www.samajalive.in
Sunday, December 14, 2025
15.1 C
Bhubaneswar

ମଝି ଆକାଶରେ ପାଇଲଟ୍‌ଙ୍କୁ ହୃଦଘାତ

ମୁମ୍ବଇ : ମଝି ଆକାଶରେ ଜଣେ ପାଇଲଟ ହଠାତ ହୃଦଘାତର ଶିକାର ହେବାଫଳରେ ଆମେରିକାଗାମୀ ଏୟାର ଇଣ୍ଡିଆର ଏକ ବିମାନ ଜାପାନରେ ଜରୁରୀ ଅବତରଣ କରିଛି। ଏୟାର ଇଣ୍ଡିଆର ଏହି ବିମାନଟି ଦିଲ୍ଲୀରୁ ବୁଧବାର ଭୋର ୪.୩୦ରେ ସାନ୍‌ଫ୍ରାନ୍‌ସିସ୍‌କୋ ଅଭିମୁଖେ ଯାତ୍ରାରମ୍ଭ କରିଥିଲା। ତେବେ ବିମାନଟି ପ୍ରଶାନ୍ତ ମହାସାଗର ଉପରେ ଉଡୁଥିବାବେଳେ ସହକାରୀ ପାଇଲଟ ହଠାତ ଛାତିରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ। ବିମାନ କର୍ମଚାରୀମାନେ ତାଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇଥିଲେ ସୁଦ୍ଧା ଯନ୍ତ୍ରଣା ଉପଶମ ହୋଇନଥିଲା। ଫଳରେ ମୁଖ୍ୟ ପାଇଲଟ ବିମାନଟିକୁ ନିକଟସ୍ଥ ଜାପାନର ସାପୋରୋ ବିମାନବନ୍ଦରରେ ଜରୁରୀ ଅବତରଣ କରାଇଥିଲେ। ସାପୋରୋରେ ପହଞ୍ଚିବାକୁ ପ୍ରାୟ ତିନି ଘଣ୍ଟା ସମୟ ଲାଗିଥିଲା। ସେଠାରେ ପହଞ୍ଚିବାପରେ ସଂପୃକ୍ତ ପାଇଲଟଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟ୍‌ ଅସ୍ତ୍ରୋପଚାର କରାଯାଇଥିଲା। ବର୍ତ୍ତମାନ ପାଇଲଟଙ୍କ ସ୍ୱାସ୍ଥାବସ୍ଥା ଠିକ୍‌ ରହିଛି। ପ୍ରାୟ ଦୁଇ ଘଣ୍ଟା ବିଳମ୍ବରେ ଏୟାର ଇଣ୍ଡିଆ ବିମାନଟି ପୁଣି ସାନ୍‌ଫାନ୍‌ସିସ୍‌କୋ ଅଭିମୁଖେ ଯାତ୍ରାରମ୍ଭ କରିଥିବା ଜଣାପଡିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories