ଦୀପିକା ଏସିଆ ପ୍ରତିନିଧି ନିଯୁକ୍ତ

0

ନୂଆଦିଲ୍ଲୀ : ଭାରତର ମହିଳା ସ୍କ୍ୱାସ୍‍ ଖେଳାଳି ଦୀପିକା ପାଲିକଲଙ୍କୁ ରାଜ୍ୟଗୋଷ୍ଠୀ କ୍ରୀଡା ମହାସଂଘ କ୍ରୀଡାବିତ୍‍ ପରାମର୍ଶଦାତା କମିଟିର ଏସୀୟ ପ୍ରତିନିଧି ନିଯୁକ୍ତ କରାଯାଇଛି। ରାଜ୍ୟଗୋଷ୍ଠୀ କ୍ରୀଡା ମହାସଂଘ ପକ୍ଷରୁ ରବିବାର ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୧୭ ଅଗଷ୍ଟରେ ଏଭଳି କ୍ରୀଡାବିତ୍‍ ପରାମର୍ଶଦାତା କମିଟି ଗଠନ ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯାଇଥିଲା। ଜଣେ ଲେଖାଏଁ ପ୍ରତିନିଧିଙ୍କ ନାମ ସୁପାରିସ କରିବାକୁ ମହାସଂଘର ୭୧ଟି ସହଯୋଗୀ ସଂଘକୁ ନିର୍ଦେଶ ଦିଆଯାଇଥିଲା। ପାଞ୍ଚଟି ମହାଦେଶ ପାଇଁ ଜଣେ ଲେଖାଏଁ ପ୍ରତିଯୋଗୀଙ୍କୁ ମନୋନୀତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଏସିଆ ମହାଦେଶକୁ ପ୍ରତିନିଧିତ୍ୱ କରିବା ପାଇଁ ଭାରତୀୟ ଅଲିମ୍ପିକ ଆସୋସିଏସନ (ଆଇଓଏ) ପକ୍ଷରୁ ଦୀପିକାଙ୍କ ନାମ ସୁପାରିସ କରାଯାଇଥିଲା। ଏଭଳି ଏକ ସୁଯୋଗ ମିଳିଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ବୋଲି ଦୀପିକା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଏଥିପାଇଁ ସେ ଆଇଓଏ କର୍ତ୍ତୃପକ୍ଷଙ୍କୁ ଆନ୍ତରିକ କୃତଜ୍ଞତା ମଧ୍ୟ ଜଣାଇଛନ୍ତି।

Leave A Reply