www.samajalive.in
Saturday, December 6, 2025
15.1 C
Bhubaneswar

ମାନବିକତା ପାଖରେ ହାର ମାନିଲା କରୋନା ଭୟ, ଅଛୁଆଁ ଶବକୁ କାନ୍ଧ ଦେଲେ ସରପଞ୍ଚ

ଗଡମଧୁପୁର: କରୋନାର ଭୟ ଏବେ ସବୁଆଡେ ବ୍ୟାପି ଯାଇଛି। କରୋନା ଭୁତାଣୁ ଭୟରେ ବାପର ଶବକୁ ପୁଅ କାନ୍ଧ ଦେବାକୁ ପଛଘୁଞ୍ଚା ଦେଉଛି। କରୋନା ସନ୍ଦେହରେ ଗାଁ ଲୋକଙ୍କ ପ୍ରତିବାଦରେ ଅନ୍ୟ ରୋଗରେ ଆକ୍ରାନ୍ତ ବ୍ୟକ୍ତି ସ୍ୱାସ୍ଥ୍ୟକେନ୍ଦ୍ର ଯାଇ ନପାରି ମରୁଛି। ଶବ ମରିପଡିଲେ କେହି ଉଠାଇବାକୁ ନଆସି ପ୍ରଶାସନକୁ ଖବର ଦିଆଯାଉଛି। ଆଉ ଶବ ଘଣ୍ଟାଘଣ୍ଟା ପଡିରହିବା ଏବେ ଏକ ପ୍ରମୁଖ ଖବର ହୋଇଛି। ଏପରି ସମୟରେ ଗୋଟିଏ ଶବକୁ କେହି କାନ୍ଧ ଦେବାକୁ ନଆସିବା ବେଳେ ପଂଚାୟତର ଯୁବ ସରପଞ୍ଛ ମାନବିକତା ଆଧାରରେ ଶବକୁ କାନ୍ଧ ଦେବାକୁ ଅଣ୍ଟା ଭିଡି ବାହାରି ଆସିବା ପଂଚାୟତରେ ଏବେ ଅଲୋଚ୍ୟର ବିଷୟ ହୋଇଛି।

ଘଟଣା ଘଟିଛି ଧର୍ମଶାଳା ବ୍ଲକ କମାଗଡ ପଂଚାୟତର ବେତମାଳୀ ଶାସନ ଗାଁରେ। ଏହି ଗାଁରେ ରହୁଥିବା ସ୍ବର୍ଗତ ଶରତ ପଟ୍ଟନାୟକଙ୍କ ୪୦ ବର୍ଷୀୟ ପୁତ୍ର ସ୍ମୃତି ରଂଜନ ପଟ୍ଟନାୟକ(ଶୁକ) ଗତକାଲି ଦିନରେ ଘରେ ଶୋଇଥିବା ବେଳେ ହଠାତ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ଏହା ଦେଖି ୧୦୮ ଅମ୍ବୁଲାନ୍ସକୁ ଖବର ଦିଆଯାଇଥିଲା। ତେବେ ଆମ୍ବୁଲାନ୍ସ ତାଙ୍କୁ ଧର୍ମଶାଳା ଡାକ୍ତରଖାନାରେ ପହଞ୍ଚାଇବା ପରେ ସେଠାରେ କର୍ତ୍ତବ୍ୟରତ ଡାକ୍ତର ୫ଟା ୪୫ରେ ତାଙ୍କୁ ମୃତ ଘୋଷଣା କରିଥିଲେ।

- Advertisement -

ସ୍ମୃତି ରଂଜନଙ୍କର ବାପାଙ୍କର ପୁର୍ବରୁ ମୃତ୍ୟୁ ହୋଇସାରିଥିବା ବେଳେ ମାଆ ପକ୍ଷାଘାତ ରୋଗରେ ଶଯ୍ୟାଶାୟୀ। ସ୍ତ୍ରୀଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଦ୍ଵିତୀୟ ପତ୍ନୀ ତାଙ୍କୁ ଛାଡି ଚାଲିଯାଇଛନ୍ତି। ଏ ପରିସ୍ଥିତିରେ ଏବେ ଘରେ କେବଳ ଦୁଇ ଛୋଟ ପୁଆ ସୋନୁ, ନିଗମ ଓ ଗୋଟିଏ ଛୋଟ ଝିଅ ଗୁଡି ରହିଛନ୍ତି। ଖବର ପାଇ ଭିଣୋଇ ଅଶୋକ ଦାସ ଏ ସମ୍ବନ୍ଧରେ ଜେନାପୁର ପୁଲିସକୁ ଜଣାଇବାରୁ ଜେନାପୁର ଥାନାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଶବକୁ ବ୍ୟବଚ୍ଛେଦ ନିମନ୍ତେ ବଡଚଣା ପଠାଇ ଦିଆଯାଇଥିଲା। ଆଜି ଦିନ ଗୋଟାଏ ପରେ ଶବ ହସ୍ତାନ୍ତର କରିବାକୁ ଆସିଥିବା ବେଳେ ସ୍ମୃତିରଂଜନଙ୍କୁ କରୋନା ହୋଇଥିବା ସନ୍ଦେହରେ ଗାଁ କିମ୍ବା ପରିବାର ଲୋକେ ଶବକୁ ଛୁଇଁ ନଥିଲେ। ଗାଁକୁ ନଆଣି ମତଗୁଞ୍ଜର ପୋଲ ନିକଟରେ ମୃତ ଦେହ ରଖାଯାଇଥିଲା। ସତ୍କାର ନିମନ୍ତେ କେହି ଆଗେଇ ନଆସିବାରୁ ଏହି ପଂଚାୟତର ସରପଂଚ ମନୋରଞ୍ଜନ ପ୍ରଧାନ ଅଣ୍ଟା ଭିଡି ଆଗକୁ ଆସିବା ସହିତ ତାଙ୍କର କିଛି ସହଯୋଗୀ ସନ୍ତୋଷ ରାଉତ, ବଳରାମ ସ୍ୱାଇଁ, ଶ୍ରୀଧର ପ୍ରଧାନ, ପ୍ରବୀର ମହାରଣା, ସନାତନ ପ୍ରଧାନ, ଦୁର୍ଯୋଧନ ଜେନା ଶବକୁ କଣ୍ଢେଇ ନିକଟସ୍ଥ ବ୍ରାହ୍ମଣିଦେବୀ ମଶାଣିରେ ଅନେଷ୍ଟିକ୍ରିୟା ସମାପ୍ତ କରିଛନ୍ତି। ଏଥି ସହିତ ପରିବାରରେ ଶୁଦ୍ଧି ପାଇଁ କେହି ରୋଜଗାରିଆ ଲୋକ ନଥିବାରୁ ହରିଶ୍ଚନ୍ଦ୍ର ଯୋଜନାରେ ତତ୍କାଳ ୨୦୦୦ଟଙ୍କାର ସହାୟତା ରାଶି ପରିବାର ଲୋକଙ୍କୁ ହସ୍ତାନ୍ତର କରି ନିଜର ମହନିୟତା ପ୍ରତିପାଦିତ କରିଛନ୍ତି। ତାଙ୍କର ଏଭଳି କାର୍ଯ୍ୟକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories