www.samajalive.in
Friday, December 5, 2025
27.1 C
Bhubaneswar

କନ୍ଧମାଳ ମାଟ୍ରିକ ଟପର ମିନାକ୍ଷୀଙ୍କୁ ୧ ଲକ୍ଷ ଟଙ୍କାର ସହାୟତା

ଫୁଲବାଣୀ/ବାଲିଗୁଡା: କନ୍ଧମାଳ ଜିଲାର ମାଟ୍ରିକ ତାପର ମିନାକ୍ଷୀ ମଲିକଙ୍କୁ ଆଜି ଭୁବନେଶ୍ୱର ସ୍ଥିତ କୁଇଭାଷା ସାହିତ୍ୟ ଓ ସଂସ୍କୃତି ପରିଷଦ ପକ୍ଷରୁ ୧ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ପରିଷଦର ସଭାପତି ପ୍ରତାପ ପ୍ରଧାନ ଓ ସଦସ୍ୟ ପ୍ରଦୀପ କହଁର ଓ ଅନ୍ୟମାନେ ଦୁର୍ଗମ ଅଞ୍ଚଳ ପେନାକେତାରେ ବାସବାସ କରୁଥିବା ମିନାକ୍ଷୀର ଘରକୁ ଯାଇ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା କରିବା ସହ ମିନାକ୍ଷୀଙ୍କ ଆଗାମି ଭବିଷ୍ୟତରେ ଉଚ୍ଚ ଶିକ୍ଷା ନିମନ୍ତେ ଆର୍ଥିକ ସହାୟତା କରିଛନ୍ତି।

ଆର୍ଥିକ ସହାୟତା ଆକାରରେ ଏକ ଲକ୍ଷ ଦଶ ହଜାର ଏକ ଶହ ଏକ ଟଙ୍କାର ଏକ ଚେକ ପ୍ରଦାନ କରାଯାଇଛି। ମିନାକ୍ଷୀ ଓ ତାଙ୍କ ପରିବାର ଏହି ଆର୍ଥିକ ସହାୟତାରେ ବେଶ୍‍ ଖୁସିବ୍ୟକ୍ତ କରିଛନ୍ତି। ଏହି ଅବସରରେ ମିନାକ୍ଷୀ କହିଛନ୍ତି , ସରକାର ଓ ଏମିତି କିଛି ଅନୁଷ୍ଠାନ ଏବଂ ବ୍ୟକ୍ତିମାନଙ୍କ ମୋ ପାଠପଢା ପ୍ରତି ସହାୟତା କରନ୍ତି ତେବେ ଆଗାମି ଦିନରେ ମୁଁ ଭଲ ପାଠପଢି ଡାକ୍ତର ହୋଇ ଲୋକଙ୍କ ସେବା କରିବି। ପୂର୍ବରୁ ମିନାକ୍ଷୀଙ୍କୁ ଉଚ୍ଛ ଶିକ୍ଷା ପାଇଁ ମଧ୍ୟ କିଟ୍‍ ଓ କିସ୍‍ ଅନୁଷ୍ଠାନର ମୁଖ୍ୟ ତଥା କନ୍ଧମାଳ ସାଂସଦ ଡ଼.ଅଚ୍ୟୁତ ସାମନ୍ତ ମଧ୍ୟ ଘୋଷଣା କରିସାରିଛନ୍ତି।

- Advertisement -

ପେନାକେତା ଗ୍ରାମର ଗରିବ ଆଦିବାସୀ ଝିଅ ମିନାକ୍ଷୀ ମଳିକି ତୁମୁଡିବନ୍ଧ ବ୍ଲକର ଜଲୋପଟା ସ୍ଥିତ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ( ଆଶ୍ରମ)ରେ ପାଠପଢି ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୯୨.୬୬ ପ୍ରତିଶତ ୫୫୬ ମାର୍କ ରଖି କନ୍ଧମାଳ ଜିଲ୍ଲାରେ ଟପ୍ଟର ହୋଇଛନ୍ତି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories