www.samajalive.in
Friday, December 5, 2025
26.1 C
Bhubaneswar

କୋଭିଡ ହସପିଟାଲ ଓ କେୟାର ସେଂଟରରେ ଅଗ୍ନି ନିିରାପତା ବ୍ୟବସ୍ଥାର ଯାଞ୍ଚ

ରାଉରକେଲା : ଅହମ୍ମଦାବାଦର କୋଭିଡ ହସପିଟାଲରେ ଅଗ୍ନିକାଣ୍ଡରେ ରୋଗୀଙ୍କ ମୃତ୍ୟୁ ପରେ ରାଜ୍ୟରେ ଥିବା କୋଭିଡ ହସପିଟାଲରେ ଅଗ୍ନି ନିରାପତା ବ୍ୟବସ୍ଥାକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। ଫଳରେ ଅଗ୍ନିଶମ ବିଭାଗର ମହାନିଦ୍ଦେଶକଙ୍କ ନିର୍ଦ୍ଦେଶ ଅନୁସାରେ ରାଉରକେଲା ଅଗ୍ନିଶମ ବିଭାଗ ପକ୍ଷରୁ ଦୁଇଟି ଟିମ ରାଉରକେଲାର ହାଇଟେକ ସ୍ଥିତ କୋଭିଡ ହସପିଟାଲ ଓ ବିପିୟୁଟିରେ ଥିବା କୋଭିଡ କେୟାର ସେଂଟରରେ ଅଗ୍ନି ନିରାପତା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ସହକାରୀ ଫାୟାର ଅଫିସରଙ୍କ ତତ୍ୱବଧାନରେ ଏହି ଟିମ ଅଗ୍ନି ନିରାପତା ବ୍ୟବସ୍ଥାର ଯାଞ୍ଚ କରିଥିଲେ। ବ୍ୟବସ୍ଥା ଠିକ ଅଛିକି ନାହିଁ ଏହାର ଅନୁଧ୍ୟାନ କରିଥିଲେ। ଏହା ସହିତ ଆବଶ୍ୟକସ୍ଥଳେ ଏହି ପରିସ୍ଥିତି କିପରି ବ୍ୟବସ୍ଥାର ନିୟନ୍ତ୍ରଣ କରାଯାଇପାରିବ, ସେଠାରେ ଥିବା କର୍ମଚାରୀଙ୍କୁ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ପ୍ରଶିକ୍ଷଣ ଦେଇଥିଲେ। ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଅଗ୍ନିନିରାପତା ପାଇଁ ଥିବା ଗାଇଡଲାଇନ ସମ୍ପର୍କିତ ନିର୍ଦ୍ଦେଶନାମାକୁ ସମ୍ପୃକ୍ତ କର୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଥିଲା। ନିୟମିତ ଭାବେ ଏହି ଯାଞ୍ଚ ପ୍ରକ୍ରିୟା ଚାଲିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।
ଏଠାରେ ଉଲ୍ଲେ୍‍ଖଯୋଗ୍ୟଯେ କରେନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ରାଉରକେଲା ଅଗ୍ନିଶମ ବିଭାଗ ପକ୍ଷରୁ କୋଭିଡ ହସପିଟାଲ, କୋଭିଡ କେୟାର ସେଂଟର, ରାଉରକେଲା ସରକାରୀ ଡାକ୍ତରଖାନା ଆଦି ପ୍ରମୁଖ ସ୍ଥାନକୁ ନିୟମିତ ସାନିଟାଇଜ କରାଯାଉଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories