www.samajalive.in
Tuesday, December 9, 2025
15.1 C
Bhubaneswar

ପ୍ରକାଶ ପାଇଲା +୨ ବିଜ୍ଞାନ ପରୀକ୍ଷା ଫଳ , ପାସ ହାରରେ ଛାତ୍ରଙ୍କ ବାଜିମାତ

ଭୁବନେଶ୍ବର: ବୁଧବାର ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ( ସିଏଚଏସଇ )ର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷ ଫଳ ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରି ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି। ଚଳିତ ବର୍ଷ ୭୦.୨୧ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି। +୨ ବିଜ୍ଞାନରେ ମୋଟ ୯୭ ହଜାର ୩୭୭ ଛାତ୍ରଛାତୀ ପରୀକ୍ଷା ଦେଇଥିଲେ। ପାସ କରିଥିବା ଛାତ୍ରଙ୍କ ସଂଖ୍ୟା ୩୮ ହଜାର ୩୦୧ ଜଣ ଯାହାର ପ୍ରତିଶତ ୩୯ ଭାଗ ରହିଛି। ସେହିପରି ଛାତ୍ରୀଙ୍କ ସଂଖ୍ୟା ୩୦ ହଜାର ୭୩  ରହିଛି ଯାହାର ପ୍ରତିଶତ ୩୧ ଭାଗ ରହିଛି ।

ପ୍ରଥମ ଶ୍ରେଣୀରେ ମୋଟ ୨୬ ଶତକଡା ବା ୨୫ ହଜାର ୩୩୯ ଛାତ୍ରଛାତ୍ରୀ ପାସ କରିଛନ୍ତି।  ଦ୍ବିତୀୟ ଶ୍ରେଣୀରେ ୨୪ ହଜାର ୨୧୨ ବା ୨୪.୮ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି। ସେହିପରି ତୃତୀୟ ଶ୍ରେଣୀରେ ୧୭ ହଜାର ୨୬୮ ଜଣ ଛାତ୍ରଛାତୀ ପାସ କରିଛନ୍ତି। ୯୦ ଶତକଡାରୁ ଉର୍ଦ୍ଧ୍ବ ନମ୍ବର ୧୩୭ ଜଣ ଛାତ୍ରଛାତ୍ରୀ ରଖିଛନ୍ତି। ପାସ ହାରରେ ନୟାଗଡ ଆଗରେ ଅଛି ସର୍ବାଧିକ ୮୫.୫୧% ଭାଗ ରହିଛି । ସେହିପରି ଝାରସୁଗୁଡାରେ ପାସ ହାର ସର୍ବନିମ୍ନ ୪୦.୭୧% ରହିଛି।  ୨୦ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ଶତପ୍ରତିଶତ ପିଲା ପାସ କରିଛନ୍ତି। ୫ଟି ସ୍କୁଲରେ ଜଣେ ହେଲେ କେହି ପାସ କରି ନ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories