www.samajalive.in
Saturday, December 6, 2025
14.1 C
Bhubaneswar

ପରକୀୟା ପ୍ରୀତିକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା ; ଗୁରୁତର ଅବସ୍ଥାରେ ମହିଳା ଉଦ୍ଧାର

ଦେବଗଡ : ପରକୀୟା ପ୍ରୀତିକୁ ନେଇ ଗତକାଲି ରାତିରେ ବାରକୋଟ ଥାନା ଅନ୍ତର୍ଗତ ମାଝିଚାକୁଣ୍ଡାପାଳ ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ବେଳେ ଅନ୍ୟଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ସୂଚନା ପାଇ ବାରକୋଟ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଗୁରୁତର ଅବସ୍ତାରେ ମହିଳାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ମାଝିଚାକୁଣ୍ଡାପାଳ ଗ୍ରାମର ଶ୍ରଦ୍ଧାକର ମାଝୀଙ୍କ ପୁଅ ନରେଶ ମାଝୀ କେନ୍ଦୁଝର ଜିଲ୍ଲାରେ ଚାକିରି କରୁଥିବା ବେଳେ ତାଙ୍କ ସ୍ତ୍ରୀ ଲକ୍ଷ୍ମୀଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ମାନେ ଘରେ ରହୁଥିଲେ। ତେବେ ଗତକାଲି ବିଳମ୍ବିତ ରାତିରେ ନରେଶଙ୍କ ଅନୁପସ୍ଥିତିର ସୁଯୋଗ ନେଇ ନରେଶଙ୍କ ସାଙ୍ଗ ତଥା ନିକଟସ୍ଥ ଭାଟସିଂ ଗ୍ରାମର ଧରଣୀ ନାୟକଙ୍କ ପୁଅ ସୁମନ୍ତ ନାୟକ (୨୨) ନରେଶଙ୍କ ସ୍ତ୍ରୀ ରହୁଥିବା କୋଠରୀରେ ପଶିଥିବା ଲକ୍ଷ୍ମୀଙ୍କ ଶାଶୁ ଦେଖିପାରିଥିଲେ । ଏ ସମ୍ପର୍କରେ ସେ ପରିବାରର ଅନ୍ୟ ସଦସ୍ୟ ମାନଙ୍କୁ ସୂଚନା ଦେବାପରେ ନରେଶଙ୍କ ୨ ଭାଇ ଓ ବାପା ଉକ୍ତ କୋଠରୀରେ ଉଭୟଙ୍କୁ ଦେଖି ବିଭିନ୍ନ ପ୍ରଶ୍ନ କରିଥିଲେ ହେଁ ସେମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଫଳରେ ସେମାନେ ଉଭୟଙ୍କୁ ଗାଳିଗୁଲଜ କରିଥିଲେ। ତେବେ ସକାଳେ ଉକ୍ତ କୋଠରୀ ଖଟ ଉପରେ ସୁମନ୍ତଙ୍କର ମୃତଦେହ ପଡ଼ିଥିବା ବେଳେ ଲକ୍ଷ୍ମୀଙ୍କର ବାମ ହାତର ଶିରା କଟି ରକ୍ତ ବାହାରିବା ସହ ସେ ଅଚେତ ଅବସ୍ଥାରେ ପଡ଼ିଥିଲେ । କୌଣସି ସୂତ୍ରରୁ ସୂଚନା ପାଇ ଗୌଡସୁଗୁଡା ( କାଉନଶିବାହାଳ)ପଞ୍ଚାୟତର ସରପଞ୍ଚ ବାରକୋଟ ଥାନା ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ବାରକୋଟ ଥାନା ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଅଚେତ ଲକ୍ଷ୍ମୀଙ୍କୁ ଉଦ୍ଧାରକରି ଚିକିତ୍ସା ନିମନ୍ତେ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେହିପରି ସାଇଣ୍ଟିଫିକ ଟିମ ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।ପ୍ରାଥମିକ ଅନୁସନ୍ଧାନରେ ସୁମନ୍ତକୁ ତକିଆ ସାହାଯ୍ୟରେ ମୁହଁଚିପି ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଥିବା ବେଳେ ବ୍ୟବେଚ୍ଛେଦ ରିପୋର୍ଟ ଆସିବାପରେ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ବାବେ ଜଣାପଡ଼ିବ ବୋଲି ପୁଲିସ ପ୍ରକାଶ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories