www.samajalive.in
Wednesday, December 10, 2025
16.1 C
Bhubaneswar

ଏଣିକି ଶସ୍ତା ହେଲମେଟ ପିନ୍ଧିଲେ ଗଣିବେ ଜୋରିମାନା; ଆଇଏସଆଇ ମାର୍କ ହେଲମେଟ୍ ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଆଉ ଚଳିବନି ଚାଲୁ ହେଲମେଟ୍ । ଶସ୍ତା ହେଲମେଟ ପିନ୍ଧିଲେ ଆପଣଙ୍କୁ ଗଣିବାକୁ ହେବ ଜୋରିମାନା । ସାରା ଦେଶରେ ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ, ବାଇକ୍ ଚାଳକଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ତେବେ ରାସ୍ତାରେ ଯିବାବେଳେ ଜୋରିମାନାକୁ ଫାଙ୍କିବା ପାଇଁ ବାଇକ ଚାଳକ ମୁଣ୍ଡରେ ଯେ କୌଣସି କ୍ୱାଲିଟି ବା ମାନର ହେଲମେଟ୍ ପିନ୍ଧୁଛନ୍ତି। ଯାହାକି ସୁରକ୍ଷା ଦୃଷ୍ଟିରୁ ଅନେକ ସମୟରେ ବିପଦପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ । କାରଣ ଦୁର୍ଘଟଣା ଘଟିଲେ, ଏହି ଶସ୍ତା ହେଲମେଟ୍ ଆପଣଙ୍କ ଜୀବନ ରକ୍ଷା କରିପାରି ନ ଥାଏ । ସଡକ ଦୁର୍ଘଟଣାକୁ ରୋକିବା ପାଇଁ ସରକାର ନିୟମ ପରେ ନିୟମ ପ୍ରଣୟନ କରୁଛନ୍ତି, କିନ୍ତୁ କିଛି ବେପରୁଆ ବାଇକ୍ ଚାଳକ ଟ୍ରାଫିକ୍ ନିୟମ ମାନିବାକୁ ନାରାଜ । ଆଉ କିଛି ଚାଳକ ଜୋରିମାନାରୁ ବର୍ତ୍ତିବା ପାଇଁ ନିଜ ଜୀବନକୁ ବିପଦ ମୁହଁକୁ ଠେଲିଦେଉଛନ୍ତି । କାରଣ ସେମାନେ ସଠିକ୍ ଭାବେ ହେଲମେଟର ବ୍ୟବହାର କରୁନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ହେଲମେଟ୍ ପିନ୍ଧିବା ଉପରେ ଆଣିଛନ୍ତି ନୂଆ ନିୟମ । ଏଥିପାଇଁ ଆଇଏସଆଇ ମାର୍କ ଥିବା ହେଲମେଟ ବ୍ୟବହାରକୁ ସରକାର ବାଧ୍ୟତାମୂଳକ କରିଛନ୍ତି । ଏ ନେଇ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି । ତେଣୁ ଆଇଏସଆଇ ମାର୍କର ହେଲମେଟ୍ ନ ଥିଲେ ଚାଳକ ହଜାରେ ଟଙ୍କା ଜୋରିମାନା ଗଣିବେ । ସଡକ ସୁରକ୍ଷାକୁ ଗୁରୁତ୍ୱ ଦେଇ ସରକାର ଉପରୋକ୍ତ ପଦକ୍ଷେପ ନେବାକୁ ଯାଉଛନ୍ତି । ଏହି ଅନୁଯାୟୀ ଏଣିକି ବାଇକ ଚାଳକମାନେ କେବଳ ଆଇଏସଆଇ ମାର୍କ ଥିବା ହେଲମେଟ୍ ହିଁ ପିନ୍ଧିପାରିବେ । ଆଉ ବଡ କଥା ହେଉଛି, ଏହି ନିୟମ ନ ମାନିଲେ ଚାଳକଙ୍କୁ ଜୋରିମାନା ଦେବାକୁ ପଡିବ ।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories