www.samajalive.in
Friday, December 5, 2025
27.1 C
Bhubaneswar

ଏୟାର ଫୋର୍ସ ଟ୍ରେନିଂ ବିମାନ କ୍ରୟରେ ଅନିୟମିତତା: ୧୪ ସ୍ଥାନରେ ପ୍ରବର୍ତନ ନିର୍ଦେଶାଳୟର ଚଢ଼ଉ

ରବର୍ଟ ଭଦ୍ରାଙ୍କ ଘନିଷ୍ଠ ସଞ୍ଜୟ ଭଣ୍ଡାରୀଙ୍କ ଘରୁ ମିଳିଲା ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ

ନୂଆଦିଲ୍ଲୀ:  ରବର୍ଟ ଭଦ୍ରାଙ୍କ ଅତ୍ୟନ୍ତ ଘନିଷ୍ଠ କୁହାଯାଉଥିବା ସଞ୍ଜୟ ଭଣ୍ଡାରୀଙ୍କ ଘର ସମେତ ୧୪ଟି ସ୍ଥାନରେ ପ୍ରବର୍ତନ ନିର୍ଦେଶାଳୟ ଚଢ଼ଉ କରିଛି । ଶୁକ୍ରବାର ଦିଲ୍ଲୀ, ମୁମ୍ବାଇ, ନୋଇଡ଼ାର ୧୪ଟି ସ୍ଥାନରେ ଚଢ଼ଉ କରାଯାଇଥିଲା ଏବଂ ଏହି ଚଢ଼ଉରେ ଏୟାର ଫୋର୍ସ ତାଲିମ ବିମାନ କ୍ରୟ ନେଇ କିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ ପ୍ରବର୍ତନ ନିର୍ଦେଶାଳୟ ଅଧିକାରୀଙ୍କ ହାତରେ ଲାଗିଥିବା କୁହାଯାଉଛି । ଏୟାରଫୋର୍ସର ତାଲିମ ବିମାନ କ୍ରୟରେ ଅନିୟମିତତା ହୋଇଥିବା ପୂର୍ବରୁ ଅଭିଯୋଗ ହୋଇଥିଲା।  ସ୍ବିଜରଲାଣ୍ଡର କମ୍ପାନୀ ପିଲାଟସ୍ ଏୟାରକ୍ରାଫ୍ଟ ଲି ସହିତ କିଛି ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ନିକଟରେ ସିବିଆଇ ମଧ୍ୟ ଏହି ପ୍ରସଙ୍ଗରେ ଏକ ମାମଲା ରୁଜୁ କରିଥିଲା । ଏହି ବିମାନ କିଣାବିକାରେ ପ୍ରାୟ ୩୯୯ କୋଟି ଟଙ୍କା ଲାଞ୍ଚ କାରବାର ହୋଇଥିବା ଏଫ୍ଆଇଆରରେ ଦର୍ଶାଯାଇଛି । ଏତଲାରେ ଚର୍ଚିତ ଡ଼ିଲର ସଞ୍ଜୟ ଭଣ୍ଡାରୀଙ୍କ ସହ ଆଉ କିଛି ବ୍ୟକ୍ତିଙ୍କ ନାଁ ରହିଛି । ଏହାପରେ ପ୍ରବର୍ତନ ନିର୍ଦେଶାଳୟ ଭଣ୍ଡାରୀଙ୍କ ଘର ଉପରେ ଚଢ଼ଉ କରିଛି ।
୨୦୦୮-୦୯ ମସିହାରେ କଂଗ୍ରେସ ଶାସନ କାଳରେ ଏହି ବିମାନ କ୍ରୟ ହୋଇଥିଲା । ଏହି ମାମଲାରେ କିଛି ରାଜନୈତିକ ଲୋକଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା । ନିଜର ପଦ ଓ ପ୍ରଭାବର ଉପଯୋଗ କରି କିଛି ବେସରକାରୀ ଲୋକଙ୍କ ଜରିଆରେ ଆନ୍ତର୍ଜାତିକ କିଣାବିକା ହୋଇଛି ଏବଂ ଡ଼ିଲରଙ୍କୁ ଫାଇଦା ଦିଆଯାଇଛି ବୋଲି ଅଭିଯୋଗ କରାଯାଇଥିଲା । ଏହି ପ୍ରସଙ୍ଗରେ ସିବିଆଇ ପିଲାଟଲସ୍ ଏୟାରକ୍ରାଫ୍ଟ କମ୍ପାନୀ ବିରୋଧରେ ମାମଲା ରୁଜୁ ହୋଇଥିଲା । ସ୍ବିଜରଲ୍ୟାଣ୍ଡର ଏହି କମ୍ପାନୀ ସହ ପ୍ରତିରକ୍ଷା ମନ୍ତ୍ରଣାଳୟ, ଭାରତୀୟ ବାୟୁସେନାର କିଛି ଅଧିକାରୀ ଓ କିଛି ଅଜ୍ଞାନ ଲୋକ ନାମ ଏହି ଏତଲାରେ ରହିଥିଲା।

ଏହି ମାମଲାରେ ଗାନ୍ଧୀ ପରିବାର ବା ଗାନ୍ଧୀ ପରିବାରର ଜ୍ଵାଇଁ ରବର୍ଟ ଭଦ୍ରାଙ୍କ ନାମ କେଉଁଠି ଅଭିଯୁକ୍ତ ଭାବରେ ଉଲ୍ଲେଖ କରାଯାଇ ନାହିଁ । କିନ୍ତୁ ତଦନ୍ତ ସମୟରେ ସଞ୍ଜୟ ଭଣ୍ଡାରୀ ଏହି ନେଣଦେଣରେ କୋଟିକୋଟି ଟଙ୍କା କିଛି ସରକାରୀ ଅଧିକାରୀ, ରାଜନୈତିକ ପରିବାର ସହ ଜଡ଼ିତ ଲୋକଙ୍କୁ ପ୍ରଦାନ କରିଥିବା ସୁରାକ ସିବିଆଇକୁ ମିଳିଛି । ଏପରିକି ସଞ୍ଜୟ ଭଣ୍ଡାରୀଙ୍କ ଅତ୍ୟନ୍ତ ଘନିଷ୍ଠ ବନ୍ଧୁଙ୍କ ମଧ୍ୟରେ ରବର୍ଟ ଭଦ୍ରା (ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ) ଜଣେ ହୋଇଥିବାରୁ ସ୍ବାଭାବିକ ଭାବରେ ପ୍ରବର୍ତନ ନିର୍ଦେଶାଳୟ ଓ ସିବିଆଇ ରବର୍ଟଙ୍କ ସମ୍ପୃକ୍ତି ନେଇ ଯାଞ୍ଚ ଆରମ୍ଭ କରିଛି । ଏହି ମାମଲାର ପ୍ରାଥମିକ ତଦନ୍ତ ସମୟରେ ଲଣ୍ଡନର ଏକ ସମ୍ପତ୍ତି ସମ୍ପର୍କରେ ସିବିଆଇ ସୂଚନା ପାଇଛି । ଏହାଛଡ଼ା ଜବତ ଦସ୍ତାବିଜ ମଧ୍ୟରେ ରବର୍ଟ ଭଦ୍ରା ଓ ସଞ୍ଜୟ ଭଣ୍ଡାରୀଙ୍କ କମ୍ପାନୀର କିଛି ଲୋକ ନିୟମିତ ସମ୍ପର୍କରେ ଥିବା ଜଣାପଡ଼ିଛି ।
ଏହି ବିମାନ କ୍ରୟରେ କାରବାର ହୋଇଥିବା ଲାଞ୍ଚରେ କିଏକିଏ ଉପକୃତ ହୋଇଛନ୍ତି ଓ କେଉଁମାନେ ଲାଭବାନ ହୋଇଛନ୍ତି ସେ ସମ୍ପର୍କରେ ସିବିଆଇ ଓ ଇଡ଼ି ଯାଞ୍ଚ ଆରମ୍ଭ କରିଛନ୍ତି । ଏହି ଲାଞ୍ଚ ଅର୍ଥରେ ଲଣ୍ଡନରେ ସମ୍ପତ୍ତି କ୍ରୟ ହୋଇଥିଲା କି ନାହିଁ ତାହା ତଦନ୍ତାଧୀନ ରହିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ଭଣ୍ଡାରୀ ଏବେ ଫେରାର ଅଛନ୍ତି ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories