www.samajalive.in
Monday, December 8, 2025
14.1 C
Bhubaneswar

ନଈ ସାଜିଛି ବାଧକ; ବାଜିରେ ଲାଗିଛି ଜୀବନ

ରେଢାଖୋଲ: ଦେଶ ସ୍ୱାଧୀନ ହେବାର ବହୁ ବର୍ଷ ଅତିବାହିତ ହୋଇଛି। ହେଲେ ରେଢ଼ାଖୋଲ ଉପଖଣ୍ଡର ନାକ୍‍ଟିଦେଉଳ ବ୍ଲକର ସମସ୍ତ ଅଞ୍ଚଳର ଲୋକେ ଏବେ ବି ସବୁଦିନିଆ ରାସ୍ତାରେ ଯିବାର ସୌଭାଗ୍ୟ ପାଇ ପାରି ନାହାନ୍ତି। ମାତ୍ର ୧ କିମି ରାସ୍ତା ଅତିକ୍ରମ କରିବାକୁ ଲୋକେ ସେମାନଙ୍କ ଜୀବନକୁ ବାଜି ଲଗାଇ ବର୍ଷ ସାରା ଟିକିରା ନଈ ପାର ହୋଇ ଯିବାକୁ ବାଧ୍ୟ ହେଉଛନ୍ତି । ଏହି ବ୍ଲକର ସାଲେଭଟା ପଞ୍ଚାୟତର ଲୋକେ ନଈ ଉପରେ ଏକ ପୋଲ ନିର୍ମାଣ କରିବାକୁ ଅଞ୍ଚଳବାସୀ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ଜନ ପ୍ରତିନିଧିମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି ଫଳ ‘ଶୂନ’। ତେଣୁ ଛୋଟ ପିଲା ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ପର୍ଯ୍ୟନ୍ତ ସବୁ ବର୍ଗର ଲୋକେ ବର୍ଷ ବର୍ଷ ଧରି ନଈ ପାର ହୋଇ ହାଟ ବଜାର ଇତ୍ୟାଦି କରିଥାନ୍ତି।

ଆଜି ବି ଆମ ରାଜ୍ୟର ଯେଉଁ କେତୋଟି ହାତ ଗଣତି ଅବହେଳିତ ଅଞ୍ଚଳ ରହିଛି ତା’ ମଧ୍ୟରେ ରହିଛି ସମ୍ବଲ୍ଲପୁର ଜିଲ୍ଲାର ରେଢ଼ାଖୋଲ ଉପଖଣ୍ଡର ନାକ୍‍ଟିଦେଉଳ ବ୍ଲକ। ଏହି ବ୍ଳକର ଅନେକ ଅଞ୍ଚଳରେ ବିକାଶର ଆଲୋକ ଏବେ ବି ପହଞ୍ଚି ନାହିଁ କହିଲେ ଭୁଲ୍‍ ହେବ ନାହିଁ। ଇଂଟରନେଟ୍‍ ଯୁଗରେ ଏହି ଅଞ୍ଚଳର ଅନେକ ଗାଁର ଲୋକେ ବ୍ଳକ୍‍ ମୁଖ୍ୟାଳୟ କିମ୍ବା ହାଟ, ବଜାର କରିବାକୁ ହେଲେ ବର୍ଷସାରା ସେମାନଙ୍କ ଜୀବନକୁ ବାଜି ଲଗାଇ ନଈ ପାଣି ଭିତରେ ପଶି ଏହାକୁ ଅତିକ୍ରମ କରିବାକୁ ବାଧ୍ୟ ହୋଇଥାନ୍ତି। ଏପରି ଘଟଣା ନାକଟିଦେଉଳ ବ୍ଳକର ଆଦିବାସୀ ଅଧ୍ୟୁଷିତ ସାଲେଭଟ୍ଟା ପଞ୍ଚାୟତରେ ଦେଖିବାକୁ ମିଳିଛି। ଏହି ପଞ୍ଚାୟତର କଣ୍ଢଳ,ସାଗନାଳ,ଲେବ୍ରାପାଲ,ଧଉରାଗୋଠ ପରି ୧୦ଟି ଗାଁର ଲୋକେ ସେମାନଙ୍କ ଦୈନନ୍ଦିନ କାମ ପାଇଁ ନିକଟସ୍ଥ ବାଟର୍ଗା ବଜାର, ହାଟ କିମ୍ବା ସରକାରୀ କାମ ସକାଶେ ବ୍ଲକ୍‍ ମୁଖ୍ୟାଳୟ ନାକଟିଦେଉଳ,ରେଢ଼ାଖୋଲ ସହରକୁ ଆସିଥାନ୍ତି। ହେଲେ, ସେମାନଙ୍କର ଏହି ଗମନାଗମନ ପାଇଁ ବାଧକ ସାଜିଛି ଟିକିରା ନଈ। ମାତ୍ର ୧ କିମି ଦୂରତାରେ ଥିବା ବାଟର୍ଗା ବଜାରକୁ ଆସିବାକୁ ହେଲେ, ସେମାନେ ଏହି ନଈ ଭିତରେ ପଶି ଆସିଥାନ୍ତି। ଯଦି ସେମାନେ ଏହି ନଈ ପାର ନ ହେବେ, ତେବେ ସେଥିପାଇଁ ସେମାନଙ୍କୁ ୧୫ କିମି ରୁ ଉର୍ଦ୍ଧ ରାସ୍ତା ବୁଲି ବୁଲି ଆସିବାକୁ ପଡ଼ିଥାଏ। ଏଠାରେ ସୂଚନା ଦିଆଯାଇପାରେ ଯେ, ଏହି ନଈରେ ବର୍ଷସାରା ପାଣି ଭରି ରହିଥାଏ। ତେବେ କମ ସମୟରେ ଲୋକେ ବାଟଗାଁ ଆସିବା ପାଇଁ ସେମାନଙ୍କ ଜୀବନକୁ ପାଣି ଛଡ଼ାଇ ଏହି ନାଳ ଅତିକ୍ରମ କରିଥାନ୍ତି। ଏହି କାମ ସେମାନେ ବର୍ଷସାରା କରିଥାନ୍ତି। କି ଖରା, କି ବର୍ଷା ଏହା ସେମାନଙ୍କ ପାଇଁ ନିତିଦିନିଆ କଥା। ଏପରିକି ବର୍ଷାଦିନେ ଭରା ବନ୍ୟାଜଳରେ ବି ସେମାନେ ଏହି ନଈରେ ପଶି ଏହାକୁ ଅତିକ୍ରମ କରି ବାଟଗାଁ ଆସିଥାନ୍ତି।

- Advertisement -

ଏହି ନଈ ଉପରେ ଏକ ପୋଲ ତିଆରି କରିବାକୁ ଅଞ୍ଚଳବାସୀ ଦୀର୍ଘ ଦିନ ହେବ ନାକ୍‍ଟିଦେଉଳ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ସମୟରେ ଦାବି କରି ଆସୁଛନ୍ତି। ଲୋକେ ବିଡ଼ିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ବିଧାୟକ, ସାଂସଦ ପ୍ରମୁଖଙ୍କ ଠାରେ ବି ସେମାନଙ୍କର ଏହି ଦାବି ଉପସ୍ଥାପନ କରି ଆସିଛନ୍ତି। ହେଲେ ପୋଲ ନିର୍ମାଣ ଦାବି କେବଳ ଦାବିରେ ରହି ଯାଇଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଭରି ରହିଛି। ଏ ସମ୍ପର୍କରେ ରେଢ଼ାଖୋଲ ଉପଜିଲ୍ଲାପାଳ ଡୋଳାମଣି ପଟେଲଙ୍କ ସହିତ ଯୋଗାଯୋଗ କରିବାକୁ ସେ କହିଛନ୍ତି ଯେ ଲୋକମାନେ ଏହି ନଈ ପାର ନ ହେବାକୁ ସେ ସେମାନଙ୍କୁ ଅନୁରୋଧ କରିଛନ୍ତି। ଏହାସହିତ ଟିକିରା ନଈ ଉପରେ କିପରି ତୁରନ୍ତ ଏକ ପୋଲ ନିର୍ମାଣ ହେବ ସେ ଦିଗରେ ଅନୁଧ୍ୟାନ କରି ଏକ ରିପୋର୍ଟ ପ୍ରଦାନ କରିବା ସହ ସେହି ଅଞ୍ଚଳକୁ ଯାଇ ଲୋକଙ୍କୁ ବର୍ଷାଦିନେ ନଈ ପାର ନହେବା ପାଇଁ ସଚେତନ କରାଇବାକୁ ସେ ନାକଟିଦେଉଳ ବିଡ଼ିଓ ବିବେକାନନ୍ଦ ସାହୁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଶ୍ରୀ ପଟେଲ ପ୍ରକାଶ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories