www.samajalive.in
Monday, December 8, 2025
24.1 C
Bhubaneswar

ସରକାରୀ ଅବହେଳା ପ୍ରତିବାଦରେ କଳା ବ୍ୟାଚ ପିନ୍ଧିଲେ ଆୟୁଷ ଡାକ୍ତର

ଆଠଗଡ : ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆରବିଏସକେ)ରେ କାର୍ଯ୍ୟରତ ଆୟୁଷ ଡାକ୍ତରମାନେ ସେମାନଙ୍କ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ ଓ ଅବହେଳା ପ୍ରତିବାଦରେ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଆପଣାଇଛନ୍ତି। କିନ୍ତୁ ବୈଶ୍ୱିକ ମହାମାରୀ କରୋନାର ପାଦୁର୍ଭାବ ଓ ଏଥିରେ ଆକ୍ରାନ୍ତ ହେଉଥିବା ଲକ୍ଷ ଲକ୍ଷ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆୟୁଷ ଡାକ୍ତରମାନେ ଆନ୍ଦୋଳନକୁ ଆପଣାଇଛନ୍ତି ସତ କିନ୍ତୁ ପ୍ରତିକାତ୍ମକ ପ୍ରତିବାଦ ଉଦ୍ଦେଶ୍ୟରେ ଗତ ୫ ତାରିଖରୁ ୮ଘଣ୍ଟା ଦାବି ପୂରଣ ପାଇଁ କଳା ବ୍ୟାଚ ପରିଧାନ କରି ସ୍ୱଭାବିକ କାର୍ଯ୍ୟ ସଂପାଦନ କରୁଛନ୍ତି। ଏହି ଆନ୍ଦୋଳନରେ ସାମିଲ ହୋଇଥିବା ଆଠଗଡ ଉପଖଣ୍ଡରେ ଆରବିଏସକେ ଅଧିନରେ କାର୍ଯ୍ୟରତ ଆୟୁଷ ଡାକ୍ତରମାନେ କଳାବ୍ୟାଚ ପରିଧାନ କରି କରୋନା ସଂକ୍ରମିତଙ୍କ ସ୍ୱାବ୍‍ ପରୀକ୍ଷା ଠାରୁ ଆରମ୍ଭକରି ସେମାନଙ୍କ ଚିକିତ୍ସା ସେବାରେ ନିୟୋଜିତ ରହିଛନ୍ତି।

- Advertisement -

ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆରବିଏସକେ ଯୋଜନାରେ କାର୍ଯ୍ୟରତ ଆୟୁଷ ଚିକିତ୍ସାଧିକାରୀ ଡାକ୍ତର ଦୀପକ ରାଜ, ଦେବୀପ୍ରସାଦ ଗିରି, ସ୍ୱର୍ଣ୍ଣପ୍ରଭା ରାଉତରାୟ ଓ ମଧୁସ୍ମିତା ପ୍ରଧାନଙ୍କ ସମେତ ଅନ୍ୟ ଆୟୁଶ ଡାକ୍ତରମାନେ ଏହି ଆନ୍ଦୋଳନରେ ସାମିଲ ହୋଇ ସରକାର ସେମାନଙ୍କ ପ୍ରତି ନ୍ୟାୟ ପ୍ରଦାନ କରିବା ଲାଗି ଦାବି କରିଛନ୍ତି। ସେମାନଙ୍କର ନ୍ୟାୟୋଚିତ୍ତ ୮ ଦଫା ଦାବି ଯଥା କୋଭିଡ କର୍ତ୍ତବ୍ୟ କରୁଥିବା ସମସ୍ତ ଆରବିଏସକେ ଆୟୁଶ ଡାକ୍ତରଙ୍କୁ କରୋନା ଯୋଦ୍ଧାଭାବେ ଗ୍ରହଣ କରିବା, କରୋନା ଯୋଦ୍ଧାଙ୍କ ପାଇଁ ଉଦ୍ଦିଷ୍ଟ ଘୋଷଣାକୁ କାର୍ଯ୍ୟକାରୀ କରିବା, ଅନ୍ୟ ଆୟୁର୍ବେଦିକ ଓ ହୋମିଓପାତି ଡାକ୍ତରଙ୍କ ସହିତ ସମାନ ଦରମା ଅଥବା ଅତିକମରେ ୫୦ହଜାର ଟଙ୍କା ବେତନ ପ୍ରଦାନ କରିବା ସଂପୃକ୍ତ ଆୟୁଷ ଡାକ୍ତରଙ୍କୁ ନିୟମିତ କରିବା, ସେମାନଙ୍କୁ ଆୟୁଷ ନିର୍ଦ୍ଦେଶାଳୟକୁ ନେବା ଏଡିଏମଓଙ୍କୁ ସେମାନଙ୍କର ସମୀକ୍ଷା ଦାୟିତ୍ୱ ଦେବା, ସ୍କୁଲ ଓ ଅଙ୍ଗନବାଡି ପିଲାଙ୍କୁ ଏଲୋପ୍ୟାଥି ଭଳି ଆୟୁର୍ବେଦିକ ଓ ହୋମିଓପାତି ଔଷଧ ବଣ୍ଟନ କରିବା ଏବଂ ସେମାନଙ୍କୁ ନିୟମିତ ଭାବେ ଜିଲ୍ଲା ଓ ରାଜ୍ୟସ୍ତରର ତାଲିମ ପ୍ରଦାନ କରିବା ଅନ୍ତର୍ଭୁକ୍ତ। ଏହିସବୁ ନ୍ୟାର୍ଯ୍ୟ ଦାବିକୁ ସରକାର ଅବିଳଳମ୍ବେ ଗ୍ରହଣ କରିବା ଲାଗି ଆରବିଏସକେ ଆୟୁଷ ଡାକ୍ତର ସଂଘ ପକ୍ଷରୁ ନିବେଦନ କରାଯାଇଛି।

 

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories