www.samajalive.in
Wednesday, December 10, 2025
16.1 C
Bhubaneswar

ଜାତିସଂଘରେ ପାକିସ୍ଥାନ ମୁହଁ ବନ୍ଦ କଲା ଭାରତ: ଅପରାଧୀ ଓ ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରୁଛି ପଡ଼ୋଶୀ

ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଉଠାଇଲା ସୀମାପାର ଆତଙ୍କବାଦ ପ୍ରସଙ୍ଗ

ଆତଙ୍କବାଦ ସବୁ ଦେଶ ପାଇଁ ବିପଦ, ସବୁ ଦେଶ ଓ ସବୁ କ୍ଷେତ୍ରରେ ବଢ଼ୁଛି ସଙ୍କଟ 

ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଉଚ୍ଚସ୍ତରୀୟ ମୁକ୍ତ ଆଲୋଚନାରେ ପାକିସ୍ଥାନର ମୁହଁ ବନ୍ଦ କରିଛି ଭାରତ । ଭାରତ ପକ୍ଷରୁ କୁହାଯାଇଛି ଯେ ସୀମା ଆରପଟେ ପ୍ରାୟୋଜିତ ଆତଙ୍କବାଦ ଚାଲିଛି । ସଙ୍ଗଠିତ ଅପରାଧ ଓ ଆତଙ୍କବାଦରେ ଭାରତ ପୀଡ଼ିତ ହୋଇଛି । ତେଣୁ ସବୁ ଦେଶ ଏ କ୍ଷେତ୍ରରେ ସତର୍କ ରହିବା ଆବଶ୍ୟକ ଓ ଆତଙ୍କବାଦର ବିଲୋପ ନିମନ୍ତେ ପଦକ୍ଷେପ ଗ୍ରହଣ ଜରୁରୀ ।

ଭାରତ କହିଛି ଯେ ଏକ ସଙ୍ଗଠିତ ଅପରାଧ ସିଣ୍ଡିକେଟ୍ ‘‘ଡ଼ି-କମ୍ପାନୀ’ ଯାହା ସୁନା ଆଉ ଜାଲ ଟଙ୍କାର ତସ୍କରୀ କରିଥାଏ ତାହା ରାତାରାତି ଆତଙ୍କବାଦୀ ସଙ୍ଗଠନରେ ପରିଣତ ହୋଇଛି । ୧୯୯୩ ମସିହାରେ ସିଲସିଲେବାର ବମ ବିସ୍ଫୋରଣରେ ୨୫୦ରୁ ଅଧିକ ନିର୍ଦେଶ ଲୋକଙ୍କ ଜୀବନ ଯାଇଛି । ପଡ଼ୋଶୀ ଦେଶ ଏହି ଆତଙ୍କବାଦୀମାନଙ୍କୁ ପ୍ରୋତ୍ସାହିତ କରୁଛି, ଶରଣ ଦେଇଛି ।

- Advertisement -

ଆମ ଦେଶରେ ବିସ୍ଫୋରଣ ଘଟାଇଥିବା ଅଭିଯୁକ୍ତକୁ ଆମର ପଡ଼ୋଶୀ ଦେଶ ଶରଣ ଦେଇଛି । ମିଳିତ ଜାତିସଂଘ ଦ୍ବାରା ବେଆଇନ ଘୋଷିତ ଆତଙ୍କବାଦୀ ସଙ୍ଗଠନ ଓ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ସହ ବେଆଇନ ଅସ୍ତ୍ରଶସ୍ତ୍ର ଓ ନିଶା ସାମଗ୍ରୀ ବ୍ୟବସାୟର କେନ୍ଦ୍ର ପାଲଟିଛି । ଏହି ମୁକ୍ତ ବିତର୍କ ସମୟରେ ଭାରତ ମଧ୍ୟ ଏ କଥା କହିଛି ଯେ ମିଳିତ ଜାତିସଂଘର ଅର୍ଥନୈତିକ ଟାସ୍କ ଫୋର୍ସ (ଏଫଏଟିଏଫ୍) ଏହାପ୍ରତି ଯତ୍ନବାନ ହେବାର ଆବଶ୍ୟକତା ରହିଛି । ଏ ସଙ୍ଗଠନ ମନି ଲଣ୍ଡରିଂ ଓ ଆତଙ୍କବାଦ ରୋକିବା ଓ ଏହାକୁ ମୁକାବିଲା କରିବା ପାଇଁ ବୈଶ୍ଵିକ ମାନକ ସ୍ଥାପନ କରିବାର ଆବଶ୍ୟକତା ରହିଛି ।
ଏହି ଆଲୋଚନା ବେଳେ ଭାରତ ପକ୍ଷରୁ ଆତଙ୍କବାଦକୁ ମାନବ ସମାଜ ପ୍ରତି ସବୁଠୁ ବଡ଼ ବିପଦ ବୋଲି କୁହାଯାଇଛି । ବର୍ତମାନ ସମୟରେ ପ୍ରତ୍ୟେକ ଦେଶ ନିମନ୍ତେ ଆତଙ୍କବାଦ ବଡ଼ ସମସ୍ୟା ଭାବରେ ଉଭା ହୋଇଛି । ଭାରତ ଆତଙ୍କବାଦର କଠୋର ନିନ୍ଦା କରୁଛି । କୌଣସି ସ୍ବରୂପରେ ଆତଙ୍କବାଦ ଗ୍ରହଣୀୟ ନୁହେଁ ଏବଂ ଏହାକୁ ମୂଳୋତ୍ପାଟନ ଆବଶ୍ୟକ । ଏହାର କାରଣ କୁଣ୍ଡା ବସ୍ତା ମଧ୍ୟରୁ ଛୁଞ୍ଚି ଖୋଜିବା ସମାନ ବୋଲି ଭାରତ ମତ ଦେଇଛି ।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories