www.samajalive.in
Monday, December 8, 2025
14.1 C
Bhubaneswar

ପାକିସ୍ତାନରେ କ୍ରିକେଟ ମ୍ୟାଚ ବେଳେ ଆତଙ୍କବାଦୀଙ୍କ ଗୁଳିବର୍ଷା; ଜୀବନ ବିକଳରେ ଦୌଡ଼ିଲେ ଖେଳାଳି, ଦର୍ଶକ

ଇସଲାମାବାଦ: ପାକିସ୍ତାନରେ ଅନ୍ତର୍ଜାତୀୟ କ୍ରିକେଟ ଆୟୋଜନ ସୁରକ୍ଷିତ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ବାରମ୍ବାର ଦାବି କରୁଛି। ଏହାପରେ ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଭଳି କେତେକ ଟିମ୍‌ ପାକିସ୍ତାନ ଗସ୍ତ କରିଛନ୍ତି। କିନ୍ତୁ ପିସିବିର ଏହି ଦାବି ଉପରେ ଶୁକ୍ରବାରର ଏକ ଘଟଣା ପ୍ରଶ୍ନଚିହ୍ନ ଲଗାଇଛି। ଏକ ପଡ଼ିଆରେ ମ୍ୟାଚ ଚାଲିଥିବାବେଳେ ଆତଙ୍କବାଦୀ ଆକ୍ରମଣ କରିବା କ୍ରିକେଟ ମହଲରେ ଭୟର ବାତାବରଣ ସୃଷ୍ଟି କରିଛି। ଆତଙ୍କବାଦୀଙ୍କୁ ପାଳିପୋଷି ବଡ଼ କରୁଥିବା ଏହି ଦେଶ ମୋଟା ଅଙ୍କର ଅର୍ଥ ଆୟ କରିବା ଲାଗି ବିଦେଶୀ ଖେଳାଳିଙ୍କୁ ନିଜ ମାଟିକୁ ଡାକି ସେମାନଙ୍କ ଜୀବନ ବିପଦରେ ପକାଇବାକୁ ପଛଘୁଞ୍ଚା ଦେଉ ନ ଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଛି।

ସୂଚନା ଅନୁସାରେ, ଗତ ଶୁକ୍ରବାର ଦିନ ଖାଇବର ପୁଖତନଖ୍ବା ପ୍ରଦେଶ ଅନ୍ତର୍ଗତ ଦ୍ରଦାର ମାମାଜାଇ ଅଞ୍ଚଳର ଏକ ପଡ଼ିଆରେ କ୍ରିକେଟ୍‌ ମ୍ୟାଚ ଚାଲିଥିଲା। ଏଏନଏମ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ ମ୍ୟାଚ ଥିଲା। କୋଭିଡ-୧୯ ସତ୍ବେ ବହୁ ସଂଖ୍ୟାରେ ଲୋକ ଖେଳ ଦେଖିବାକୁ ଆସିଥିଲେ। ତେବେ ଖେଳ ଆରମ୍ଭ ହେବା କ୍ଷଣି କିଛି ଆତଙ୍କବାଦୀ ପଡ଼ିଆରେ ପଶି ଖେଳାଳି ଏବଂ ଦର୍ଶକଙ୍କ ଉପରକୁ ଆଖିବୁଜା ଗୁଳିବର୍ଷା କରିଥିଲେ। ଭୟରେ ଖେଳାଳିମାନେ ଜୀବନ ବଞ୍ଚାଇ ଦୌଡ଼ିଥିଲେ। ଦର୍ଶକ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ବି ଜୀବନ ବିକଳରେ ଏଣେତେଣେ ଦୌଡ଼ିଥିବା ଡେଲି ଷ୍ଟାର୍‌ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି।

- Advertisement -

ଓରାକଜାଇ ଜିଲା ପୁଲିସ ଅଧିକାରୀ ନିସାର ଅହମଦ ଖାନ ଏହି ଘଟଣାକୁ ସ୍ବୀକାର କରିଛନ୍ତି। ଏଥିରେ କେହି ମୃତାହତ ହୋଇ ନାହାନ୍ତି। ଆତଙ୍କବାଦୀଙ୍କୁ ଧରିବା ଲାଗି ମିଳିତ ଅପରେଶନ ଜାରି ରହିଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ପାକିସ୍ତାନରେ ଶ୍ରୀଲଙ୍କା କ୍ରିକେଟ ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ ହେବା ପରଠାରୁ ସେଠାରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ ଆୟୋଜନ ହେଉ ନ ଥିଲା। ଏବେ ପିସିବି ପାକିସ୍ତାନରେ ଖେଳିବା ପାଇଁ ବିଭିନ୍ନ ଦେଶର କ୍ରିକେଟ ବୋର୍ଡକୁ ଆମନ୍ତ୍ରଣ କରୁଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories