www.samajalive.in
Friday, December 5, 2025
17.1 C
Bhubaneswar

କଂଗ୍ରେସ ଓଡ଼ିଶାର ଝିଅ ରାଷ୍ଟ୍ରପତିଙ୍କୁ ଅପମାନିତ କରିଛି: ମୋଦୀ

ବରଗଡ଼: ଓଡ଼ିଶାରେ ସରକାର କିଏ ଚଳାଉଛି ? ଏଠାରେ ସିଏମ(ମୁଖ୍ୟମନ୍ତ୍ରୀ)ଙ୍କ ଉପରେ ଜଣେ  ସୁପର୍‌ ସିଏମ୍‌ ଅଛନ୍ତି। କିନ୍ତୁ ଏଥର ବିଜେପି ସରକାର ଗଠନ କଲେ ଓଡ଼ିଆ ପୁଅଝିଅଙ୍କ ହାତରେ ଓଡ଼ିଶାର ଶାସନ କ୍ଷମତା ରହିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବରଗଡ଼ରେ ଆୟୋଜିତ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ଯୋଗଦେଇ ଉଭୟ ବିଜେଡି ଏବଂ କଂଗ୍ରେସକୁ କଡ଼ା ସମାଲୋଚନା କରିଥିଲେ।

ସେହିପରି କଂଗ୍ରେସ ରାଷ୍ଟ୍ରପତିଙ୍କୁ ଅପମାନିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ଏହି ଦଳ କେବଳ ରାଷ୍ଟ୍ରପତିଙ୍କୁ ନୁହେଁ, ସମଗ୍ର ଆଦିବାସୀ ସମାଜକୁ ଅପମାନିତ କରିଛି ବୋଲି କହିଥିଲେ। ମୋଦୀ କହିଥିଲେ ଯେ, କିଛିଦିନ ତଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଯୋଧ୍ୟା ଯାଇଥିଲେ। ରାଷ୍ଟ୍ରପତି ରାମମନ୍ଦିର ଯାଇ ରାମଲାଲାଙ୍କୁ ଦର୍ଶନ କରିଥିଲେ। ରାଷ୍ଟ୍ରପତି ଫେରିବା ପରଦିନ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶାର ଝିଅ ରାଷ୍ଟ୍ରପତିଙ୍କୁ ଅପମାନିତ କରିଥିଲା। ରାମମନ୍ଦିରକୁ ଗଙ୍ଗାଜଳରେ ଧୋଇବାକୁ କହିଥିଲା କଂଗ୍ରେସ। ଏମିତି କହି କଂଗ୍ରେସ ରାଷ୍ଟ୍ରପତିଙ୍କୁ ଅପମାନିତ କରିଥିଲା।

- Advertisement -

ପ୍ରଧାନମନ୍ତ୍ରୀ କହିଥିଲେ, ବିଜେଡି ସରକାର ଏଠାରେ ବିକାଶ କାର୍ଯ୍ୟରେ ବିଫଳ ହୋଇଛି। ଓଡ଼ିଶାରେ ସରକାର ପୂରା ଆଉଟସୋର୍ସ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଉପରେ ଜଣେ ସୁପର ସିଏମ ହୋଇଗଲେଣି। ଯିଏ ଓଡ଼ିଶାକୁ ଜାଣିନି, ତା’ ହାତକୁ ଓଡ଼ିଶା ଯିବା ଉଚିତ କି ? ମୋ ଓଡ଼ିଶାକୁ ବଞ୍ଚାଇବାକୁ ଆପଣମାନଙ୍କୁ ପ୍ରାର୍ଥନା କରୁଛି ବୋଲି ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ। ଅପାର ପ୍ରାକୃତିକ ସମ୍ପଦରେ ଭରପୂର ଓଡ଼ିଶା ଗରିବ ହୋଇ ରହିଛି। ସବୁ ଧନସମ୍ପତ୍ତି ବିଜେଡି ନେତାଙ୍କ ଘରକୁ ପଳାଉଛି ବୋଲି ମୋଦୀ କହିଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

Related Articles

Popular Categories