୮ କଂଗ୍ରେସ ବିଧାୟକ ଅନୁପସ୍ଥିତ; ବଞ୍ଚିଗଲା ମଣିପୁର ବିଜେପି ସରକାର
ମଣିପୁରରେ ବିଜେପି ନେତୃତ୍ଵାଧୀନ ସରକାର ବିଧାନସଭାରେ ଆସ୍ଥାଭୋଟ ବିଜୟୀ ହୋଇଛି । ମତଦାନ ସମୟରେ ବିଜେପିର ସମସ୍ତ ୨୮ ବିଧାୟକ ଉପସ୍ଥିତ ଥିବାବେଳେ କଂଗ୍ରେସର ୧୬ ବିଧାୟକ ଯୋଗ ଦେଇଥିଲେ । କଂଗ୍ରେସର ୮ ଜଣ ବିଧାୟକ ଆସ୍ଥା ଭୋଟ ସମୟରେ ଅନୁପସ୍ଥିତ ଥିଲେ । ଆସ୍ଥା ଭୋଟ ପରେ କଂଗ୍ରେସ ବିଧାୟକମାନେ ବିରୋଧ ପ୍ରଦର୍ଶନ କରିବା ସହ କୁର୍ସି ଫିଙ୍ଗାଫିଙ୍ଗି କରି ନିଜର ଅସନ୍ତୋଷ ଜାହିର କରିଥିଲେ ।
Manipur BJP government has won trust vote by voice vote in the Assembly. All 28 BJP MLAs, and 16 Congress MLAs were present during voting. 8 Congress MLAs were absent. After the trust vote, Congress MLAs raised protest & threw chairs in the well of the House. pic.twitter.com/YBuhwCsvsj
— ANI (@ANI) August 10, 2020
ବିଧାନସଭାରେ ବୀରେନ୍ ସିଂହ ସରକାରର ଆସ୍ଥାଭୋଟ ନିମନ୍ତେ ଦିନିକିଆ ଅଧିବେଶନ ଡ଼କାଯାଇଥିଲା । ଏଥିରେ ବିଜେପି ନେତୃତ୍ଵାଧୀନ ସରକାର ନିଜର କୁର୍ସି ବଞ୍ଚାଇବାକୁ ସକ୍ଷମ ହୋଇଛି ।
Comments are closed.