ମୁଖ୍ୟମନ୍ତ୍ରୀ ନବୀନଙ୍କ ଡ଼୍ରାଇଭର ସାଜିଲେ ୫-ଟି ସଚିବ ପାଣ୍ଡିଆନ
ଭୁବନେଶ୍ଵର: ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ଆଜି ଦେଖିବାକୁ ମିଳିଛି ଏକ ନୂଆ ଘଟଣା । ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ କରିବାକୁ ଆସିବା ବେଳେ ୫ଟି ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିରେ ଡ଼୍ରାଇଭର ସାଜିଛନ୍ତି । ରାଜ୍ୟ ଇତିହାସରେ ଏପରି ଘଟଣା ବିରଳ ଓ କୌଣସି ସଚିବ ମୁଖ୍ୟମନ୍ତ୍ରୀଙ୍କୁ ପତାକା ଉତ୍ତୋଳନ ନିମନ୍ତେ ଗାଡ଼ି ଚଳାଇ ସମାବେଶସ୍ଥଳକୁ ଆଣିବା ପ୍ରଥମ ଘଟଣା ।
କରୋନାକାଳରେ ସାମାଜିକ ଦୂରତ୍ଵକୁ ଯଥେଷ୍ଟ ଗୁରୁତ୍ଵ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ କିଛିମାସ ହେଲା ଅତି ଜରୁରୀ ନ ଥିଲେ ସେ ନବୀନ ନିବାସରୁ ବାହାରି ନାହାନ୍ତି । ସେଠାରୁ ତାଙ୍କର ଅଫିସ କାର୍ଯ୍ୟ ସମ୍ପାଦନ କରୁଛନ୍ତି । କ୍ୟାବିନେଟ୍ ବୈଠକ, ରାଜ୍ୟମନ୍ତ୍ରୀ ପରିଷଦ ବୈଠକ, ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା, କରୋନା ସଂକ୍ରାନ୍ତ ସମୀକ୍ଷା, ବିଭିନ୍ନ ଜିଲାପାଳଙ୍କ ସହ ଆଲୋଚନା, ସଚିବସ୍ତରୀୟ ଆଲୋଚନା ଆଦିରେ ନିଜ ବାସଭବନରୁ ଭିଡ଼ିଓ କନଫରେନ୍ସିଂରେ ସକ୍ରିୟ ରହୁଛନ୍ତି । କରୋନା ଯୋଗୁଁ ସ୍ବାଧୀନତା ଦିବସ ନିରଡ଼ମ୍ବର ଭାବରେ ପାଳନ କରାଯାଉଛି । ତେଣୁ ସୁରକ୍ଷା ଦୃଷ୍ଟିରୁ ଡ଼୍ରାଇଭର ବଦଳରେ ନିଜେ ଶ୍ରୀ ପାଣ୍ଡିଆନ ଗାଡ଼ି ଚଳାଇଥିବା କୁହାଯାଇଛି ।
Comments are closed.