www.samajalive.in
Wednesday, December 10, 2025
26.1 C
Bhubaneswar

ଦେଶରେ ଗଡ଼ିଲା ପ୍ରଥମ ‘କିସାନ ଟ୍ରେନ’

ନୂଆଦିଲ୍ଲୀ: ଦେଶରେ କୃଷିଜାତ ପନିପରିବା ଏବଂ ଫଳମୂଳର ତ୍ଵରିତ ଯୋଗାଣ ଲାଗି ଆଜିଠାରୁ ପ୍ରଥମ କରି କିସାନ ଟ୍ରେନ ଗଡ଼ିଛି। ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୧ଟାରେ ଏହି ଟ୍ରେନ ମହାରାଷ୍ଟ୍ରର ନାସିକ ଅନ୍ତର୍ଗତ ଦେବଲାଲିଠାରୁ ଯାତ୍ରା ଆରମ୍ଭ କରିଛି। ଦେବଲାଲିରୁ ବିହାରର ଦାନପୁର ପର୍ଯ୍ୟନ୍ତ ଏହି ଟ୍ରେନ ଗଡ଼ିବ। ଆସନ୍ତା କାଲି ସନ୍ଧ୍ୟା ୬ଟା ୪୫ରେ ଟ୍ରେନ ଦୀର୍ଘ ୧୫୧୯ କିଲୋମିଟର ଯାତ୍ରା କରି ଦାନପୁରରେ ପହଞ୍ଚିବ।

କୃଷକମାନଙ୍କ ଫଳ ଓ ପନିପରିବା ପରିହବନ ଲାଗି ଶୁକ୍ରବାରଠାରୁ କିସାନ ଟ୍ରେନ ଚଳାଚଳ ଆରମ୍ଭ କରିବାକୁ ଗତ ଗୁରୁବାର ଭାରତୀୟ ରେଳ ପକ୍ଷରୁ ଘୋଷଣା କରାଯାଇଥିଲା। ପୂର୍ବରୁ ଗତ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୀଘ୍ର ନଷ୍ଟ ହୋଇଯାଉଥିବା ଫଳ ଏବଂ ପନିପରିବାର ପରିବହନ ପାଇଁ କିସାନ ଟ୍ରେନ ଚଳାଚଳ କରିବା ଲାଗି ଘୋଷଣା କରିଥିଲେ। ଏହାକୁ ପିପିପି ଯୋଜନା ଅଧୀନରେ କାର୍ଯ୍ୟକାରୀ କରାଯିବ। ଏହି ଟ୍ରେନ ଚାଷୀମାନଙ୍କ ଲାଗି ବେଶ୍‌ ସହାୟକ ହେବ। ଉପଯୁକ୍ତ ଏବଂ ତ୍ଵରିତ ପରିବହନ ବ୍ୟବସ୍ଥା ଅଭାବାରୁ ଯେଉଁ ପନିପରିବା ଏବଂ ଫଳ ଗ୍ରାହକଙ୍କ ପାଖରେ ପହଞ୍ଚିବା ପୂର୍ବରୁ ନଷ୍ଟ ହୋଇଯାଉଥିଲା, ତାହା ଏବେ ସହଜରେ ଯୋଗାଣ ହୋଇପାରିବ।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories