www.samajalive.in
Saturday, December 6, 2025
16.1 C
Bhubaneswar

ଅଙ୍ଗନବାଡ଼ି କର୍ମୀ ଅର୍ଣ୍ଣପୂର୍ଣ୍ଣା ଚୌଧୁରୀଙ୍କୁ ପ୍ରଶଂସା, ସ୍ବାଧୀନତା ଦିବସରେ ପୁରସ୍କୃତ ହେବେ

ପାତ୍ରପୁର: ନିଜେ ଅସୁସ୍ଥ ହୋଇ ମଧ୍ୟ କରୋନା ସଚେତନତା ଲଢେ଼ଇରେ ଯୋଦ୍ଧା ଭାବେ ଅାଗ ଧାଡ଼ିରେ ରହି ଅନ୍ୟ ମାନଙ୍କ ପାଇଁ ଉତ୍ସାହ ସୃଷ୍ଟି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପ୍ରଶଂସିତ ହୋଇଛନ୍ତି ବଳରାମ ପୁର ଅଙ୍ଗନବାଡି କର୍ମୀ ଅର୍ଣ୍ଣପୂର୍ଣ୍ଣା ଚୌଧୁରୀ। କରୋନା ସେ ଡରି ନଥିଲେ, କିନ୍ତୁ କିଭଳି ବିଜୟୀ ହେବେ ସେଥିପାଇଁ ଲଢ଼ିଥିଲେ। ତେଣୁ ତାଙ୍କୁ କରୋନା ଯୋଦ୍ଧା ଭାବେ ସ୍ବାଧୀନତା ଦିବସରେ ସମ୍ମାନିତ କରାଯିବ। ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଥିବା ପାତ୍ରପୁର ବ୍ଳକ ଗୁଡିପଦର ପଞ୍ଚାୟତ ବଳରାମପୁର ଗ୍ରାମର ଅଙ୍ଗନବାଡି କର୍ମୀ ଭାବେ ନିଷ୍ଠାର ସହ କାର୍ଯ କରୁଥିଲେ ଅର୍ଣ୍ଣପୂର୍ଣ୍ଣା ଚୌଧୁରୀ। ମୁଣ୍ଡବ୍ୟଥା ଯୋଗୁ ପ୍ରବଳ ଯନ୍ତ୍ରଣା ଅନୁଭବ ପରେ ମାର୍ଚ୍ଚ ୬ରେ ଚିକିତ୍ସା ପାଇଁ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଥିଲେ। ମାର୍ଚ୍ଚ ୬ରେ ତାଙ୍କର ମୁଣ୍ଡରେ ଅସ୍ତ୍ରୋପଚାର କରାଯାଇଥିଲା ଏବଂ ଡାକ୍ତର ତାଙ୍କୁ ୬ମାସ ବିଶ୍ରାମ ନେବାକୁ କହିଥିଲେ। ତେବେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସେ ବିଶ୍ରାମ ନନେଇ କାର୍ଯ୍ୟ କରିଥିଲେ। ଆମ ସ୍ୱାସ୍ଥ୍ୟ ଆମ ଦାଇତ୍ୱ ଠାରୁ ଆରମ୍ଭ ଘରୋଇ ଭ୍ରମଣ, ତଥ୍ୟ ସଂଗ୍ରହ ପ୍ରଭୁତି କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ। ଯାହାକୁ ନେଇ ଗତ ଏପ୍ରିଲ ୨୮ତାରିଖରେ ଖବର ପ୍ରକାଶ ପାଇଥିଲେ।


ଏହା ପରେ ଅଙ୍ଗନବାଡ଼ି କର୍ମୀ ଅର୍ଣ୍ଣପୂର୍ଣ୍ଣା ଚୌଧୁରୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ ଯୋଗେ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ତାଙ୍କର ଏହିଭଳି କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ପ୍ରସଂଶ।ର ସୁଅ ଛୁଟିଥିଲା। ଏବେ ବ୍ରହ୍ମପୁର ସବଡିଭିଜନ ଏକ ମାତ୍ର ଅଙ୍ଗନବାଡି କର୍ମୀ କେରୋନା ଯୋଦ୍ଧା ଭାବେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ପୁରସ୍କୃତ ହେବେ ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି। ଏହି ବ୍ଳକର ଜଣେ ଡାକ୍ତରଙ୍କ ସହିତ କରୋନା ଯୋଦ୍ଧା ଭାବେ ଅର୍ଣ୍ଣପୂର୍ଣ୍ଣା ଚୌଧୁରୀ ପୁରସ୍କୃତ ହେବେ ବୋଲି ଜଣାପଡ଼ିଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories