www.samajalive.in
Friday, December 5, 2025
26.1 C
Bhubaneswar

କେରଳରେ ପ୍ରବଳ ବର୍ଷା ପରେ ଭୁସ୍ଖଳନ; ୧୫ ମୃତ, ମାଟି ତଳେ ୬୫ ଶ୍ରମିକ

ଥିରୁଭାନନ୍ଥପୂରମ: କେରଳରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ସୃଷ୍ଟି ହୋଇଛି। ଇଡୁକ୍କୀ ଜିଲାର ରାଜମଲା ଅଞ୍ଚଳରେ ବର୍ଷା ଫଳରେ ଭୁସ୍ଖଳନ ଘଟିଛି। ଏଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ମାଟି ତଳେ ଚାପି ହୋଇଯାଇଥିବା ଅନ୍ୟ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ମାଟି ତଳେ ଅନ୍ୟ କେହି ଫଶି ରହିଛନ୍ତି କି ନାହିଁ ତାହା ଜାଣିବା ଲାଗି ଏନଡିଆରଏଫ ଏବଂ ବନ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ପାଇଁ ହେଲିକପ୍ଟର ପଠାଇବା ଲାଗି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବାୟୁସେନା ସହିତ ଯୋଗାଯୋଗ କରାଯାଇଥିବା ସୂଚନା ମିଳିଛି। କୁହାଯାଉଛି ଯେଉଁ ସ୍ଥାନରେ ଭୂସ୍ଖଳନ ଘଟିଛି ସେଠାରେ ୪ଟି ଶିବିରରେ ୮୦ରୁ ଅଧିକ ଶ୍ରମିକ ରହୁଥିଲେ। ତେଣୁ ମାଟିତଳେ ଆହୁରି ୬୫ ଜଣ ଫଶିଥିବା ଆଶଙ୍କା କରାଯାଉଛି।

ସ୍ବାସ୍ଥ୍ୟମନ୍ତ୍ରୀ କେ.କେ. ଶେଲଜା କହିଛନ୍ତି ଯେ, ଏକ ଭ୍ରାମ୍ୟମାଣ ମେଡିକାଲ ଟିମ୍‌ ଏବଂ ୧୫ଟି ଆମ୍ବୁଲାନ୍ସ ଇଡୁକ୍କୀ ପଠାଯାଇଛି। ଆବଶ୍ୟକ ପଡ଼ିଲେ ଆହୁରି ମେଡିକାଲ ଟିମ୍‌ ପଠାଯିବ। ହସ୍ପିଟାଲଗୁଡ଼ିକୁ ସତର୍କ ରହିବାକୁ କୁହାଯାଇଛି। ରାଜସ୍ବ ମନ୍ତ୍ରୀ ଇ. ଚନ୍ଦ୍ରଶେଖରନ୍‌ କହିଛନ୍ତି ଯେ, ଘଟଣାସ୍ଥଳରେ ୪ଟି ଶ୍ରମିକ ଶିବିର ଥିଲା। ସେଥିରେ ପ୍ରାୟ ୮୨ ଜଣ ରହୁଥିଲେ। କିନ୍ତୁ ଭୁସ୍ଖଳନ ସମୟରେ ସେଠାରେ କେତେଜଣ ଥିଲେ ତାହା ଜଣାପଡ଼ିନାହିଁ।

- Advertisement -

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି । ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କ ଚିକିତ୍ସା ନିମନ୍ତେ ୫୦ ହଜାର ଟଙ୍କା ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରୁ ମଞ୍ଜୁର କରିଛନ୍ତି ।

ଅପରପକ୍ଷରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ମଧ୍ୟ ଏହି ମାମଲାରେ ନିଜର ସମ୍ବେଦନଶୀଳତା ପ୍ରକାଶ କରିବା ସହ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ଦିଆଯିବାକୁ ଘୋଷଣା କରିଛନ୍ତି ।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories