www.samajalive.in
Sunday, December 7, 2025
26.1 C
Bhubaneswar

ଗ୍ରୋସରି ଓ ପରିବା ଦୋକାନୀଙ୍କର ହେବ କରୋନା ପରୀକ୍ଷା; ସବୁ ରାଜ୍ୟକୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏପରି ସ୍ଥଳେ ଅନେକ ଅଞ୍ଚଳରେ ଲକ୍‌ଡାଉନ ସତ୍ବେ ପରିବା ଏବଂ ଗ୍ରୋସରି ଦୋକାନ ଖୋଲା ରହୁଛି। ତେଣୁ ସେହି ବ୍ୟବସାୟୀମାନଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ସେମାନଙ୍କର କରୋନା ପରୀକ୍ଷା କରାଇବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପରାମର୍ଶ ଦିଆଯାଇଛି। ଗ୍ରୋସରି ଏବଂ ପରିବା ଦୋକାନୀଙ୍କ ସମେତ ଅନ୍ୟ ବ୍ୟବସାୟୀମାନେ କରୋନା ବାହକ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସେମାନଙ୍କଠାରୁ ଅନ୍ୟ ଗ୍ରାହକଙ୍କୁ କରୋନା ବ୍ୟାପିପାରେ। ତେଣୁ ସେମାନଙ୍କର କରୋନା ପରୀକ୍ଷା କରାଗଲେ ସଂକ୍ରମଣ ଉପରେ ରୋକ ଲଗାଯାଇପାରିବା ସହିତ ମୃତ୍ୟୁ ହାରକୁ କମ୍‌ କରାଯାଇ ପାରିବ ବୋଲି କୁହାଯାଇଛି।

ସ୍ବାସ୍ଥ୍ୟ ବିଭାଗ ସଚିବ ରାଜେଶ ଭୂଷଣ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖି ଏହି ପରାମର୍ଶ ଦେଇଛନ୍ତି। ଏହା ସହିତ ସେ ଆହୁରି କହିଛନ୍ତି ଯେ, ଆମ୍ବୁଲାନ୍ସଗୁଡ଼ିକରେ ଅମ୍ଳଜାନ ବ୍ୟବସ୍ଥା କରାଯାଉ, ଯାହା ଫଳରେ ଗୁରୁତର କରୋନା ରୋଗୀମାନଙ୍କ ପାଇଁ ଅମ୍ଳଜାନ ଅଭାବ ହେବ ନାହିଁ। ଯେଉଁ ସ୍ଥାନରେ ଆମ୍ବୁଲାନ୍ସ ଉପଲବ୍ଧ ହେଉନାହିଁ ତାହା ଉପରେ ନଜର ରଖି ସେଠାରେ ଆମ୍ବୁଲାନ୍ସ ବ୍ୟବସ୍ଥା କରିବାକୁ କୁହାଯାଇଛି। ସେହିପରି କରୋନା ଯୋଗୁ ହେଉଥିବା ମୃତ୍ୟୁର ଅଡିଟ୍‌ ପ୍ରତି ସପ୍ତାହରେ କରାଯାଉ ବୋଲି ଚିଠିରେ ପରାମର୍ଶ ଦିଆଯାଇଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories