ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା କଟରାବେଡା ଗ୍ରାମରେ ସମ୍ପର୍କୀୟ ଭାଇ ଭଉଣୀର ପବିତ୍ର ସମ୍ପର୍କରେ କଳଙ୍କଳର ଛିଟା ଲାଗିଛି। ସମ୍ପର୍କୀୟ ଭଉଣୀକୁ ଅସଦାଚରଣ କରିବା ଅଭିଯୋଗ ରେ ସମ୍ପର୍କୀୟ ଭାଇକୁ ଗିରଫ କରିଛି ଘଟଗାଁ ପୋଲିସ ।
ଘରେ କେହି ନଥିବା ସୁଯୋଗରେ ସମ୍ପର୍କୀୟ ଭଉଣୀ ଉପରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏକଥା ଜଣାପଡ଼ିବା ପରେ ପୀଡିତାଙ୍କ ପରିବାର ଲୋକେ ଘଟଗାଁ ଥାନାରେ ଅଭିଯୋଗ କରିଥିଲେ। ଘଟଗାଁ ପୋଲିସ ଗ୍ରାମକୁ ଯାଇ ଘଟଣାର ତଦନ୍ତ କରିବା ସହ ସଂପୃକ୍ତ ବିବାହିତ ସମ୍ପର୍କୀୟ ଭାଇକୁ ଗିରଫ କରିଛି। ଗିରଫ ସମ୍ପର୍କୀୟ ଭାଇ ପୀଡ଼ିତାଙ୍କ ବଡବାପା ପୁଅ ବୋଲି ଜଣାପଡିଛି ।
ସମ୍ପର୍କୀୟ ଭଉଣୀକୁ ଅସଦାଚରଣ, ବିବାହିତ ଭାଇ ଗିରଫ
Popular Categories



