ଜାପାନରେ ୬.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ

0

ଟୋକିଓ: ପୁଣି ଅଳ୍ପ ଦିନ ବ୍ୟବଧାନରେ ଜାପାନରେ ୬.୦ ତୀବ୍ରତାର ଭୂମି କମ୍ପ ଅନୁଭୂତ ହୋଇଛି । ଜାପାନର ପୂର୍ବାଞ୍ଚଳରେ ଏହି ଭୂମି କମ୍ପ ଅନୁଭୂତ ହୋଇଥିବା ସେଠାକାର ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି ।

prayash

ଶନିବାର  ରାତି ପ୍ରାୟ ୮ଟା ୩୦ ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି ।  ହେଲେ ଏଥିରେ ସୁନାମୀ ବିପଦ ନ ଥିବା କଥା ଜାପାନର ପାଣିପାଗ ବିଜ୍ଞାନ କେନ୍ଦ୍ର ପ୍ରକାଶ କରିଛି । ଏହି ଭୂମି କମ୍ପର କେନ୍ଦ୍ର  ପ୍ରଶାନ୍ତ ମାହାସାଗରର ଚିବା ଅଞ୍ଚଳର ମହାସାଗର ତଳର ୫୦ କିଲୋମିରଟ ଆହୁରି ତଳକୁ ରହିଥିଲା ଜାପାନ ପାଣିପାଗ କେନ୍ଦ୍ର ପ୍ରକାଶ କରିଛି ।

ପ୍ରାଥମିକ ସୂଚନା ଅନୁସାରେ ନାରଟିଆ ବିମାନ ବନ୍ଦରର ଦୁଇଟି ରନ୍‌ ଓ୍ୱେ ଆଂଶିକ   ଭାବେ ନଷ୍ଟ ହୋଇଛି । ଏହି ଭୂମି କମ୍ପରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି ।

kalyan agarbati
Leave A Reply