www.samajalive.in
Monday, December 8, 2025
14.1 C
Bhubaneswar

କରୋନା ଟିକାକୁ ନେଇ ଚୀନ-ରୁଷ ଛକାପଞ୍ଝା

ବେଜିଂ: ରୁଷ ପ୍ରଥମେ କରୋନା ଟିକା ପ୍ରସ୍ତୁତ କରିଥିବା ଘୋଷଣା କରିଛି। ଏହି ଟିକାର ନାଁ ହେଉଛି ‘ସ୍ଫୁଟନିକ ବି’। ଆଗାମୀ ୨ ସପ୍ତାହ ଭିତରେ ଏହା ବଜାରକୁ ଆସିବ। କିନ୍ତୁ ଏହା ପୂର୍ବରୁ ରୁଷର ଦାବିକୁ ନେଇ ବିବାଦ ସୃଷ୍ଟି ହୋଇଛି। ଚୀନ ପ୍ରଥମେ କରୋନା ଟିକା ପ୍ରସ୍ତୁତ କରିଥିବା କହିବା ପରେ ଏହି ବିବାଦ ଆରମ୍ଭ ହୋଇଛି। ଆଗାମୀ ୨ ସପ୍ତାହ ମଧ୍ୟରେ ରୁଷ ଟିକା ବଜାରକୁ ଛାଡ଼ିବା ଯୋଜନା କରୁଥିବାବେଳେ ଚୀନ ବି ନିଜ ଟିକାକୁ ବଜାରକୁ ଆଣିବାକୁ ଦ୍ରୁତଗତିରେ ଉଦ୍ୟମ ଜାରି ରଖିଛି। ଫଳରେ କରୋନା ଟିକା ବଜାରକୁ ଆଣିବା ଲାଗି ଉଭୟ ଦେଶ ମଧ୍ୟରେ ଛକାପଞ୍ଛା ଚାଲିଛି।

ଚୀନ ବାରମ୍ବାର ପ୍ରଥମେ ଟିକା ପ୍ରସ୍ତୁତ କରିଥିବା ଦାବି କରି ଶ୍ରେୟ ନେବାକୁ ଚାହୁଁଛି। ଚୀନରେ ଏବେ ଟିକାର ୩ୟ ପର୍ଯ୍ୟାୟ ପରୀକ୍ଷଣ ଚାଲୁ ରହିଛି। ପିପୁଲ୍ସ ଲିବରେଶନ ଆର୍ମି(ପିଏଲଏ)ର ମେଜର ଜେନେରାଲ ଶେନ୍‌ ବିଙ୍କ ନେତୃତ୍ଵରେ ତିଆରି ହେଉଥିବା ଏହି ଟିକାର କ୍ଲିନିକାଲ ଟ୍ରାଏଲ ମାର୍ଚ୍ଚ ୧୬ରେ ଆରମ୍ଭ ହୋଇଥିବାବେଳେ ୨ୟ ପର୍ଯ୍ୟାୟ ପରୀକ୍ଷଣ ଏପ୍ରିଲ ୧୨ରେ ହୋଇଛି। ରୁଷ ଯେତେବେଳଠାରୁ କରୋନା ଟିକା ପ୍ରସ୍ତୁତ କରିବାର ଖବର ପ୍ରକାଶ କରିଛି, ସେବେଠାରୁ ଚୀନ ପ୍ରଥମେ ଟିକା ପ୍ରସ୍ତୁତ କରିଥିବା ଦାବି କରୁଛି। ଚୀନର କହିବା ଅନୁସାରେ, ରୁଷ ଯେଉଁ କାମ ଏବେ କରୁଛି, ଚୀନ ତାହା ଏପ୍ରିଲରେ ଶେଷ କରିଥିଲା। ଏଥିଲାଗି ଚୀନ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନର ବିବୃତ୍ତିକୁ ମଧ୍ୟ ଉଲ୍ଲେଖ କରିଛି। ଚୀନରେ ଏପ୍ରିଲ ମାସରେ ହୋଇଥିବା କ୍ଲିନିକାଲ ଟ୍ରାଏଲକୁ ଡବ୍ଲ୍ୟୁଏଚଓ ବିଶ୍ଵର ପ୍ରଥମ ପରୀକ୍ଷଣ ବୋଲି ସ୍ପଷ୍ଟ କରିଛି। ତେଣୁ ବିଶ୍ଵରେ ପ୍ରଥମେ ଟିକା ପ୍ରସ୍ତୁତ କରିଛୁ ବୋଲି ଚୀନ ଦାବି କରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories