www.samajalive.in
Saturday, December 6, 2025
26.1 C
Bhubaneswar

ସାକ୍ଷୀଗୋପାଳର ପଟ୍ଟନାୟିକା ବଜାର ସଟଡାଉନ, ସତ୍ୟବାଦୀ ବ୍ଲକରେ ୧୧ କରୋନା ଆକ୍ରାନ୍ତ ଚିହ୍ନଟ

ସାକ୍ଷୀଗୋପାଳ: ସତ୍ୟବାଦୀ ବ୍ଲକରେ ଆଜି ୧୧ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଫଳରେ ସାକ୍ଷୀଗୋପାଳର ପଟ୍ଟନାୟିକା ବଜାର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି. ଏହି ଅବସରରେ ତହସିଲଦାର ମନୋଜ କୁମାର ନାୟକ, ବିଡିଓ ସରୋଜ କୁମାର ଦତ୍ତ ଓ ଆଇଆଇସି ଦେବୀ ପ୍ରସାଦ ପାତ୍ର ପ୍ରମୁଖ ସାକ୍ଷୀଗୋପାଳ ପଟ୍ଟନାୟିକା ବଜାର ସଟ୍‌ଡାଉନ୍‌ ନେଇ ସ୍ଥିତି ପରିଖିଛନ୍ତି।
ବୀର ରାମଚନ୍ଦ୍ର ପୁର ପଞ୍ଚାୟତ ଅନ୍ତର୍ଗତ ସଦାନନ୍ଦପୁର ନିକଟରେ ଅବସ୍ଥିତ ବିଭିନ୍ନ ଗ୍ରାମରୁ ୫ ଜଣ ପୁରୁଷ, ଜଣେ ୧୧ ବର୍ଷର ଝିଅ ଓ ଜଣେ ୨ ବର୍ଷର ଶିଶୁ ପୁତ୍ର, ନରେନ୍ଦ୍ର ପୁର ପଞ୍ଚାୟତ ଅନ୍ତର୍ଗତ ବେଣାକେରା ଗ୍ରାମର ୨ ଜଣ ପୁରୁଷ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଥିଲା। ଏହି ୯ ଆକ୍ରାନ୍ତଙ୍କୁ ବୀର ରାମଚନ୍ଦ୍ର ପୁରସ୍ଥିତ କୋଭିଡ କେୟାର ହୋମକୁ ସ୍ଥାନାନ୍ତର କରାଯାଇଛି। ନୂଆ ସୋମେଶ୍ୱର ପୁର ପଞ୍ଚାୟତ  ଅନ୍ତର୍ଗତ ଏକ ଗ୍ରାମରୁ ଚି଼ହ୍ନଟ   କରୋନା ଆକ୍ରାନ୍ତ ମହିଳାଙ୍କୁ ପ୍ରଶାସନ ତରଫରୁ ହୋମ କ୍ଵାରେଣ୍ଟାଇନରେ ରଖା ଯାଇଅଛି। ଅଳଗୁମ ସଙ୍ଗରୋଧ କେନ୍ଦ୍ରରୁ ଚି଼ହ୍ନଟ କରୋନା ଆକ୍ରାନ୍ତ ଗର୍ଭବତୀ ମହିଳାଙ୍କୁ ସେହି କେନ୍ଦ୍ରରେ ସଙ୍ଗରୋଧରେ ରଖାଯାଇଛି। ଏହି ଆକ୍ରାନ୍ତମାନେ ସାକ୍ଷୀଗୋପାଳ ଡାକ୍ତରଖାନାରେ କରୋନା ପରୀକ୍ଷା କରିଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories