କାନ୍ଥ ଭୁଶୁଡ଼ି ଦୁଇ ମୃତ, ଦୁଇ ଗୁରୁତର

0

ସମ୍ବଲପୁର: ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଅନ୍ତର୍ଗତ ଡେଙ୍ଗସାହି ଗ୍ରାମରେ ଘଟିଛି ଅଘଟଣ। ସେହି ଗ୍ରାମର କେନାଲ୍‍ପଡ଼ା ସାହିରେ ଏକ ଘର ଭୁଶୁଡ଼ି ଗୋଟିଏ ପରିବାରର ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି।
ପରିବାରର ୬ ଜଣ ସଦସ୍ୟ ଶୋଇଥିବା ବେଳେ ରାତି ପ୍ରାୟ ୨ଟା ବେଳେ ଘର ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା। ଏଥିରେ ଚଞ୍ଚଳା ପ୍ରଧାନ(୬୦) ଓ ତାଙ୍କ ଝିଅ ଭାଗ୍ୟବତୀ ପ୍ରଧାନ(୧୫)ଙ୍କ ମୃତ୍ୟୁ ଘଟିଛି। ଚଞ୍ଚଳାଙ୍କ ପୁଅ କାର୍ତ୍ତିକ ପ୍ରଧାନ(୧୮) ଓ ଶକ୍ତି ପ୍ରଧାନ(୧୧) ଗୁରୁତର ହୋଇଛନ୍ତି।
ପ୍ରବଳ ବର୍ଷା ଯୋଗୁଁ ଝାଟିମାଟି ଘରଟି ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ଅଘଟଣ ପରେ ସାହି ଲୋକେ ପରିବାର ଲୋକଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ଚଞ୍ଚଳା ଓ ଭାଗ୍ୟବତୀଙ୍କୁ ମୃତ ଘୋଷଣା କରିଥିଲେ। କାର୍ତ୍ତିକ ଓ ଶକ୍ତି ଚିକିତ୍ସାଧୀନ ଅଛନ୍ତି। ଅନ୍ୟ ଦୁଇ ଜଣ ବର୍ତ୍ତି ଯାଇଛନ୍ତି।

Leave A Reply