www.samajalive.in
Sunday, December 7, 2025
26.1 C
Bhubaneswar

ଜାତୀୟ ସନ୍ତରଣକାରୀ ଶିବ ନାରାୟଣ ଦାସଙ୍କ ପରଲୋକ

ବୌଦ୍ଧ: ମାଷ୍ଟର ସୁଇମିଂରେ ଜାତୀୟସ୍ତରରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବୌଦ୍ଧର ବରିଷ୍ଠ କ୍ରିଡାବିତ ଶିବ ନାରାୟଣ ଦାସଙ୍କ ଗୁରୁବାର ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ୬୮ ବର୍ଷ ବୟସରେ ପରଲୋକ ହୋଇଛି। ବୁଧବାର ଦିନ ଶ୍ରୀଦାସ ଛାତିରେ ଯନ୍ତ୍ରଣା ଅନୁଭବ କରିବାପରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ସ୍ୱର୍ଗତ ଦାଶ ୧୯୮୨ ଏସିଆଡ ଅଲମ୍ପିକ ପାଇଁ ପ୍ରସ୍ତୁତି ଶିବିରରେ ଯୋଗଦେବାକୁ ମନୋନୀତ ହୋଇଥିଲେ ମଧ୍ୟ ଅଲମ୍ପିକରେ ଅଂଶଗ୍ରହଣ କରିବାରୁ ବଞ୍ଚିତ ହୋଇଥିଲେ। ସରକାରୀ ଶିକ୍ଷକତା ଚାକିରୀରୁ ଅବସର ନେଇ ସେ ଜିଲା ସନ୍ତରଣ ସଂଘର ସଭାପତି ଭାବରେ କାର୍ଯ୍ୟ ଜାରି ରଖିଥିବା ବେଳେ ଅନେକ ଜାତୀୟସ୍ତରର ବରିଷ୍ଠ ବିଭାଗ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଆସୁଥିଲେ। ଜିଲାର ସନ୍ତରଣକାରୀମାନେ ଜାତୀୟସ୍ତରର ପ୍ରତିଯୋଗିତା ଗୁଡିକରେ ଅନେକ ସଫଳତା ଲାଭ କରି ଜିଲ୍ଲା ପାଇଁ ସୁନାମ ଆଣିଥିବାବେଳେ ଏହାରି ପଛରେ ଶିବ ଦାସଙ୍କ ପ୍ରଛନ୍ନ ପ୍ରୋତ୍ସାହନ ରହିଥିଲା। ଅନେକ ପ୍ରତିକୂଳ ପରିବେଶ ଓ ପରିସ୍ଥିତି ମଧ୍ୟରେ ସ୍ୱର୍ଗତ ଦାସ ଜିଲାରେ ଛୋଟ ଛୋଟ ସନ୍ତରଣକାରୀମାନଙ୍କୁ ମହାନଦୀରେ ସନ୍ତରଣ ଶିକ୍ଷା ଦେଇ ଆସୁଥିଲେ। ତାଙ୍କରି ନେତୃତ୍ୱରେ ବାରମ୍ବାର ଦାବି ପରେ ବୌଦ୍ଧ ନୂତନ ଷ୍ଟାଡିୟମ ପରିସରରେ ଉଚ୍ଚମାନର ସମସ୍ତ ବ୍ୟବସ୍ଥା ଥାଇ ଆଧୁନିକ ସନ୍ତରଣାଗାର ନିର୍ମାଣ ହୋଇପାରିଥିବାବେଳେ ତାହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପୂର୍ବରୁ ଏହି ସନ୍ତରଣ ଯୋଦ୍ଧା ସବୁଦିନ ପାଇଁ ଜିଲାର ଭବିଷ୍ୟ ସନ୍ତରଣକାରୀମାନଙ୍କୁ ନିରାଶ କରି ପରପାରିକି ଚାଲିଯାଇଛନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories