www.samajalive.in
Monday, December 15, 2025
16.1 C
Bhubaneswar

କୋଭିଡ ପରିଚାଳନା: ଦେଶର ୬ ପ୍ରମୁଖ ରାଜ୍ୟ ଭିତରେ ଓଡ଼ିଶା

ଭୁବନେଶ୍ବର: କୋଭିଡ଼ ମୁକାବିଲା ଏବଂ ସଂକ୍ରମଣ ହାର କମାଇବା କ୍ଷେତ୍ରରେ ସର୍ବୋତ୍ତମ ପରିଚାଳନା ପାଇଁ ଓଡ଼ିଶା ଦେଶର ପ୍ରମୁଖ ୬ଟି ଅଗ୍ରଣୀ ରାଜ୍ୟ ଭିତରେ ସ୍ଥାନ ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଏକ ପ୍ରେସ ବିଜ୍ଞପ୍ତିରେ ଏହା ଦର୍ଶାଯାଇଛି। ଦୀର୍ଘ ପାଞ୍ଚ ମାସ ଧରି କୋଭିଡ଼ ବିରୋଧରେ ଲଢ଼େଇ ଜାରି ରଖିବା ସହିତ ସଂକ୍ରମଣ ହାର କମାଇବାରେ ରାଜ୍ୟ ସରକାର ସଫଳ ହୋଇଛନ୍ତି। ରାଜ୍ୟରେ ପରୀକ୍ଷଣ ହାର ବଢ଼ିଥିବାବେଳେ ପଜିଟିଭ ବା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ସେହି ଅନୁପାତରେ କମିଛି। ରାଜ୍ୟରେ ପଜିଟିଭ ହାର କମୁଥିବାରୁ ସଂକ୍ରମଣ ନିୟନ୍ତ୍ରଣରେ ରହିଛି। ରାଜ୍ୟରେ ଏବେ ପରୀକ୍ଷଣ ହାର ବଢ଼ିବା ସହିତ ଦିନକୁ ୫୦ହଜାରରୁ ଅଧିକ ପରୀକ୍ଷା
କରାଯାଉଛି। ଅଧିକ ଲୋକଙ୍କୁ ପରୀକ୍ଷା କରାଯିବା ପରେ ପରୀକ୍ଷଣ ସଂଖ୍ୟା ଅନୁପାତରେ ସଂକ୍ରମିତ ଲୋକଙ୍କ ସଂଖ୍ୟା କମୁଥିବାରୁ କୋଭିଡ଼ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଉତ୍ତମ ପ୍ରଦର୍ଶନ କରୁଥିବା ପ୍ରମାଣିତ ହୋଇଛି।
ଜାତୀୟ ସ୍ତରରେ ସଂକ୍ରମଣ ହାର ୮.୬୯ପ୍ରତିଶତ ରହିଥିବାବେଳେ ଓଡ଼ିଶାରେ ସଂକ୍ରମଣ ହାର ୬ପ୍ରତିଶତ ରହିଛି। ଜାତୀୟ ହାର ତୁଳନାରେ ଓଡ଼ିଶାରେ ସଂକ୍ରମଣ ହାର କମ ରହିଛି ଏବଂ ରାଜ୍ୟର ପ୍ରଦର୍ଶନ ଏ କ୍ଷେତ୍ରରେ ଉଲ୍ଲେଖନୀୟ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦର୍ଶାଯାଇଛି।
ତାମିଲନାଡ଼ୁ, କେରଳ, ବିହାର, ଆସାମ ଓ ଗୁଜରାଟ ଭଳି ବୃହତ ରାଜ୍ୟ ତୁଳନାରେ ଓଡ଼ିଶାରେ କୋଭିଡ଼ ପରିଚାଳନା ବେଶ ଭଲ ରହିଛି। ସୁଦୃଢ଼ ପରିଚାଳନା ବ୍ୟବସ୍ଥା ସହିତ କୋଭିଡ଼ ବିରୋଧରେ ଲଢ଼େଇ ନିରନ୍ତର ପ୍ରୟାସ ଯୋଗୁଁ ରାଜ୍ୟ ସରକାର ସଂକ୍ରମଣ ହାର କମାଇବାରେ ସଫଳ ହୋଇଛନ୍ତି।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories