www.samajalive.in
Sunday, December 14, 2025
19.1 C
Bhubaneswar

ଗଣେଶ ପୂଜା ପାଇଁ କେନ୍ଦ୍ରୀୟ ରେଳବାଇ ଚଳାଇବ ୧୬୨ ସ୍ବତନ୍ତ୍ର ଟ୍ରେନ୍

ନୂଆଦିଲ୍ଲୀ: ଗଣେଶ ପୂଜା ଅବସରରେ ଅତିରିକ୍ତ ଭିଡ଼ ଦୂର କରିବା ନିମନ୍ତେ ଭାରତୀୟ ରେଳବାଇ ଛତ୍ରପତି ଶିବାଜୀ ଟର୍ମିନସ, ଲୋକମାନ୍ୟ ତିଳକ ଟର୍ମିନସ, ସାୱନ୍ତବାଡ଼ି ରୋଡ଼, କୁଡ଼ାଲ ଓ ରତ୍ନଗିରି ମଧ୍ୟରେ ୧୬୨ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ ବୋଲି ଘୋଷଣା କରିଛି । ଆଇଆରସିଟିସି ୱେବସାଇଟରେ ଏଥିପାଇଁ ଟିକେଟ୍ ବୁକିଂ ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ ।
କେନ୍ଦ୍ରୀୟ ରେଳବାଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଛତ୍ରପତି ଶିବାଜୀ ଟର୍ମିନସ (ସିଏସ୍ଏମଟି -ସାୱନ୍ତବାଡ଼ି ରୋଡ଼-ସିଏସଏମଟି ଟ୍ରେନ୍ ୧୫ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ । ସେହିପରି ଏଲଟିଟି-କୁଡ଼ାଲ ଟ୍ରେନ୍-ଏଲଟିଟି , ସିଏସଏମଟି-ସାୱନ୍ତବାଡ଼ି ରୋଡ଼-ସିଏସ୍ଏମଟି ଗୁଡ଼ିକ ମଧ୍ୟ ୧୬ଟି କରି ଟ୍ରିପ୍ କରିବ ବୋଲି ସୂଚନା ମିଳିଛି ।  ଅନ୍ୟପକ୍ଷରେ ଏଲଟିଟି-ରତ୍ନଗିରି-ଏଲଟିଟି ଟ୍ରେନ୍ ମଧ୍ୟ ଏହି ସମୟରେ ଚଳାଚଳ କରି ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଘୋଷିତ ସ୍ବତନ୍ତ୍ର ଟ୍ରେନଗୁଡ଼ିକ ସମସ୍ତ ମହାରାଷ୍ଟ୍ରରେ ଅର୍ଥାତ କୋଙ୍କଣ ରିଜିଅନରେ ଚଳାଚଳ କରିବ ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories