www.samajalive.in
Saturday, December 13, 2025
14.1 C
Bhubaneswar

୧୮ରେ ପୁରୀ ଆସିବେ ରାଷ୍ଟ୍ରପତି

ପୁରୀ  : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଗାମୀ ୧୮ତାରିଖ ଦିନ ପୁରୀ ଗସ୍ତରେ ଆସିବେ। ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ଶ୍ରୀସଦାଶିବ ପରିସର ଶତବାର୍ଷିକୀ ଉତ୍ସବରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ସଭା କାର୍ଯ୍ୟସୂଚୀ ସମ୍ପର୍କରେ ବିସ୍ତୃତ ତଥ୍ୟ ମୁଖ୍ୟ ଶାସନ ସଚିବଙ୍କ ମାଧ୍ୟମରେ ପଠାଇବାକୁ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସଚିବ ବିକ୍ରମ ସିଂ ମଙ୍ଗଳବାର ଚିଠି ଲେଖିଛନ୍ତି। ଏହାଛଡା ଶତବାର୍ଷିକୀ ମହୋତ୍ସବ ମଞ୍ଚରେ ଆଉ କେଉଁମାନେ ଉପସ୍ଥିତ ରହିବେ ସେଥିନେଇ ରାଷ୍ଟ୍ରପତି ଭବନ ତଥ୍ୟ ମାଗିଛି। ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ପ୍ରକାଶ ଜାଭଡେକର, କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଏବଂ ପୁରୀ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଅତିଥି ଭାବେ ଯୋଗଦେବେ। ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ କୁଳପତି ପ୍ରଫେସର ପି.ଏନ. ଶାସ୍ତ୍ରୀ ସେଥିରେ ଅଧ୍ୟକ୍ଷତା କରିବେ। ଦେଶର ୯ଜଣ ସଂସ୍କୃତ ବିଦ୍ୱାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି କଲେଜ ଅଧ୍ୟକ୍ଷ ପ୍ରଫେସର ଅତୁଲ କୁମାର ନନ୍ଦ ସୂଚନା ଦେଇଛନ୍ତି। ସଂସ୍କୃତ ସଂସ୍ଥାନ ପକ୍ଷରୁ ବୁଧବାର ମିନିଟ୍‌ ଟୁ ମିନିଟ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଦିନ ୧୦ଟାରେ ଶତବାର୍ଷିକୀ ଉତ୍ସବ ସ୍ଥାନରେ ପହଞ୍ଚିବେ। ଦିନ ୧୦ଟା ୪୫ରେ ସେ ସଭାସ୍ଥଳ ଛାଡିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀମନ୍ଦିରକୁ ଯାଇ ସେ ଶ୍ରୀଜୀଉଙ୍କୁ ଦର୍ଶନ କରିବେ କି ନାହିଁ ଏବଂ ଯଦି ଯିବେ କେତେବେଳେ ଯିବେ ସେ ସମ୍ପର୍କରେ କୌଣସି ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ।

Hot this week

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

ପ୍ରତିଶ୍ରୁତି ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ...

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ...

Related Articles

Popular Categories