www.samajalive.in
Sunday, December 7, 2025
26.1 C
Bhubaneswar

ମସଜିଦ ଭାଙ୍ଗି ଚୀନ ନିର୍ମାଣ କରୁଛି ଶୌଚାଳୟ; ମଦ-ସିଗାରେଟ୍ ଦୋକାନ; ୩ ବର୍ଷରେ ଭାଙ୍ଗିଲାଣି ୧୦ ହଜାର ମସଜିଦ

୩ ବର୍ଷରେ ସିଂଜିୟାଙ୍ଗ ପ୍ରଦେଶରେ ଭାଙ୍ଗିଲାଣି ୧୦ହଜାର ମସିଜିଦ

ୱିଗର ମୁସଲମାନ ମହିଳାଙ୍କର କରାଯାଉଛି ବଳପୂର୍ବକ ଗର୍ଭପାତ

ବେଜିଂ: ଚୀନରେ କମ୍ୟୁନିଷ୍ଟ ସରକାର ପୁଣିଥରେ ମୁସଲିମ୍ ବିରୋଧୀ ମନୋଭାବ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ୱିଗର ମୁସଲମାନଙ୍କ ପରମ୍ପରା ଓ ସଂସ୍କୃତି ନଷ୍ଟ କରିବା ନିମନ୍ତେ ସିଂଜିୟାଙ୍ଗ ପ୍ରଦେଶରେ ମସଜିତ୍ ଭାଙ୍ଗି ସେହି ସ୍ଥାନରେ ସର୍ବସାଧାରଣ ଶୌଚାଳୟ ନିର୍ମାଣ କରାଯାଇଛି । ଏହି ଅଞ୍ଚଳରେ ଶୌଚାଳୟର କୌଣସି ଆବଶ୍ୟକତା ନ ଥିଲେ ମଧ୍ୟ ଚୀନ ସରକାର ଏପରି ପଦକ୍ଷେପ ଗ୍ରହଣ କରିଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ସିଂଜିୟାଙ୍ଗ ପ୍ରଦେଶର ସୁଂଗାଙ୍ଗ ଗାଁରେ ଥିବା ମସଜିଦକୁ କିଛି ମାସ ତଳେ ଭାଙ୍ଗି ଦିଆଯାଇଥିଲା ଓ ଏହାପରେ ଏଠାରେ ଶୌଚାଳୟ ନିର୍ମାଣ କରାଯାଇଛି ।

ଏହି ଗାଁର ପ୍ରତ୍ୟେକ ପରିବାରର ନିଜସ୍ବ ଶୌଚାଳୟ ରହିଛି । ଏହି ଗାଁକୁ କେହି ବାହାରର ଲୋକ ବା ପର୍ଯ୍ୟଟକ ଆସନ୍ତା ନାହିଁ । ଏହା ସତ୍ବେ ମସଜିଦ ଭାଙ୍ଗି ଶୌଚାଳୟ ନିର୍ମାଣ କରି ମୁସଲମାନମାନଙ୍କ ସଂସ୍କୃତିକୁ ନଷ୍ଟ କରିବାକୁ ଉଦ୍ୟମ  ହୋଇଛି  ।ଗ୍ରାମବାସୀ କହିଛନ୍ତି ଯେ ସେମାନଙ୍କ ସଂସ୍କୃତିକୁ ପୁରା ନଷ୍ଟ କରାଯିବାକୁ ସରକାର ଯୋଜନା କରିଛନ୍ତି ଓ ଏହି ଅଞ୍ଚଳର ୭୦% ମସଜିଦ୍ ନଷ୍ଟ କରାଯାଇ ସାରିଲାଣି । ଏହା ପୂର୍ବରୁ ଅଜନା ଅଞ୍ଚଳରେ ଏକ ମସଜିଦ ଭଙ୍ଗା ଯାଇଥିଲା ଓ ସେହି ସ୍ଥାନରେ ଇସଲାମରେ ବାରଣ ହୋଇଥିବା ମାଦକ ସାମଗ୍ରୀ   ମଦ ଓ ସିଗାରେଟ ଦୋକାନ ଖୋଲାଯାଇଛି । ସେହିପରି ହୋଟନ ସହରରେ ଏକ ମସଜିତ ଭାଙ୍ଗି ସେଠାରେ ଅନ୍ତର୍ବାସ ପ୍ରସ୍ତୁତ କାରଖାନା ଆରମ୍ଭ କରାଯାଇଛି ।

- Advertisement -

ୱିଗର ମୁସଲମାନ ମାନବାଧିକାର ପ୍ରକଳ୍ପ ନାମକ ସଂସ୍ଥା ଅନୁସାରେ ବେଜିଂ ସରକାର ଗତ ୩ ବର୍ଷରେ କେବଳ ସିଂଜିୟାଙ୍ଗ ପ୍ରଦେଶରେ ୧୦ହଜାରରୁ ୧୫ ହଜାର ମସଜିଦ୍ ନଷ୍ଟ କରିଛନ୍ତି ।  ସାଟେଲାଇଟ ଚିତ୍ରକୁ ଆଧାରକରି ଗାର୍ଡ଼ିଆନରେ ପ୍ରକାଶିତ ଏକ ଖବରରେ ଚୀନ ସରକାର ଟକଲାମକାନ ମରୁଭୂମିରେ ଏକ ଧାର୍ମିକ ସ୍ଥଳ ଭାଙ୍ଗି ଦିଆଯାଇଛି ଏହି ଧାର୍ମିକ ସ୍ଥଳ ହୋଟନ ଅଞ୍ଚଳର ମୁସଲମାନଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ଥିଲା । ମସଜିଦ ଭଙ୍ଗାଯିବା ପରେ ଏହି ସ୍ଥାନ ଶୂନଶାନ ହୋଇ ଯାଇଛି ।

ଚୀନରେ ପ୍ରାୟ ୨୨ ନିୟୁତ ମୁସଲମାନ ବସବାସ କରନ୍ତି । ଏମାନଙ୍କ ମଧ୍ୟରୁ ୧୧% ୱିଗର ସମ୍ପ୍ରଦାୟର । ଏହି ସମ୍ପ୍ରଦାୟକୁ ଚୀନରୁ ଲୋପ କରିଦେବାକୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଚାହୁଁଥିବା କୁହାଯାଉଛି । ଏମାନଙ୍କର ଜନସଂଖ୍ୟା ନିୟନ୍ତ୍ରଣ ନିମନ୍ତେ ନିଷ୍ଠୁର ଅଭିଯାନ ଆରମ୍ଭ କରିଛି ଚୀନ । ୱିଗର ମହିଳାମାନଙ୍କର ବଳପୂର୍ବକ ଗର୍ଭପାତ କରାଯାଉଛି ଓ ଲକ୍ଷଲକ୍ଷ ୱିଗର ଡ଼ିଟେନସନ କ୍ୟାପରେ କଏଦ ହୋଇ ରହିଛନ୍ତି ଓ ପ୍ରତାଡ଼ିତ ହେଉଛନ୍ତି । ଏହା ସତ୍ତ୍ବେ ମୁସଲମାନ ଦେଶଗୁଡ଼ିକ ଚୁପ୍ ହୋଇ ବସିଛନ୍ତି । ପାକିସ୍ଥାନ, ତୁର୍କୀ, ମାଲେସିଆ ପରି ଦେଶଗୁଡ଼ିକ କାଶ୍ମୀରକୁ ନେଇ ଚିନ୍ତାପ୍ରକଟ କରୁଥିବାବେଳେ ୱିଗର ମୁସଲମାନଙ୍କ ପ୍ରସଙ୍ଗ ନେଇ ପୁରା ଚୁପ୍ ହୋଇ ଯାଇଛନ୍ତି ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories