www.samajalive.in
Sunday, December 14, 2025
19.1 C
Bhubaneswar

ଭାରତୀୟ ହକି ଖେଳାଳି ମନଦୀପ୍‌ ସିଂହଙ୍କୁ କରୋନା

ବେଙ୍ଗାଲୁରୁ : ଭାରତୀୟ ପୁରୁଷ ହକି ଦଳର ଫରୱାର୍ଡ ମନଦୀପ୍‌ ସିଂହ କରୋନା ସଂକ୍ରମିତ ହୋଇଥିବା ସୋମବାର ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ତରଫରୁ ଜାରି ଏକ ବିଜ୍ଞପ୍ତି ଜରିଆରେ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ୨୫ ବର୍ଷୀୟ ମନଦୀପ୍‌ ହେଉଛନ୍ତି ଜଳନ୍ଧର ସହର ବାସିନ୍ଦା।
ସୂଚନାଥାଉକି ବେଙ୍ଗାଲୁରୁସ୍ଥିତ ସାଇ ସେଣ୍ଟରରେ ଆସନ୍ତା ୨୦ରୁ ଭାରତୀୟ ହକି ଦଳର ପ୍ରଶିକ୍ଷଣ ଶିବିର ଆରମ୍ଭ ହେବାର ଅଛି। ଏହି ଶିବିରରେ ଯୋଗ ଦେବାକୁ ଆସିଥିବା ସମସ୍ତ ଖେଳାଳିଙ୍କ କୋଭିଡ୍‌ (କରୋନା) ପରୀକ୍ଷା କରାଯାଇଥିଲା। ଗତସପ୍ତାହରେ ଭାରତୀୟ ହକି ଦଳର ଅଧିନାୟକ ମନ୍‌ପ୍ରୀତ୍‌ ସିଂହ, ସୁରେନ୍ଦ୍ର କୁମାର, ଜାସକରଣ ସିଂହ, ବରୁଣ କୁମାର ଓ କ୍ରିଷ୍ଣନ୍‌ ବାହାଦୂର ପାଠକ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ସୋମବାର ମନଦୀପ୍‌ଙ୍କ କୋଭିଡ୍‌ ପରୀକ୍ଷା ରିପୋର୍ଟ ଆସିବା ପରେ ସେ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ବର୍ତ୍ତମାନ ମନ୍‌ଦୀପ ଅନ୍ୟ ୫ଜଣ ହକି ଖେଳାଳିଙ୍କ ସହ ବେଙ୍ଗାଲୁରୁ ସାଇ ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି। ମନ୍‌ଦୀପଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ନ ଥିବା ଜଣାପଡ଼ିଛି। ଅନ୍ୟ ୫ ଜଣ ଖେଳାଳିଙ୍କ ନିକଟରେ ସ୍ବଳ୍ପ ଲକ୍ଷଣ ରହିଥିବାବେଳେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବେଶ୍‌ ଭଲ ଥିବା ସାଇ ସେଣ୍ଟରର ଡାକ୍ତରୀଦଳ ସୂଚନା ଦେଇଛନ୍ତି। କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ଲକ୍‌ଡାଉନ୍‌ ଆରମ୍ଭ ହେବା ପରେ ପାଖାପାଖି ୨ ମାସ ଧରି ଭାରତୀୟ ହକି ଦଳର ଖେଳାଳିମାନେ ବେଙ୍ଗାଲୁରୁ ସାଇ ସେଣ୍ଟରରେ ଫସି ରହିଥିଲେ। ଜୁନ୍‌ରେ ସେମାନେ ନିଜ ଘରକୁ ଫେରିଥିଲେ। ଅଗଷ୍ଟ ୨୦ରୁ ଜାତୀୟ ପ୍ରଶିକ୍ଷଣ ଶିବିର ଆରମ୍ଭ ହେବାକୁ ଯାଉଥିବାରୁ ଖେଳାଳିମାନେ ପୁନର୍ବାର ବେଙ୍ଗାଲୁରୁ ସେଣ୍ଟରକୁ ଫେରିଥିଲେ। ଏଠାରେ ସେମାନଙ୍କୁ ସଙ୍ଗରୋଧରେ ରଖାଯିବା ସହ କୋଭିଡ୍‌ ପରୀକ୍ଷା କରାଯାଇଥିଲା। ସୋମବାର ସୁଦ୍ଧା ୬ଜଣ ଖେଳାଳି କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories