www.samajalive.in
Friday, December 12, 2025
15.1 C
Bhubaneswar

ଭଡ଼ାଘରେ ୱାର୍କ ଫ୍ରମ୍ ହୋମ୍

ବିଶ୍ବର ପ୍ରମୁୁଖ କମ୍ପାନୀଗୁଡ଼ିକ ଏବେ କରୋନା ମହାମାରୀ ପାଇଁ କାର୍ଯ୍ୟାଳୟ ଅନିର୍ଦିଷ୍ଟ କାଳ ବନ୍ଦ ରଖିଛନ୍ତି। ଏପରିସ୍ଥଳେ ୱାର୍କ ଫ୍ରମ୍ ହୋମ୍‌କୁ ସବୁଠୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ଏହି କାର୍ଯ୍ୟଶୈଳୀକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ୪୧% ଲୋକ ପସନ୍ଦ କରୁଥିବାର ସର୍ବେକ୍ଷଣରୁ ଜଣାପଡ଼ିଥିଲା। ହେଲେ ଗତ ମାସର ଅନୁଧ୍ୟାନରୁ ପ୍ରକାଶ ପାଇଛି ଯେ ଯଥାଶୀଘ୍ର କାର୍ଯ୍ୟାଳୟ ଖୋଲୁ ବୋଲି ୬୯% ଲୋକ ଚାହୁଁଛନ୍ତି। ବର୍ତ୍ତମାନ ଆମେରିକାର ଅଧିକାଂଶ ଆଇଟି କମ୍ପାନୀର କର୍ମଚାରୀମାନେ ଘରଭଡ଼ା ନେଇ ଅନ୍ୟତ୍ର ୱାର୍କ ଫ୍ରମ୍ ହୋମ୍ କାମ କରୁଥିବାର ପ୍ରକାଶ। ଏମାନଙ୍କ ମଧ୍ୟରେ ମହିଳା କର୍ମଚାରୀଙ୍କ ସଂଖ୍ୟା ଅଧିକ।
– ଘରେ ରହି କାମ କଲେ ପରିବାର ସଦସ୍ୟ ସହଯୋଗ କରୁନଥିବାର କେତେଜଣ ପ୍ରକାଶ କରିଛନ୍ତି। ଏଣୁ ଘର କାମ ଓ ଅଫିସ୍ କାମ ତାଳ ଦେଇ କରିବା କୌଣସି ଚ୍ୟାଲେଞ୍ଜ୍‌ଠାରୁ କମ୍ ନୁହେଁ ବୋଲି ଲୋକଙ୍କ ମତ।
– ସାନ୍‌ଫ୍ରାନସିସକୋ, କାଲିଫର୍ଣ୍ଣିଆର ଆଇଟି କର୍ମଚାରୀମାନେ ଅଫିସ୍ କାମ ପାଇଁ ଅନ୍ୟତ୍ର ଘର ଭଡ଼ା ନେବା ସହ ଏଥିପାଇଁ ମାସିକ ଅଢ଼େଇରୁ ତିନି ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ କୁଣ୍ଠାବୋଧ କରୁନାହାନ୍ତି।
– କର୍ମଜୀବୀଙ୍କ ମତରେ କାର୍ଯ୍ୟାଳୟର କାମ କରିବାର ପରିବେଶ ଭିନ୍ନ ଓ ସ୍ବତନ୍ତ୍ର। ଘରେ ସେମାନେ ଆରାମରେ କାମ କରୁଥିଲେ ହେଁ କାମ କରିବାବେଳେ ଅସୁବିଧା ଉପୁଜୁଛି। ଏକାଗ୍ରତାର ସହ କାମ କରିପାରୁନଥିବା ସେମାନଙ୍କ ମୁଖ୍ୟ ଅଭିଯୋଗ।
– ଟେକ୍ସାସ୍‌ର ଜନୈକ ଆଇଟି କର୍ମଚାରୀ ହେଲେ ଏଲନ୍ କ୍ଲେନ୍। ଏହି ୱାର୍କ ଫ୍ରମ୍ ହୋମ୍‌‌ରେ ସେ ଅତିଷ୍ଠ ହୋଇ ଶେଷରେ ଘର ପାଖରେ ଏକ ଫ୍ଲାଟ୍ କିଣିଛନ୍ତି। ଦୈନିକ ଅଫିସ୍‌ ଯିବା ପରି ସେ ଏହି ଘରକୁ ଯାଇ କାମ କରି ପୁଣି ସନ୍ଧ୍ୟାବେଳକୁ ଫେରୁଛନ୍ତି। ଏଥିରେ ତାଙ୍କୁ ଆତ୍ମସନ୍ତୋଷ ଲାଗୁଥିବାର ସେ କହିଛନ୍ତି।
– କରୋନା ମହାମାରୀ ଲୋକଙ୍କ ଜୀବନଶୈଳୀ ଓ କାମ କରିବାର ଢାଞ୍ଚାକୁ ସମ୍ପୂର୍ଣ୍ଣ ଓଲଟପାଲଟ କରିଦେଇଛି କହିଲେ ଭୁଲ ହେବନାହିଁ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories