www.samajalive.in
Saturday, December 6, 2025
16.1 C
Bhubaneswar

ଦିନ ଦ୍ୱିପହରରେ ବନ୍ଧୁକ ଦେଖାଇ ୧ ଲକ୍ଷ ୩୨ ହଜାର ଟଙ୍କା ଲୁଟ

କଣ୍ଟାବାଞ୍ଜି : ତୁରେକେଲା ବ୍ଲକ ଝରଣି-କଣ୍ଟାବାଞ୍ଜି ରାସ୍ତା ବସ ଷ୍ଟପେଜ ପାଖରେ ଦିନ ଦ୍ୱିପହରରେ ୩ଟି ବାଇକ ରେ ୫ ଜଣ ମୁଖା ପିନ୍ଧା ଲୁଟେରା ବନ୍ଧୁକ ଓ ଧାରୁଆ ଅସ୍ତ୍ର ଦେଖାଇ ୧ ଲକ୍ଷ ୩୨ ହଜାର ଟଙ୍କା ଡକାୟତ କରି ଫେରାର ହୋଇଯାଇଛନ୍ତି। ଗତକାଲି ଅପରାହ୍ନରେ ତୁରେକେଲା ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ତୁରେକେଲା ଗ୍ରାମୀଣ ଇଣ୍ଡିଆନ ଗ୍ୟାସ ଏଜେନ୍ସି ମାଲିକ କ୍ଷୀରୋଦ ମେହେର ଲିଖିତ ଅଭିଯୋଗ ଅନୁସାରେ ନିଜ ଘରୁ ମଧ୍ୟାହ୍ନ ଭୋଜନ ସାରି ନିଜ ବାଇକରେ ଏକ ହେଣ୍ଡ ବ୍ୟାଗରେ ୧ ଲକ୍ଷ ୩୨ ହଜାର ଟଙ୍କା ନେଇ କଣ୍ଟାବାଞ୍ଜିର ଏକ ବ୍ୟାଙ୍କରେ ଜମା କରିବା ପାଇଁ ଆସୁଥିଲେ। ଠିକ୍‍ ସେହି ସମୟରେ ତୁରେକେଲାରୁ କଣ୍ଟାବାଞ୍ଜି ରାସ୍ତା ଝରଣୀ ବସ ଷ୍ଟପେଜ ପାଖରେ ୩ ଟି ବାଇକ ରେ ୫ ଜଣ ଡକାୟତ ହଠାତ୍‍ ଆସି କ୍ଷୀରୋଦ ମେହେରଙ୍କୁ ଛେକି ବନ୍ଧୁକ ଓ ଧାରୁଆ ଅସ୍ତ୍ର ଦେଖାଇ ଟଙ୍କା ଲୁଟ କରିବା ସହ ଡକାୟତ ମାନେ ମୋବାଇଲ ଛଡାଇ ନେଇ ଭାଙ୍ଗି ଦେବା ଓ ମନିପର୍ସକୁ ମଧ୍ୟ ନେଇଯାଇଥିବା ଗ୍ୟାସ ଏଜେନ୍ସି ମାଲିକ ସୂତ୍ରରୁ ଜଣାପଡ଼ିଛି। ତୁରେକେଲା ପୋଲିସ ଏକ ଡକାୟତ ମାମଲା କେସ ନଂ ୧୮୫/୨୦୨୦ ଦଫା ୩୯୫ ରୁଜୁ କରିବା ସହ ତଦନ୍ତ ଭାର ଥାନା ଭାରପ୍ରାପ୍ତ ଅଧିକାରୀ କମଲ ଲୋଚନ ବେହେରା ନେବା ସହ ଚାରିଆଡେ ଛାନଭିନ  ଜାରୀ ରଖିଥିବା ବେଳେ ଏ ପର୍ଯ୍ୟନ୍ତ ଧରା ପଡ଼ି ନ ଥିବା ପୋଲିସ ସୂତ୍ରରୁ ପ୍ରକାଶ। ଏ ଘଟଣା କଣ୍ଟାବାଞ୍ଜି ତୁରେକେଲା ଅଞ୍ଚଳରେ ଚାଞ୍ଚଲ୍ୟ ଖେଲାଇ ଦେଇଛି।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories