www.samajalive.in
Saturday, December 6, 2025
14.1 C
Bhubaneswar

ମେଡିକାଲ୍ ଛାତ୍ରଛତ୍ରୀଙ୍କ ବାର୍ଷିକ ଦେୟ ଛାଡ କରନ୍ତୁ ସରକାର : ମେଡିଭିଜନ୍

ଭୁବନେଶ୍କବର: ରୋନା ମହାମାରୀ ଭଳି ସାମ୍ପ୍ରତିକ ପରିସ୍ଥିତିିରେ ଶିକ୍ଷା ବ୍ୟବସ୍ଥା ଭୁସୁଡି ପଡିଛି ଓ ଏହା ସାଧାରଣ ଛାତ୍ର ଉପରେ ପ୍ରଭାବ ପକାଇଛି। ମେଡିକାଲ୍ରେ ପଢୁୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଚାପ ପକାଇଛି। ଏହି ପରିସ୍ଥିତିରେ ସାଧାରଣ ଗରିବ ମେଡିକାଲ୍ ଛାତ୍ରଛାତ୍ରୀଙ୍କ ପାଇ ଁବାର୍ଷିକ ଦେୟ ପୈଠ କରିବା କଷ୍ଟ ଦାୟକ ହୋଇଯାଇଛି। ତେଣୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ମେଡିକାଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଆୟାମ ମେଡିଭିଜନ୍ ତରଫରୁ ଦେୟ ଛାଡ ପାଇଁ ରାଜ୍ୟପାଳ , ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ , ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟକୁ ଦାବି ପତ୍ର ପ୍ରଦାନ କରାଯାଇଛି। ଏହି ଦାବି ପତ୍ରରେ ଗୁଗୁଲ୍ ଫର୍ମ ମାଧ୍ୟମରେ ୨୩୯୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କର ସ୍ୱାକ୍ଷର ନିଆଯାଇଛି। ୯୭.୯% ଛାତ୍ରଛାତ୍ରୀ ବାର୍ଷିକ ଦେୟ ଛାଡ ଦାବି ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି। ସମସ୍ତ ଛାତ୍ରସଂସଦର ସଭାପତି ଯଥା ଏମକେସିଜିର ଆଷିଶ କୁମାର ମହାପାତ୍ର , ଏସ୍ସିବି ମେଡିକାଲ କଲେଜର ବିଶ୍ୱଜିତ ସାହୁ , ଭିମସାର୍‍ର ସୁରଜ ଦଣ୍ଡପତ , ପିଆର୍ଏମ ମେଡିକାଲ୍ କଲେଜ୍ର ଅରବିନ୍ଦ ପ୍ରସାଦ , ଏସେଲେନ୍ ମେଡିକାଲ୍ କଲେଜର ଦେବବ୍ରତ ବେହେରା ଓ ଏଫ୍ମ୍ ମେଡିକାଲ୍ କଲେଜର ପ୍ରଭାତ କୁମାର ଦାସ ଓ ଏସ୍ବିଏମ୍ ମେଡିକାଲ୍ କଲେଜର ଅନିମେଶ ଦାସଏ ହି ଦାବିକୁ ସମର୍ଥନ ଜଣାଇଛନ୍ତି। ରାଜ୍ୟ ଓ କେନ୍ଦ୍ରସରକାରଙ୍କୁ ଦେୟ ଛାଡ କରିବା ଓ ମେଡିକାଲ ୍ଛାତ୍ରଛାତ୍ରୀଙ୍କ ପାଇଁ ସମ୍ବେଦନ ହୁଅନ୍ତି ବୋଲି ମେଡିଭିଜନ୍‍ର ରାଜ୍ୟ ସଭାପତି ଦେବକିନନ୍ଦ ସେନାପତି କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories