www.samajalive.in
Wednesday, December 10, 2025
23.1 C
Bhubaneswar

ଅଣ୍ଡାରୁ ଶୁଆ ଛୁଆକୁ ଏଭଳି ବଂଚାଇଛନ୍ତି ବ୍ୟକ୍ତି ; ଭିଡ଼ିଓ ହେଉଛି ଭାଇରାଲ

ମାଆ ଠାରୁ ବଡ଼ ଦୁନିଆରେ ଆଉ କିଛି ନାହିଁ। ମାଆ ସ୍ଥାନ କେହି କେବେ ନେଇପାରିବେ ନାହିଁ। କୁହାଯାଏ ପିଲାଟିର ଯତ୍ନ ଯେପରି ମାଆ ନେବ ସେପରି ଆଉ କେହି ନୁହେଁ। ଠିକ ମାଆ ଭଳି ମମତା ଦେଖାଇ ଜଣେ ବ୍ୟକ୍ତି ଏକ ନିରୀହ ଶୁଆ ଛୁଆର ଜୀବନ ବଂଚାଇଛନ୍ତି। ବର୍ତମାନ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି।
ଅନ୍ୟ ପୋଷା ଜନ୍ତୁଙ୍କୁ ପାଳିବା ସହଜ କଥା ହେଲେ ମାତ୍ର ଏକ ଶୁଆକୁ ଅଣ୍ଡାରୁ କାଢି ତା’କୁ ଖାଦ୍ୟ ଦେଇ ବଂଚାଇବା ସହଜ କଥା ନୁହେଁ। କିଛି ଅସାବଧାନତା ହେବା ମାତ୍ରେ ହୁଏତ ଛୁଆଟିର ଜୀବନ ଚାଲିଯାଇପାରେ।
ଭିଡ଼ିଓଟିରେ ଦେଖିବାକୁ ମିଳୁଛି, କିଭଳି ବ୍ୟକ୍ତି ଜଣଙ୍କ ଶୁଆଟିକୁ ଅଣ୍ଡାରୁ କାଢି ତା’କୁ ସଠିକ ଖାଦ୍ୟ ଦେଇ ବଂଚାଇଛନ୍ତି। ସୂଚନା ଅନୁଯାୟୀ, ଶୁଆଟିର ମା’ ମରିଯାଇଥିଲା। ଏହାପରେ ବ୍ୟକ୍ତି ଜଣଙ୍କ ବହୁ କଷ୍ଟରେ ଶୁଆଟିର ଲାଲନପାଳନ କରିଥିଲେ। ବର୍ତମାନ ଏହି ଭିଡ଼ିଓଟିକୁ ଅନେକ ଲୋକେ ଦେଖି ପସନ୍ଦ କରିଛନ୍ତି।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories