www.samajalive.in
Sunday, December 7, 2025
16.1 C
Bhubaneswar

ଭାସିଯାଉଥିବା ଝିଅକୁ ବଞ୍ଚାଇବାକୁ ଯାଇ ବାପାର ମୃତ୍ୟୁ 

 

କେଶଦୁରାପାଳ : ଏକ ଅଭାବନୀୟ ଘଟଣାକ୍ରମରେ ଶୁକ୍ରବାର,  ନଦୀରେ ଭାସିଯାଉଥିବା ଝିଅକୁ ବଞ୍ଚାଇବା କୁ ଯାଇ ବାପାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।  ଜଳସୁଆଁ ଗ୍ରାମରେ ଏହି ଘଟଣା ଘଟିଛି। ସୂଚନାରୁ ଜଣାଯାଏ କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଜଳସୁଆଁ ଗାଁର ପଦ୍ମନାଭ ସାହୁ ଆଜି ନିଜ ୫ ବର୍ଷର ଝିଅକୁ ନେଇ ନିକଟସ୍ଥ ରେମାଳ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ଅସାବଧାନତା ଯୋଗୁ ଝିଅଟି ନଦୀରେ ଭାସିଯାଉଥିବା ବେଳେ ଵାପା ପଦ୍ମନାଭ ଝିଅକୁ ମୃତୁମୁଖରୁ ବଞ୍ଚାଇ ବାକୁ ଚେଷ୍ଟା କରିବାକୁ ଯାଇ ନିଜେ ନଦୀର ସ୍ରୋତରେ ଭାସିଯାଇ ଥିଲେ । ପାଖରେ ଥିବା ଅନ୍ୟ ଲୋକମାନେ ଝିଅକୁ ଉଦ୍ଧାର କରିବା ସହିତ ପଦ୍ମନାଭଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories