ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଇନ୍ଦ୍ରଜିତ ମହାନ୍ତି କୋରୋନାରେ ଆକ୍ରାନ୍ତ
ଜୟପୁର: ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଇନ୍ଦ୍ରଜିତ ମହାନ୍ତି କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କର କୋଭିଡଟେଷ୍ଟ ପରେ ପଜିଟିଭ୍ ଥିବା ଜଣାପଡିଛି। ଏନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟ୍ବିଟ କରି ସୂଚନା ଦେଇଛନ୍ତି । ସେ ମୁଖ୍ୟ ବିଚାରପତି ଇନ୍ଦ୍ରଜିତ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।
I have come to know Chief Justice of #Rajasthan High Court, Sh. Indrajit Mahanty has tested positive for #Covid_19…concerned about his health. Wish him a speedy recovery.
— Ashok Gehlot (@ashokgehlot51) August 15, 2020
ଓଡ଼ିଆ ପୁଅ ଇନ୍ଦ୍ରଜିତ ମହାନ୍ତି ଏହାପୂର୍ବରୁ ମୁମ୍ଵାଇ ହାଇକୋର୍ଟରେ ସିନିୟର ବିଚାରପତି ଭାବେ କାର୍ୟ୍ୟରତ ଥିଲେ । ଜଷ୍ଟିସ ଇନ୍ଦ୍ରଜିତଙ୍କ ଜନ୍ମ ୧୧ ନଭେମ୍ଵର ୧୯୬୦ରେ କଟକରେ ହୋଇଥିଲା । ସେ ପଶ୍ଚିମବଙ୍ଗର ଦାର୍ଜିଲିଂରୁ ସ୍କୁଲ ଶିକ୍ଷା ଶେଷ କରିଥିଲେ। ପରେ ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ଓକିଲାତି ପଢିଥିଲେ । ଏହାପରେ ଇଂଲଣ୍ଡର କେମ୍ବ୍ରିଜ ସ୍କୁଲରୁ ଏଲଏଲଏମ ପାଠ ଶେଷ କରିଥିଲେ । ୧୯୮୯ରୁ ୨୦୦୬ ପର୍ୟ୍ୟନ୍ତ ଓଡ଼ିଶା ବାର୍ କାଉନସିଲର ସଦସ୍ୟ ରହିଥିଲେ । ୨୦୦୬ରେ ଓଡ଼ିଶା ହାଇକୋର୍ଟର ଜର୍ଜ ହୋଇଥିଲେ ।
Comments are closed.