www.samajalive.in
Sunday, December 14, 2025
23.1 C
Bhubaneswar

ବିଜେପି କାର୍ଯ୍ୟାଳୟ ଉପରେ ବୋମାମାଡ଼

ଚେନ୍ନଇ : ତାମିଲନାଡୁର କୋଏମ୍ବାଟୁର ସହରରେ ବିଜେପି କାର୍ଯ୍ୟାଳୟ ଉପରେ ବୋମାମାଡ କରାଯାଇଛି। ବୁଧବାର ଦୁଇଟି ବାଇକ୍‌ରେ ଆସିଥିବା ଚାରିଜଣ ବ୍ୟକ୍ତି ବିଜେପି କାର୍ଯ୍ୟାଳୟ ଉପରକୁ ପେଟ୍ରୋଲ ବୋମା ପକାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି। ଏଥିରେ କେହି ମୃତାହତ ହୋଇନଥିବାବେଳେ ତାମିଲନାଡୁ ବିଜେପି ଶାଖା ପକ୍ଷରୁ ଏଭଳି ଆକ୍ରମଣକୁ ତୀବ୍ର ନିନ୍ଦା କରାଯାଇଛି। ଏହି ଘଟଣା ପରେ ବିଜେପି କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି। ମଙ୍ଗଳବାର କେତେକ ଦୁର୍ବୃତ୍ତ ଭେଲୋର ସହରରେ ଥିବା ସମାଜସେବୀ ରାମସ୍ୱାମୀ ପେରିୟାରଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଦେଇଥିଲେ। ଏହି ଭଙ୍ଗାରୁଜା ଘଟଣାର କିଛି ଘଣ୍ଟା ବ୍ୟବଧାନରେ ବିଜେପି କାର୍ଯ୍ୟାଳୟ ଉପରେ ବୋମାମାଡ କରାଯାଇଥିବା ପ୍ରକାଶ। ତ୍ରିପୁରାରେ ଲେନିନ୍‌ ପ୍ରତିମୂର୍ତ୍ତି ଘଟଣାକୁ ନେଇ ବିଜେପି ନେତା ଏଚ.ରାଜା ଫେସବୁକ୍‌ରେ ଯେଉଁ ବାର୍ତ୍ତା ପୋଷ୍ଟ କରିଥିଲେ, ତାହାକୁ ନେଇ ବିବାଦ ଉପୁଜିଥିଲା। କୌଣସି ବିଦେଶୀ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ଭାରତ ମାଟିରେ ଶୋଭାପାଇବା ଅନୁଚିତ ବୋଲି ରାଜା ତାଙ୍କ ବାର୍ତ୍ତାରେ ଉଲ୍ଲେଖ କରିଥିଲେ। ତେବେ ବିଭନ୍ନ ମହଲରେ ଏହାକୁ ସମାଲୋଚନା କରାଯିବାପରେ ରାଜା ଏହି ବାର୍ତ୍ତାକୁ ପ୍ରତ୍ୟାହାର କରିନେଇଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories