www.samajalive.in
Saturday, December 6, 2025
26.1 C
Bhubaneswar

ଭବାନୀପାଟଣା ସହର ୪୮ଘଣ୍ଟା ପାଇଁ ସଟ୍‍ଡାଉନ୍‍: ଘର ଘର ବୁଲି ସର୍ଭେ, ସ୍ୱାସ୍ଥ୍ୟ ପରୀକ୍ଷା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରରେ ଗତ ଦୁଇ ସପ୍ତାହ ହେଲା କରୋନା ସଂକ୍ରମଣ ବୃଦ୍ଧି ପାଇବାକୁ ନେଇ ସହରବାସୀ ଯେତେ ଚିନ୍ତିତ ହୋଇ ପଡ଼ିନାହାନ୍ତି, ତାଠାରୁ ଅଧିକ ଜିଲ୍ଲାପ୍ରଶାସନର ଚିନ୍ତା ବଢାଇ ଦେଇଛି। ଭବାନୀପାଟଣା ସହରରେ କରୋନା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବାରୁ ତାକୁ ପ୍ରତିରୋଧ କରିବା ପାଇଁ ଜିଲ୍ଲାପ୍ରଶାସନ ୭ ଓ ୮ତାରିଖ ଦୁଇ ଦିନ ଧରି ଭବାନୀପାଟଣା ସହରକୁ ସଟ୍‍ଡାଉନ୍‍ ଘୋଷଣା କରିଛନ୍ତି। ଏହି ୨ଦିନ ଭିତରେ ଭବାନୀପାଟଣା ପୌରପରିଷଦ ଅଧିନରେ ଥିବା ୨୦ଟି ୱାର୍ଡର ସମସ୍ତ ପଡାକୁ ପ୍ରଶାସନ ଦ୍ୱାରା ନିଯୁକ୍ତି ପ୍ରାପ୍ତ ଆଶା, ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାର୍ଡ କର୍ମୀ, ଶିକ୍ଷକ ପ୍ରମୁଖଙ୍କ ଦ୍ୱାରା ଗଠିତ ଟିମ୍‍ ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରିବା ସହ ଘର ଘର ବୁଲି ସର୍ଭେ କରିବା ସହିତ ଆଣ୍ଟିଜେନ୍‍ କିଟ ଟେଷ୍ଟ ଆରମ୍ଭ ହୋଇଛି। ବିଭିନ୍ନ ଛକ ସ୍ଥାନରେ ପୁଲିସ୍‍ ଅମାନିଆ ଲୋକମାନଙ୍କୁ ଘରୁ ନ ବାହାରିବା ପାଇଁ ତାଗିଦ୍‍ କରୁଛି।

ଗତ ଜୁଲାଇ ଦ୍ୱିତୀୟ ସପ୍ତାହରୁ ଅଦ୍ୟାବଧି ଭବାନୀପାଟଣା ସହରର ପ୍ରାୟ ଅଧିକାଂଶ ପଡାରେ ଦିନକୁ ଦିନ କରୋନା ସଂକ୍ରମଣ ଦୃତ ଗତିରେ ବୃଦ୍ଧିପାଇବା ଯୋଗୁଁ ଜିଲ୍ଲା ପ୍ରଶାସନ ପୂର୍ବରୁ ଗତ ଜୁଲାଇ ୨୫ ଓ ୨୬ତାରିଖ ଦୁଇ ଦିନ ଧରି ଭବାନୀପାଟଣା ସହରକୁ ସଟ୍‍ ଡାଉନ୍‍ କରାଯାଇ ଘର ଘର ବୁଲି ସର୍ଭେ କରିବା ସହିତ ଥର୍ମାଲ ସ୍କାନିଙ୍ଗ କରାଯିବା ଯେଉଁମାନଙ୍କୁ କରୋନା ଆକ୍ରାନ୍ତ ଥିବା ସନ୍ଦେହ କରାଯାଉଥିଲା ସେମାନଙ୍କର ସ୍ୱାବ ପରିକ୍ଷା କରାଯାଇଥିଲା ଠିକ୍‍ ସେପରି ପୂର୍ନବାର ସହରରେ କରୋନା ସଂକ୍ରାମଣ କମିବା ବଦଳରେ ଅହେତୁକ ଭାବେ ବୃଦ୍ଧିପାଇବାରେ ଲାଗିଛି। ଯାହାକୁ ନେଇ ଜିଲ୍ଲା ପ୍ରଶାସନର ମୁଣ୍ଡ ବ୍ୟଥା ବଢାଇ ଦେଇଥିଲା। ପୁର୍ନବାର ଜିଲ୍ଲାପାଳ କଳାହାଣ୍ଡି ଜିଲ୍ଲାପାଳ ଡା. ଗଭାଳି ପରାଗ ହର୍ଷଦଙ୍କ ଚିଠି ନଂ.୧୦୭୭/୦୪.୦୮.୨୦୨୦ଅନୁଯାୟୀ ଭବାନୀପାଟଣା ସହରକୁ ୭ତାରିଖ ସକାଳୁ ଆସନ୍ତା ୮ତାରିଖ ମଧ୍ୟ ରାତ୍ର ପର୍ୟ୍ୟନ୍ତ ସଟ୍‍ଡାଉନ୍‍ କରାଯାଇଛି। ଏହି ସମୟରେ ଭବାନୀପାଟଣା ସହରବାସୀ ଜରୁରୀ କାମ ନଥିଲେ ଘରୁ ନବାହାରିବା ପାଇଁ କଡା ନିର୍ଦ୍ଦେଶନାମା ଜାରିକରାଯାଇଥିଲେ ମଧ୍ୟ ଅମାନୀଆ ଯୁବକମାନେ ଜାଣିଶୁଣି ଅଯଥାରେ ମଟର ସାଇକେଲରେ ଘୁରୁବୁଲିଥିବା ଦେଖିବାକୁ ମିଳୁଛି। ନିଜେ କଳାହାଣ୍ଡି ଏସ୍‍.ପି. ବାତୁଲା ଗଙ୍ଗାଧର ନିଜେ ଆଇନ୍‍ ଶୃଙ୍ଖଳା ପରିସ୍ଥିତି ଉପରେ ତିକ୍ଷଣ ନଜର ରଖିବା ସହିତ ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ୍‍ ମୁତୟନ ଓ ଯାଞ୍ଚ କାର୍ୟ୍ୟ କରାଯାଉଥିବା ଦେଖିବାକୁ ମିଳିଛି। ସେହିପରି ଭବାନୀପାଟଣା ଉପ-ଜିଲ୍ଲାପାଳ ମାଜିଷ୍ଟ୍ରେଟ୍‍ ଦାୟିତ୍ୱରେ ରହିବା ସହିତ ସି.ଡି.ଏମ୍‍.ଓ.ଙ୍କୁ ଏହି ସମୟରେ କଣ୍ଟାକ୍ଟ ଟ୍ରେସିଙ୍ଗ ଓ ଅଧିକ ପରୀକ୍ଷା ସହିତ ଥରମାଲ ସ୍କାନିଙ୍ଗ ଏବଂ ଘର ଘର ସର୍ଭେ କରିବାର ଦାୟିତ୍ୱ ଦିଆଯାଇଛି। ଭବାନୀପାଟଣା ପୌରପାଳିକା ନିର୍ବାହୀ ଅଧିକାରୀଙ୍କୁ ସଟ୍‍ ଡାଉନ୍‍ ସମୟରେ ପରିଚାଳନା ସହାୟତା ପାଇଁ ଦାୟିତ୍ୱ ଦିଆଯାଇଛି। ଅନ୍ୟପଟେ ୭୫ଟି ଟିମ୍‍ ଭାଗ ଭାଗ ହୋଇ ୭ ଓ ୮ତାରିଖ ୨ଦିନରେ ଭବାନୀପାଟଣା ପୌରାଞ୍ଚଳର ୨୦ଟି ୱାର୍ଡରେ ଘର ଘର ବୁଲି ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରିବା ସହ ଲୋକଙ୍କର ସ୍ୱାସ୍ଥ୍ୟଗତ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ସର୍ଭେ କରି କରିବା ସହିତ ରେପିର୍ଟ ଟେଷ୍ଟ କରାଯାଉଛି। ଭବାନୀପାଟଣା ସହରର କନ୍ଧପଡା ୟୁ.ପି.ସ୍କୁଲ, ଇରିଗେସନ୍‍ କଲୋନୀ ୟୁ.ଜି.ଏମ୍‍.ଇ.ସ୍କୁଲ, ଶାନ୍ତିନଗର ପଡା ଅଙ୍ଗନୱାର୍ଡି କେନ୍ଦ୍ର, ଆଉଟ୍‍ ପୋଷ୍ଟ ସ୍କୁଲ, ମ୍ୟୁନସିପାଲ ହାଇସ୍କୁଲ, ସରକାରୀ ବାଳିକା ହାଇସ୍କୁଲ ଗାନ୍ଧିଛକ, ଆର.ଇ.ଓ. କଲୋନୀ ସ୍କୁଲ, ନାଇଟ୍‍ ସେଲଟର୍‍, ବାପୁଜୀ ସ୍କୁଲ ଏବଂ ମଝୀ ପଡା ଏମ୍‍.ଇ.ସ୍କୁଲ ଏହି ରେପିର୍ଟ ଟେଷ୍ଟ କରିବା ପାଇ କରାଯାଉଥିବା ଦେଖିବାକୁ ମିଳୁଛି। ଜିଲ୍ଲାର କାର୍ୟ୍ୟରତ ସମସ୍ତ ଓ.ଏସ୍‍. ଅଫିସର୍‍ ଏବଂ ଅନ୍ୟ ଅଧିକାରୀମାନଙ୍କୁ ସହରର ୨୦ଟି ୱାର୍ଡର ନୋଡାଲ୍‍ ଅଫସିର ଭାବେ ନିଯୁକ୍ତି ଦିଆଯାଇଛି। ଏହି ନୋଡାଲ ଅଫସିର ମାନେ ସମସ୍ତ ୱାର୍ଡରେ କାର୍ୟ୍ୟରତ ଟିମ୍‍ର ମାର୍ଗଦର୍ଶନ କରିବା ସହିତ କାର୍ୟ୍ୟତଦାରଖ କରୁଥିବା ଦେଖିବାକୁ ମିଳୁଛି। ଯଦି କୌଣସି କରୋନା ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହୁଅନ୍ତି ସେମାନଙ୍କୁ କୋର୍ଭିଡ୍‍ ହସ୍ପିଟାଲ ନେବା ପାଇଁ ୫ଟି ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି। ନିଜେ ଜିଲ୍ଲାପାଳ ଡା. ଗାଭିଲ୍‍ ପରାଗ ହର୍ଷଦ ଓ ଭବାନୀପାଟଣା ଏବଂ ଧର୍ମଗଡ ଉପଜିଲ୍ଲାପାଳ ଭବାନୀପାଟଣା ସହରର ବିଭିନ୍ନ ସ୍ଥାନ ବୁଲି ତଦାରଖ କରୁଥିବା ଦେଖିବାକୁ ମିଳିଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories