www.samajalive.in
Friday, December 5, 2025
26.1 C
Bhubaneswar

ଅନ୍‌ଲାଇନ୍‌ରେ ପାଠ ପଢ଼ିବାକୁ ୫କିମି ଯାଉଛନ୍ତି ଛାତ୍ରଛାତ୍ରୀ, ପଥରେ ଉପରେ ବସି ପଢୁଛନ୍ତି ପାଠ

ଫୁଲବାଣୀ:କରେନା ପାଇଁ ଗତ ୪ ମାସ ହେଲା ବିଦ୍ୟାଳୟରେ ତାଲାପଡ଼ିଥିବା ବେଳେ ସରକାର ବର୍ତ୍ତମାନ ଅନ୍ଲାଇନ୍ ଦ୍ୱାରା ପାଢ ପଢା ଆରମ୍ଭ କରିଛନ୍ତି। କିନ୍ତୁ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲାରେ ଅଧିକାଂଶ ଅଞ୍ଚଳରେ ନେଟୱାର୍କ ନଥିବା ଯୋଗୁଁ ଅନ୍ଲାଇନ୍ ପାଠ ପଢାରେ ବହୁ ସମସ୍ୟା ଦେଖାଦେଉଛି। ଅନ୍ଲାଇନ୍ କ୍ଳାସ ପାଇଁ କେବଳ ହାଇସ୍କୁଲ ଛାତ୍ରଛାତ୍ରୀମାନେ ନୁହେଁ ଅନେକ କଲେଜ ଛାତ୍ରଛାତ୍ରୀ ମଧ୍ୟ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। କନ୍ଧମାଳ ଜିଲାର ଖଜୁରିପଡ଼ା ବ୍ଳକର ଅଧିକାଂଶ ଗ୍ରାମରେ ନେଟ୍‌ୱାର୍କ ଆସୁନଥିବାରୁ ଏସବୁ ଅଞ୍ଚଳର ଛାତ୍ରଛାତ୍ରୀମାନେ ଅନଲ୍‌ଲାଇନ୍‌ ପାଠ ପଢ଼ିବା ପାଇଁ ପ୍ରାୟ ୫କିଲୋମିଟର ଦୂରକୁ ଯାଉଥିବା ଦେଖିବାକୁ ମିଳୁଛି। ସୋମନେ ପାହାଡ଼ ଉପରକୁ ଯାଇ ପଥର ଉପରେ ବସି ଅନଲ୍‌ଲାଇନ୍‌ କ୍ଲାସ କରୁଛନ୍ତି। ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ଆଡ଼ାସିିପଡ଼ା ପଞ୍ଚାୟତର ଘୋଡ଼ାପଥର ,ଗୋବାସରୁ , କାବର , ବିଦୁଖୋଲ, ପ୍ରଧାନପଡ଼ା ଓ ମାଲିକପଡ଼ା ଭଳି ବିଭିନ୍ନ ଅଞ୍ଚଳରେ ମୋବାଇଲ୍ ଟାୱାର ସମସ୍ୟା ଏକ ମୁଖ୍ୟ ସମସ୍ୟା ଏବଂ ଏସବୁ ଅଞ୍ଚଳକୁ ମୋବାଇଲ୍‌ ନେଟ୍‌ୱାର୍କ ଠିକ୍‌ ଭାବେ ଆସୁନାହିଁ। ଏଭଳି ପରିସ୍ଥିତିରେ ମଳିକପଡ଼ା ଗ୍ରାମର ଛାତ୍ରଛାତ୍ରୀମାନେ ଗ୍ରାମରୁ ପ୍ରାୟ ୫ କିଲୋମିଟର ଦୂରରେ ଥିବା ତ୍ରିକୁଟ ପାହାଡ଼ ଓ ଅନଗିରି ପାହାଡ଼ ଉପରକୁ ଯାଇ ସେଠାରେ ପଥର ଉପରେ ବସି ଅନ୍‌ଲାଇନ୍ ପାଢ ପଢିବା ପାଇଁ ସବୁଦିନେ ଯିବାଆସିବା କରିଥାନ୍ତି। ଏହା ସେମାନଙ୍କର ନିଦିଦିନିଆ ଟାଇମ୍ ଟେବୁଲ୍ ବୋଲି ଛାତ୍ର ମଙ୍ଗୁଳି କହଁର, ବିକାଶ ବେହେରା, ଗୁଡୁଲ୍ ବେହେରା, ଗୋପାଳ ନାୟକ ଓ ଛାତ୍ରୀ ପ୍ରିୟଦର୍ଶନୀ ସାହାଣୀ, ସିପ୍ରା ସାହାଣୀ ପ୍ରମୁଖ ପ୍ରକାଶ କରିଛନ୍ତି।
କନ୍ଧମାଳ ଜିଲାରେ ଅନେକ ଅଞ୍ଚଳ ପାହାଡ଼ ଓ ପର୍ବତ ଏବଂ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ। ଏସବୁ ପାହାଡ଼ିଆ ଅଞ୍ଚଳରେ ମୋବାଇଲ୍ ଟାୱାର ବସାଯାଇଥିଲେ ମଧ୍ୟ ନେଟ୍‌ୱାର୍କ ପାଉନାହିଁ। ତେଣୁ ଜିଲାରେ ଅନକେ ଅଞ୍ଚଳରେ ଅନ୍‌ଲାଇନ୍‌ ପାଠ ପଢ଼ାରେ ସମସ୍ୟା ଦେଖା ଦେଇଛି। ସେହିଭଳି ଅନ୍ୟଏକ କାରଣ ମଧ୍ୟରୁ ଜିଲାରେ ଅଧିକାଂଶ ଗ୍ରାମାଞ୍ଚଳ ଅଧିବାସୀ ଗରୀବ ଶ୍ରେଣୀର ହୋଇଥିବା ଯୋଗୁଁ ସମସ୍ତେ ଅଧିକ ଦାମର ସ୍ମାର୍ଟ ଫୋନ୍‌ କିଣିବା ମଧ୍ୟ ସମ୍ଭବ ନୁହେଁ। ଗ୍ରାମରେ ହାତ ଗଣତି କିଛି ପରିବାରଙ୍କ ପାଖରେ ସ୍ମାର୍ଟ ଫୋନ୍‌ ରହିଛି। ତେଣୁ ଗୋଟିଏ ସ୍ମାର୍ଟ ଫୋନ୍‌ରେ ୨ ରୁ ୩ ଜଣ ଲେଖାଏଁ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ପାଠ ପଢୁଥିବାର ଦେଖାଯାଇଛି। ସେହିଭଳି କେତେକ ଅଞ୍ଚଳରେ ଟାୱାର ନଥିବା ଯୋଗୁଁ ଛାତ୍ରଛାତ୍ରୀ ମାନେ ଅନ୍ୟ ଅଞ୍ଚଳର ଟାଓାର ଉପରେ ନିର୍ଭର କରିଥାନ୍ତି।
ଏଭଳି ସ୍ଥଳେ ଆଡ଼ାସିପଡ଼ା ପଞ୍ଚାୟତରେ ଟାୱାର ନିର୍ମାଣ କରିବା ପାଇଁ ଅଞ୍ଚଳର ଅଭିଭାବକ ଶୁଭମ୍ ସାହାଣୀ, ଗଣେଶ କହଁର, ଶରତ ବେହେରା, ପରମାନନ୍ଦ ବେହେରା, ସୁନା ପ୍ରଧାନ ପ୍ରମୁଖ ଦାବି କରିଛନ୍ତି। ଅନ୍ୟପକ୍ଷରେ ଗତ ୨ ବର୍ଷ ହେଲା ଗ୍ରାମରେ ଏକ ବିଏସ୍ଏନ୍ଏଲ୍ ଟାୱାର ଟିଏ ନିର୍ମାଣ ପାଇଁ ବାରମ୍ବାର ବିଭାଗିୟ କାର୍ଯ୍ୟାଳୟ ଦୌଡ଼ୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ହୋଇନଥିବାରୁ ଏସବୁ ଅଞ୍ଚଳର ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ କ୍ଲାସ କରିବାରେ ବିଭିନ୍ନ ନାନା ସମସ୍ୟାର ସମ୍ମୁଖୀନ ହେଉଥିବାର ଅଭିଯୋଗ ହୋଇଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories