ ଅନୁମତି ମିଳିଛି। ପ୍ରାର୍ଥୀ ସମେତ ପାଞ୍ଚ ଜଣ ଲୋକ ଏଥିରେ ସାମିଲ ହୋଇ ପାରିବେ ବୋଲି ନିର୍ବାଚନ କମିଶନ ଅନୁମତି ଦେଇଛନ୍ତି। ଏହା ବ୍ୟତୀତ ନିର୍ଦ୍ଦେଶାବଳୀ ଅନୁସରଣ କରି ସାଧାରଣ ସଭା ଏବଂ ସମାବେଶକୁ ମଧ୍ୟ ଅନୁମତି ମିଳିଛି। ସେହିପରି ରୋଡ ସୋ ପାଇଁ ଅନୁମତି ମିଳିଥିଲେ ମଧ୍ୟ ମାତ୍ର ପାଞ୍ଚଟି ଯାନ ସମେତ ପ୍ରାର୍ଥୀଙ୍କ ଗାଡି ପାଇଁ ଅନୁମତି ମିଳିଛି।

- Advertisement -

ମତଦାନର ଗୋଟିଏ ଦିନ ପୂର୍ବରୁ ମତଦାନ କେନ୍ଦ୍ରର ପରିମଳ ବ୍ୟବସ୍ଥା ବାଧ୍ୟତାମୂଳକ ହେବ। ପ୍ରତ୍ୟେକ ମତଦାନ କେନ୍ଦ୍ରର ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା କରାଯିବ। ମତଦାନ କର୍ମଚାରୀ କିମ୍ବା ପାରା ମେଡିକାଲ୍ କର୍ମଚାରୀ ମତଦାନ କେନ୍ଦ୍ରର ପ୍ରବେଶ ପଥରେ ଭୋଟରଙ୍କ ତାପମାତ୍ରା ଯାଞ୍ଚ କରିବେ। ଯଦି ପ୍ରଥମେ ଜଣେ ବ୍ୟକ୍ତିର ତାପମାତ୍ରା ନିର୍ଦ୍ଦେଶାବଳୀରେ ଧାର୍ଯ୍ୟ ହୋଇଥିବା ତାପମାତ୍ରାକୁ ଅତିକ୍ରମ କରେ, ତେବେ ସେହି ବ୍ୟକ୍ତିର ଆଉ ଦୁଇଟି ପରୀକ୍ଷା କରାଯିବ। ଏହା ପରେ ଯଦି ତାପମାତ୍ରା ଅଧିକ ରହେ ତେବେ ବ୍ୟକ୍ତିଙ୍କୁ ଟୋକେନ୍ ବା ପ୍ରମାଣପତ୍ର ଦିଆଯିବ ଏବଂ ଭୋଟ୍ ଦେବାର ଶେଷ ଘଣ୍ଟାରେ ଆସିବାକୁ କୁହାଯିବ। ପ୍ରତ୍ୟେକ ମତଦାନ କେନ୍ଦ୍ରର ପ୍ରବେଶ ଏବଂ ପ୍ରସ୍ଥାନରେ ସାବୁନ, ସାନିଟାଇଜର ଏବଂ ଜଳ ଉପଲବ୍ଧ ରହିବ। ମତଦାନ କେନ୍ଦ୍ରଗୁଡ଼ିକରେ ଭୋଟରଙ୍କ ପାଇଁ ମାସ୍କ ରହିବ, ଭୋଟରମାନେ ମାସ୍କ ପିନ୍ଧିବା ବାଧ୍ୟତାବୂଳକ ରହିବ। ଏହା ସହ ମତଦାନ କେନ୍ଦ୍ରରେ କୋଭିଡ-୧୯ ସଚେତନତା ପୋଷ୍ଟର ଲଗାଯିବ। ଭୋଟରଙ୍କୁ ଚିହ୍ନଟ କରିବା ସମୟରେ ଆବଶ୍ୟକ ହେଲେ ସେମାନଙ୍କ ମାସ୍କ ହଟାଇବାକୁ ପଡିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories