ଲୁଣ ସଙ୍କଟ ଆଶଙ୍କା

0

ରାଜକୋଟ :ଆଗକୁ ଦେଶରେ ଲୁଣ ସଙ୍କଟ ଦେଖାଦେବା ଦେବା ନେଇ ଆଶଙ୍କା ସୃଷ୍ଟି ହୋଇଛିା ପରିବହନଜନିତ ସମସ୍ୟା ଏଭଳି ପରିସ୍ଥିତି ସୃଷ୍ଟି କରିଛି। ଗୁଜରାଟ ଗାନ୍ଧିଧାମର କଚ୍ଛଠାରେ ପାଖାପାଖି ୮ ଲକ୍ଷ ଟନ୍‌ ଲୁଣ ଗଦା ହୋଇପଡିରହିଛିା ଏହି ଲୁଣଗୁଡିକର ପରିବହନ ପାଇଁ ଟ୍ରେନ ରାକ୍‌ର ଅଭାବ ରହିଛି । ଏହା ଫଳରେ ବିଶୋଧନାଗାରରେ ଟନ୍‌ ଟନ୍‌ ପରିମାଣର ଲୁଣ ଗଦା ହୋଇପଡିଛି ।
ଗୁଜରାଟରେ ରହିଥିବା ମୋଟ ୨୪ ଲୁଣ ବିଶୋଧନାଗାର ମଧ୍ୟରୁ କେବଳ ଗାନ୍ଧିଧାମରେ ୧୪ ବିଶୋଧନାଗାର ରହିଛି । କୃଷି ଋତୁକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସରକାର ସାର ପରିବହନ ଉପରେ ଗୁରୁତ୍ଵ ଦେଉଥିବା​‌​‌ ଦୃଷ୍ଟିରୁ ଲୁଣ ପରିବହନ ପ୍ରଭାବିତ ହେଉଛିା ଗୁଜରାଟର କାଣ୍ଡଲା, ମୁନ୍ଦ୍ରା ଏବଂ କଚ୍ଛର ଟୁନା ବନ୍ଦରରୁ ସାର ପରିବହନ କରିବା ଲାଗି ଅଗ୍ରାଧିକାର ଭିତ୍ତିରେ ରାକ୍‌ ଯୋଗାଇ ଦିଆଯାଉଛି । ଏହା ଫଳରେ ଲୁଣ ପରିବହନ ଲାଗି ଆବଶ୍ୟକ ସଂଖ୍ୟାରେ ରାକ୍‌ ଉପଲବ୍ଧ ହେଉନାହିାଁ ଏହାଛଡା କାଣ୍ଡଲା, ମାନ୍ଦ୍ରା ଏବଂ କଚ୍ଛର ଟୁନା ବନ୍ଦରରେ ୧୭ ଲକ୍ଷ ଟନ୍‌ର ସାର ପଡିଛି । ବର୍ତ୍ତମାନ କୃଷି ପାଇଁ ବୁଣାବୁଣି କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ଯୋଗୁ ଏହି ସବୁ ବନ୍ଦରରୁ ସାର ପରିବହନ ଉପରେ ଗୁରୁତ୍ଵ ଦିଆଯାଇଛି। ଗାନ୍ଧିଧାମାରେ ରହିଥିବା ଲୁଣ ଉତ୍ପାଦନକାରୀଙ୍କ ମଧ୍ୟରୁ ଅନେକ ଦେଶର ଅଗ୍ରଣୀ ‌ବ୍ରାଣ୍ଡେଡ୍‌ ଆୟୋଡିନ୍‌ଯୁକ୍ତ ଲୁଣ ବିକ୍ରେତା । ମସସ୍ୟା ଉପରେ ମତ ରଖି ଗୁଜରାଟ ଲୁଣ ବିଶୋଧନକାରୀ ସଂଘର ସଭାପତି ବଚ୍ଚୁ ଆହିର କହିଛନ୍ତି ଯେ, ଲୁଣ ପରିବହନ ପାଇଁ ଦୈନିକ ଆମେ ଅତିକମ୍‌ରେ ୫ ଟ୍ରେନ ରାକ୍‌ ଆବଶ୍ୟକ କରୁଛୁ, କିନ୍ତୁ ଆମକୁ ଏବେ ମିଳୁଛି ମାତ୍ର ୨-୩ ରାକ୍‌ । ଏହା ଫଳରେ ପରିବହନ ଜନିତ ସସମ୍ୟା ଦେଖାଦେଇ ବହୁ ପରିମାଣରେ ଲୁଣ ପରିବହନ ହୋଇ ନ ପାରି ପଡିରହୁଛି । ଖାରା​‌​‌ଘୋଡା, ହାଲ୍‌ଭାଡ୍‌ ଏବଂ ସନ୍ତଳାପୁର ଭଳି ସ୍ଥାନରେ ରାକ୍‌ର ବହୁ ମାତ୍ରାରେ ଆବଶ୍ୟକ ରହିଥିବା ସେ କହିଛନ୍ତି ।
ରେଳବାଇ ପକ୍ଷରୁ ଗାନ୍ଧିଧାମରୁ ଦୁଇ ପ୍ରକାରର ରାକ୍‌ ଚଳାଯାଉଛି । ୪୨ ୱାଗନ୍‌ ରାକ୍‌ ୨୬୦୦ ଟନ୍‌ର ଲୁଣ ପରିବହନ କରୁଥିବାବେଳେ ୫୮ ୱାଗନ୍‌ ରାକ୍‌ ର ବହିନ କ୍ଷମତା ୪୦୦୦ ଟନ୍‌ ରହିଛିା ରାକ୍‌ର ଅଭାବ ଯୋଗୁ ସେଠାରେ ବହୁ ସଂଖ୍ୟାରେ ୟୁନିଟ୍‌ ଉତ୍ପାଦନରେ ହ୍ରାସ ଘଟାଇ ବର୍ତ୍ତମାନ ସମୟରେ ରପ୍ତାନି ଉପରେ ଗୁରୁତ୍ଵ ଦେଉଛନ୍ତି । ଯଦି ଏଭଳି ପରିସ୍ଥିତି ଜାରି ରୁହେ ତେବେ ଦେଶରେ ଆଗାମୀ ଦିନରେ ଲୁଣର ଅଭାବ ଦେଖାଦେବ ​‌ବୋଲି ସେ କହିଛନ୍ତିା
ପ୍ରସଙ୍ଗ ଉପରେ ମତ ରଖି ପଶ୍ଚିମ ରେଳପଥର ଗାନ୍ଧିଧାମ ଏରିଆ ମ୍ୟାନେଜର ଆଦିଶ ପଠାଣିିଆ କହିଛନ୍ତି ଯେ, ଚଳିତବର୍ଷ ସାର ବହୁତ ଚାହିଦା ରହିଛିା ସେଥିପାଇଁ ଆମେ ଲୁଣ ଲୋଡିଂ କରିବା ପାଇଁ ପର୍ୟ୍ୟାପ୍ତ ସଂଖ୍ୟାରେ ରାକ୍‌ ଯୋଗାଇ ପାରୁନାହୁଁ। ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ରାକ୍‌ ସଂଖ୍ୟାରେ ୮%ରୁ ୧୦% ହ୍ରାସ ଘଟିଛି । ବର୍ତ୍ତମାନ ବୁଣାବୁଣିର ସମୟ । ୧୭ ଲକ୍ଷ ଟନ୍‌ର ସାର ୩ ବନ୍ଦରରେ ପଡିରହିଛି । ଇଫ୍‌କୋ ମଧ୍ୟ ଏହିସବୁ ସାରକୁ ପରିବହନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ସମସ୍ୟା ଉପରେ ଲୁଣ ଉତ୍ପାଦନକାରୀ ସଂଘ ପକ୍ଷରୁ ନିକଟରେ ରେଳ ରାଷ୍ଟ୍ରମନ୍ତ୍ରୀ ରାଜେନ ଗୋହେନ୍‌ଙ୍କୁ ଅବଗତ କରାଯାଇଥିଲା।

kalyan agarbati
Leave A Reply