www.samajalive.in
Friday, December 5, 2025
17.1 C
Bhubaneswar

ଦେଖନ୍ତୁ ଭିଡ଼ିଓ: ଝାରସୁଗୁଡ଼ାରେ ମାତିଛନ୍ତି ମାଫିଆ, ଜେସିବି ଲଗାଇ ଲୁଟୁଛନ୍ତି ମୋରମ

ମାଫିଆଙ୍କ କବଜାରେ ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର । ଜିଲାର ବିଭିନ୍ନ ସ୍ଥାନରୁ ବେଆଇନ ଭାବରେ ମୋରମ ଖୋଳି ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ମାଫିଆ । ଏଥିରେ ଖାଲି ମାଫିଆ ନୁହନ୍ତି, କିଛି ସରକାରୀ ବାବୁ ବି ସାମିଲ ଥିବା ଅଭିଯୋଗ ହେଉଛି । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ମୋରମ ବିକି ମାଫିଆ ନିଜ ଭଣ୍ଡାର ଭରୁଥିବାବେଳେ ସେହି ସ୍ଥାନକୁ ଖାଲୁଆ ଜାଗା ଦେଖାଇ ବିଭିନ୍ନ କମ୍ପାନୀରୁ ପାଉଁଶ ଆଣି ପୋତୁଛନ୍ତି ଆଉ ମାଲାମାଲ ହେଉଛନ୍ତି । ଝାରସୁଗୁଡ଼ା ଜିଲାର ବିଭିନ୍ନ ସ୍ଥାନରେ ଏପରି ଘଟିଛି ଆଉ ବ୍ରଜରାଜନଗର ଚଣ୍ଡୀ ମନ୍ଦିର ଯିବା ରାସ୍ତାରେ ଏହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ।

ଝାରସୁଗୁଡା ଜିଲ୍ଲାରେ ଲଘୁଖଣିଜ ସମ୍ପଦର ଖୋଲା ଖୋଲି ଲୁଟ ଚାଲିଛି । ଝାରସୁଗୁଡା ଜିଲାପାଳ ଙ୍କ କାର୍ଯ୍ୟାଳୟ ପଛପଟେ ପଞ୍ଚପଡାରେ  ବିଶାଳ ଅଞ୍ଚଳରେ ବେଆଇନ ମୋରମ ଖନନ କାର୍ଯ୍ୟ ଚାଲିଥିବା ବେଳେ ଏବେ ବ୍ରଜରାଜନଗର ଅଞ୍ଚଳରେ ଏକ ଚୋରା ମୋରମ ଖଣି ଠାବ କରାଯାଇଛି ।

- Advertisement -

ଲଘୁ ଖଣିଜ ଦ୍ରବ୍ୟର ବେଆଇନ ଉତ୍ତୋଳନ ଓ ଚୋରା ଚାଲାଣ  ବେଧଡକ ଚାଲିଛି। ସରକାର ବିପୁଳ ପରିମାଣର ରାଜସ୍ବ ହରାଉଛନ୍ତି । ମାତ୍ର ଏଦିଗରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ କାହିଁକି ଚୁପ୍ ହୋଇ ବସିଛନ୍ତି ତାହା ବିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି କରିଛି ।

ପ୍ରାକୃତିକ ସବୁଜିମାଭରା ଏହି ଅଞ୍ଚଳ ଏବେ ବିପଦରେ ପଡିଯାଇଛି । ବେଆଇନ ମୋରମ ଖନନ ପାଇଁ ଜଙ୍ଗଲ ନଷ୍ଟ ସହ ବହୁ ମୂଲ୍ୟବାନ ଗଛ ନଷ୍ଟ ହୋଇଛି । ମାଫିଆମାନେ  ପୋକଲିନ୍‌, ହାଇୱା ଲଗାଇ ମୋରମ ବୋହୁଛନ୍ତି। ବେଆଇନ୍‌ ଭାବେ ମୋରମ ଖୋଳି ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରୁଛନ୍ତି। ଝାରସୁଗୁଡ଼ା ଜିଲାରେ ମୋରମ ଚୋରା କାରବାର କରିବା ପାଇଁ ରୀତିମତ ଭାବେ ଏକ ର଼୍ୟାକେଟ୍‌ କାମ କରୁଛି ବୋଲି ବ୍ରଜରାଜନଗରବାସୀ ଅଭିଯୋଗ କରିଛନ୍ତି । ବାଲି ଚାଲାଣକୁ କଡାକଡି କରାଯିବା ପରେ ଏବେ ମୋରମ ଉପରେ ଦଲାଲଙ୍କ ନଜର ପଡିଛି। ଯେଉଁଠୁ ପାରୁଛନ୍ତି ଖୋଳି ନେଉଛନ୍ତି ବୋଲି ଅଭିଯୋଗ ହୋଇଛି । ଏହାକୁ ଯିଏ ବିରୋଧ କରୁଛନ୍ତି ସେମାନଙ୍କୁ ନାଲିଆଖି ଦେଖାଉଛନ୍ତି । ଏପରିକି ମାରପିଟ୍ କରିବାକୁ ପଛାଉ ନାହାନ୍ତି ।

ଏସମ୍ବନ୍ଧରେ ଝାରସୁଗୁଡା ତହସିଲଦାର ଦିଲୀପ ପ୍ରଧାନ କହିଛନ୍ତି ଯେ  ବ୍ରଜରାଜନଗର ଅଞ୍ଚଳରେ ସେ କାହାରିକୁ ମୋରମ ଖନନ କାର୍ଯ୍ୟ ପାଇଁ ଅନୁମତି  ଦିଆଯାଇ ନାହିଁ । ଯଦି ଏପରି କାର୍ଯ୍ୟ​‌ରେ କେହି ସମ୍ପୃକ୍ତ ଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ସେ କହିଛନ୍ତି ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories