www.samajalive.in
Saturday, December 13, 2025
27.1 C
Bhubaneswar

୧୬୫ ବର୍ଷ ପରେ ଏଭଳି ସଂଯୋଗ, ପିତୃପକ୍ଷର ୧ ମାସ ପରେ ଆସିବ ନବରାତ୍ରି

ପ୍ରତିବର୍ଷ ପିତୃପକ୍ଷ ସମାପନ ହେବାର ପରଦିନ ନବରାତ୍ରି ଆରମ୍ଭ ହୋଇଥାଏ ଏବଂ ଘଟ ସ୍ଥାପନ ସହ ନବ ଦିନ ବ୍ୟାପି ନବରାତ୍ରି ପୂଜା ଆରମ୍ଭ ହୋଇଥାଏ। ଅର୍ଥାତ ପିତୃ ଅମାବାସ୍ୟା ପରଦିନ ପ୍ରତିପଦାଠାରୁ ଶାରଦୀୟ ନବରାତ୍ର ଆରମ୍ଭ ହୁଏ ଯାହା ଚଳିତ ବର୍ଷ ହେବ ନାହିଁ। ଚଳିତ ଥର ଶ୍ରାଦ୍ଧ ପକ୍ଷ ଶେଷ ହେବା ମାତ୍ରେ ଅଧିମାସ ଆରମ୍ଭ ହେବ। ଫଳରେ ନବରାତ୍ରି ଓ ପିତୃପକ୍ଷ ମଧ୍ୟରେ ଏକ ମାସର ଅନ୍ତର ରହିବ। ତେଣୁ ଆଶ୍ୱିନ ମାସରେ ମଳ ମାସ ପଡିବା ଓ ଏକ ମାସ ବ୍ୟବଧାନରେ ଦୁର୍ଗା ପୂଜା ସଂଗଠିତ ହେବା ଭଳି ସଂଯୋଗ ୧୬୫ ବର୍ଷ ପରେ ଘଟିବାକୁ ଯାଉଛି।

ଅଧି ବର୍ଷ ବା ଲିପ ଇୟର ଯୋଗୁ ଏଭଳି ହେଉଛି। ତେଣୁ ଚତୁର୍ମାସ ଏଥର ୪ ମାସ ବଦଳରେ ପାଞ୍ଚ ମାସ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୧୬୦ ବର୍ଷ ପରେ, ଉଭୟ ଅଧି ବର୍ଷ ଏବଂ ଅଧିକ ମାସ ଗୋଟିଏ ବର୍ଷରେ ପଡୁଛି ଫଳରେ ଏହି ସମୟ ମଧ୍ୟରେ ବିବାହ, ମାନସିକ ଲଣ୍ଡା ହେବା ଓ କର୍ଣ୍ଣ ଛେଦନ ଭଳି ବିଧି ହେବ ନାହିଁ। ଏହି ଅବଧିରେ ପୂଜା, ଉପବାସ ଏବଂ ଧ୍ୟାନ ବିଶେଷ ଗୁରୁତ୍ୱପୂର୍ଣ୍ଣ | ଏହି ସମୟରେ ମହାଦେବ ଶୟନ କରିଥାନ୍ତି ଓ ଦେବଥାନ ଏକାଦଶୀ ପରେ ଜାଗ୍ରତ ହୁଅନ୍ତି।

- Advertisement -

ଏହି ବର୍ଷ ଶ୍ରାଦ୍ଧ ୨୦୨୦ ସେପ୍ଟେମ୍ବର ୧୭ରେ ଶେଷ ହେବ। ଏହାର ପର ଦିନ ଅଧିକ ମାସ ଆରମ୍ଭ ହେବ ଓ ତାହା ଅକ୍ଟୋବର ୧୬ ପର୍ଯ୍ୟନ୍ତ ଚାଲିବ। ଏହା ପରେ ଅକ୍ଟୋବର ୧୭ରୁ ନବରାତ୍ରୀ ଉପବାସ ପାଳନ କରାଯିବ। ନଭେମ୍ବର ୨୫ରେ ଦେବଥାନ ଏକାଦଶୀରେ ଚାତୁର୍ମାସ ଶେଷ ହେବ। ଏହା ପରେ ବିବାହ, ମାନସିକ ଲଣ୍ଡା ହେବା ଓ କର୍ଣ୍ଣ ଛେଦନ ଭଳି ବିଧି ଅନୁଷ୍ଠିତ ହେବ।

ଅଧିମାସ କଣ?
ଏକ ସୂର୍ଯ୍ୟ ବର୍ଷ ୩୬୫ ଦିନ ଏବଂ ପ୍ରାୟ ୬ ଘଣ୍ଟା ହୋଇଥିବାବେଳେ ଏକ ଚନ୍ଦ୍ର ବର୍ଷ ୩୫୪ ଦିନ ବୋଲି ବିବେଚନା କରାଯାଏ। ଦୁଇ ବର୍ଷ ମଧ୍ୟରେ ପ୍ରାୟ ୧୧ ଦିନର ପାର୍ଥକ୍ୟ ଅଛି। ଏହି ପାର୍ଥକ୍ୟ ପ୍ରତି ତିନି ବର୍ଷରେ ପ୍ରାୟ ଏକ ମାସ ସହିତ ସମାନ ହୋଇଯାଏ। ଏହି ପାର୍ଥକ୍ୟକୁ ଦୂର କରିବା ପାଇଁ, ପ୍ରତି ତିନି ବର୍ଷରେ ଗୋଟିଏ ଚନ୍ଦ୍ର ମାସ ଅତିରିକ୍ତ ଆସେ, ତେଣୁ ଅତ୍ୟଧିକ ହେତୁ ଏହାର ନାମ ଅଧିମାସ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories